ETV Bharat / bharat

ଡ୍ୟୁଟି ସମୟରେ ଭିଡିଓ ସୁଟିଂ ପଡିଲା ମହଙ୍ଗା, ଦୁଇ କନଷ୍ଟେବଳଙ୍କୁ ନୋଟିସ ଜାରି - ହେଡ କନଷ୍ଟେବଳ ଓ ଜଣେ କନଷ୍ଟେବଳ

ଡ୍ୟୁଟିରେ ଥିବାବେଳେ ସୋସିଆଲ ମିଡିଆରେ ଭିଡିଓ ସୁଟିଂ ପଡିଲା ମହଙ୍ଗା । ଜଣେ ମହିଳା ହେଡ କନଷ୍ଟେବଳ ଓ ଜଣେ କନଷ୍ଟେବଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ...

ଡ୍ୟୁଟିରେ ଥାଇ ବଲିଉଡ ଗୀତରେ ଭିଡିଓ ସୁଟିଂ ପଡିଲା ମହଙ୍ଗା

author img

By

Published : Jun 9, 2021, 1:36 PM IST

ନୂଆଦିଲ୍ଲୀ: ଟୁକୁରୁ ଟୁକୁର ଗୀତରେ ପୋଲିସ କର୍ମଚାରୀ କରୁଥିଲେ ଭିଡିଓ ସୁଟିଂ । ଡ୍ୟୁଟିରେ ଥିବାବେଳେ ସୋସିଆଲ ମିଡିଆରେ ଭିଡିଓ ସୁଟିଂ ପଡିଲା ମହଙ୍ଗା । ଭିଡିଓ ସୁଟିଂ ସହିତ କୋରୋନା ନିୟମ ଉଲଂଘନ କରିବା ଅଭିଯୋଗରେ ଜଣେ ମହିଳା ହେଡ କନଷ୍ଟେବଳ ଓ ଜଣେ କନଷ୍ଟେବଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ ।

ଡ୍ୟୁଟିରେ ଥାଇ ଭିଡିଓ ସୁଟିଂ ପଡିଲା ମହଙ୍ଗା

ସୂଚନାଅନୁସାରେ ମଡେଲ ଥାନାର ମହିଳା କନଷ୍ଟେବଳ ଶଶୀ ଓ କନଷ୍ଟେବଳ ବିବେକ ମାଥୁର କୋରୋନା ଲକଡାଉନ ସମୟରେ ଡ୍ୟୁଟିରେ ଥାଇ ବଲିଉଡ ଗୀତରେ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ କନଷ୍ଟେବଳ ବିବେକ ମାଥୁର ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଛି । ଭିଡିଓରେ କୋରୋନା ନିୟମ ଭଙ୍ଗ କରାଯାଇଥିବା ସ୍ପଷ୍ଟ ହୋଇଥିଲା । ଶୃଙ୍ଖଳିତ ଅଧିକାରୀ ହୋଇଥିବାବେଳେ ଦୁଇ ପୋଲିସ ଅଧିକାରୀଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରାଯାଇଛି ।

ଡ୍ୟୁଟିରେ ଥାଇ ଭିଡିଓ ସୁଟିଂ ପଡିଲା ମହଙ୍ଗା

ଏ ନେଇ ପୋଲିସ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ନୋଟିସ ଜାରିର 15ଦିନ ଭିତରେ ଉଭୟଙ୍କୁ ନିଜ ନିଜ ସପକ୍ଷରେ ମତ ରଖିବାକୁ କୁହାଯାଇଛି । ଏହା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ନିଆଯିବ ।

ବଲିଉଡ ଗୀତରେ ଭିଡିଓ ସୁଟିଂ ପଡିଲା ମହଙ୍ଗା
ବଲିଉଡ ଗୀତରେ ଭିଡିଓ ସୁଟିଂ ପଡିଲା ମହଙ୍ଗା

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.