ETV Bharat / bharat

AAP ବିଧାୟକ ଓ କଉନସିଲରଙ୍କ ବୈଠକ ଡାକିଲେ କେଜ୍ରିଓ୍ବାଲ

author img

By

Published : Mar 1, 2023, 5:00 PM IST

ଆମ ଆଦମୀ ପାର୍ଟିରେ ରାଜନୈକିକ ସଙ୍କଟ । AAP ବିଧାୟକ ଓ କଉନସିଲରଙ୍କ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ । ଗତକାଲି ଇସ୍ତଫା ଦେଇଥିଲେ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ । ଅଧିକ ପଢନ୍ତୁ

AAP ବିଧାୟକ ଓ କଉନସିଲରଙ୍କ ବୈଠକ ଡାକିଲେ କେଜ୍ରିଓ୍ବାଲ
AAP ବିଧାୟକ ଓ କଉନସିଲରଙ୍କ ବୈଠକ ଡାକିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀ ଓ ଇସ୍ତଫା ପରେ ଆମ ଆଦମୀ ପାର୍ଟିରେ ଏବେ ରାଜନୈତିକ ସଙ୍କଟ ସୃଷ୍ଟି ହେବା ପରି ସ୍ଥିତି ଦେଖିବାକୁ ମିଳିଛି । ଗତକାଲି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପୂର୍ବରୁ ଗିରଫ ଅନ୍ୟତମ ଗିରଫ ମନ୍ତ୍ରୀ ସତ୍ଯେନ୍ଦ୍ର ଜୈନ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଆଜି ଆମ ଆଦମୀ ପାର୍ଟିର ବିଧାୟକ ଓ କାଉନସିଲରଙ୍କ ଏକ ବୈଠକ ଡାକିଛନ୍ତି ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ସଂଧ୍ୟାରେ ଏହି ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।

ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ଇସ୍ତଫା ପରେ ଏହି ବୈଠକ ଡକାଯାଇଥିବାରୁ ଏଥିରେ ଏହି ପ୍ରସଙ୍ଗ ଓ ବର୍ତ୍ତମାନର ରାଜନୈତିକ ସଙ୍କଟ ସ୍ଥିତି ନେଇ ଆଲୋଚନା ହେବାକୁ ଯାଉଥିବା ଅନୁମାନ କରାଯାଉଛି । ଅନ୍ୟ ଏକ ସୂଚନା ଅନୁସାରେ, ଦିଲ୍ଲୀ ଉପରାଜ୍ୟପାଳ ବିନୟ ସକ୍ସେନା ଆଜି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ମନ୍ତ୍ରୀ କୈଳାଶ ଗେହେଲଟ ଓ ରାଜକୁମାର ଆନନ୍ଦଙ୍କୁ ଦାୟିତ୍ବ ପ୍ରଦାନ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ମନ୍ତ୍ରୀ ସିସୋଦିଆଙ୍କ ଅଧୀନରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ସହ ମୋଟ 18ଟି ବିଭାଗ ରହିଥିଲା । ସେହି ବିଭାଗଗୁଡିକୁ ଏହି ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟିବାକୁ କେଜ୍ରିଓ୍ବାଲ ନିଷ୍ପତ୍ତି ଗ୍ରହଣ କରିବା ସହ ଉପରାଜ୍ୟପାଳଙ୍କୁ ଅବଗତ କରିଥିଲେ । ଯାହାକୁ ରାଜଭବନ ପକ୍ଷରୁ ଅନୁମୋଦନ ମିଳିଛି ।

ଏହା ମଧ୍ୟ ପଢନ୍ତୁ :- Sisodia Resigns: ମନ୍ତ୍ରୀ କୈଳାଶ ଗେହେଲଟ, ଆର.କେ ଆନନ୍ଦଙ୍କୁ ମିଳିବ ଦାୟିତ୍ବ

ସୂତ୍ର ଅନୁସାରେ, 8ଟି ପୋର୍ଟଫୋଲିଓ ଗେହେଲୋଟଙ୍କୁ ଓ ଅବଶିଷ୍ଟ 10 ପୋର୍ଟଫୋଲିଓ ରାଜକୁମାର ଆନନ୍ଦଙ୍କୁ ମିଳିବା ନେଇ ନିଷ୍ପତ୍ତି ହୋଇଛି । ମନିଷ ସିସୋଦଆ ଓ ସତ୍ୟେନ୍ଦ୍ର ଜୈନଙ୍କ ଅଧୀନରେ ଶିକ୍ଷା, ସ୍ବାସ୍ଥ୍ୟ ପରି ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଥିଲା । ଉଭୟଙ୍କ ବିରୋଧରେ ଦୂର୍ନୀତି ମାମଲାର ତଦନ୍ତ କରିଥିଲା କେନ୍ଦ୍ରୀୟ ସଂସ୍ଥା । ପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କୁ ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିବା ବେଳେ ରବିବାର ସିସୋଦିଆଙ୍କୁ ଅବକାରୀ ପିଲିସି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗିରଫ କରିଥିଲା । ଜଣେ ବିଚାରବିଭାଗୀୟ ଜେଲରେ ଓ ଅନ୍ୟଜଣେ ସିବିଆଇ ରିମାଣ୍ଡରେ ରହିଛନ୍ତି । ଗତକାଲି ଉଭୟ ନେତା ନିଜ ଇସ୍ତଫା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମଧ୍ୟ ସେମାନଙ୍କ ଇସ୍ତଫା ଗ୍ରହଣ କରିବା ସହ ଅନ୍ୟ ଦୁଇ ବରିଷ୍ଠ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ ନିଷ୍ପତ୍ତି ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.