ନୂଆଦିଲ୍ଲୀ: ଜରୁରୀ ବୈଠକ ଡାକିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଦୂଷଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜରୁରୀ ବୈଠକ ଡାକିଛନ୍ତି । ଆଜି ସନ୍ଧ୍ୟାରେ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏହି ବୈଠକ ବସିବ ।
ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା, ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏବଂ ମୁଖ୍ୟ ସଚିବଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି । ପ୍ରଦୂଷଣ ସ୍ତର ବଢୁଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ୨ ଦିନ ଲକଡାଉନ ପାଇଁ ପରାମର୍ଶ ଦେବା ପରେ କେଜ୍ରିୱାଲ ଏହି ବୈଠକ ଡାକିଛନ୍ତି ।
ତେବେ ଆଜି ସୁପ୍ରିମକୋର୍ଟ ଦିଲ୍ଲୀ ପ୍ରଦୂଷଣକୁ ନେଇ ଏକ ଶୁଣାଣି କରି, ଦିଲ୍ଲୀର ବାୟୁ ଗୁଣବତ୍ତା ଏକଦମ ଖରାପ ଅବସ୍ଥାରେ ଅଛି । ଲୋକେ ଘରେ ମଧ୍ୟ ମାସ୍କ ପିନ୍ଧୁଛନ୍ତି । ଆଉ ଦୁଇ ତିନି ଦିନ ମଧ୍ୟରେ ପ୍ରଦୂଷଣ ସ୍ତର ବୃଦ୍ଧି ପାଇପାରେ । ତେଣୁ ଯୋଜନା ବାବଦରେ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ତୁରନ୍ତ ଏକ ଜରୁରୀ ବୈଠକ ଡାକିଛନ୍ତି କେଜ୍ରିୱାଲ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ