ନୂଆଦିଲ୍ଲୀ: ଦିଲ୍ଲୀରେ ଶେଷ ହେଲା କୋରୋନା ଟୀକାକରଣର ପ୍ରଥମ ଡୋଜର (Delhi completes first dose) ୧୦୦ ପ୍ରତିଶତ ଟୀକା । ଶୁକ୍ରବାର ଏ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Delhi CM Aravind Kejriwal) ଟ୍ବିଟ କରି ସୂଚନା ଦେଇଛନ୍ତି । କୋରୋନା ଯୋଦ୍ଧା ଓ ମେଡିକାଲ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
-
👏👏Delhi completes first dose to 100% eligible people - 148.33 lakh
— Arvind Kejriwal (@ArvindKejriwal) December 24, 2021 " class="align-text-top noRightClick twitterSection" data="
Salute to Doctors, ANMs, Teachers, ASHAs, CDVs and all other Frontline workers. Congratulations to DMs, CDMOs, DIOs and all district functionaries
">👏👏Delhi completes first dose to 100% eligible people - 148.33 lakh
— Arvind Kejriwal (@ArvindKejriwal) December 24, 2021
Salute to Doctors, ANMs, Teachers, ASHAs, CDVs and all other Frontline workers. Congratulations to DMs, CDMOs, DIOs and all district functionaries👏👏Delhi completes first dose to 100% eligible people - 148.33 lakh
— Arvind Kejriwal (@ArvindKejriwal) December 24, 2021
Salute to Doctors, ANMs, Teachers, ASHAs, CDVs and all other Frontline workers. Congratulations to DMs, CDMOs, DIOs and all district functionaries
କୋରୋନା ଟୀକାକରଣର ପ୍ରଥମ ଡୋଜର ୧୦୦ ପ୍ରତିଶତ ଯୋଗ୍ୟ ଲୋକଙ୍କୁ ଟୀକାକରଣ କରିଥିବା ଘୋଷଣା କରିଛି ଦିଲ୍ଲୀ ସରକାର । ଦିଲ୍ଲୀରେ ମୋଟ ୧୪୮.୩୩ ଲକ୍ଷ ଲୋକଙ୍କୁ କୋରୋନା ଟୀକାର ପ୍ରଥମ ଡୋଜ ଦିଆଯାଇଛି। ବିଶେଷ କରି ଏହି ଟୀକାକରଣ ପ୍ରକ୍ରିୟାରେ ଭାଗ ନେଇଥିବା ଡାକ୍ତର, ଏନଏନଏମ, ଶିକ୍ଷକ, ଆଶା ଓ ଅନ୍ୟ ମେଡିକାଲ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲାପ୍ରଶାସନ, ଜିଲ୍ଲା ମେଡିକାଲ କର୍ମଚାରୀଙ୍କ ସହଯୋଗ ଯୋଗୁଁ ସଫଳ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି । ଦିଲ୍ଲୀରେ ଶୁକ୍ରବାର ୧୧୮ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ କୋରୋନା ପଜିଟିଭ ହାର ୦.୧୩ ପ୍ରତିଶତ ରହିଛି ।
ତେବେ ବର୍ତ୍ତମାନ ସାରା ଦେଶରେ ଓମିକ୍ରନ ଭାଇରସକୁ ନେଇ ତୃତୀୟ ଲହରକୁ ନେଇ ଅଶଙ୍କା ସୃଷ୍ଟି ହୋଇଥିବାବେଳେ ଟୀକାକରଣକୁ ବେଶ ଗୁରୁତ୍ବ ଦିଆଯାଉଛି । ବିଶେଷ କରି ଟୀକାକରଣର ଉଭୟ ଡୋଜ ସହ ବୁଷ୍ଟର ଡୋଜକୁ ନେଇ ଚିନ୍ତା କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।
@ANI