ETV Bharat / state

କଟକ ଗଣଦୁଷ୍କର୍ମ ମାମଲା: କେମିତି ଫସିଲେ ଯୁବତୀ ? ଆସିଲା ସାଙ୍ଘାତିକ ତଥ୍ୟ

କାଫେ ନୁହେଁ ହୁକା ବାର । କେମିତି ଫସିଗଲେ ଯୁବତୀ । ଆସିଲା କଟକ ଗଣଦୁଷ୍କର୍ମ ମାମଲାରେ ନୂଆ ତଥ୍ୟ ।

କଟକ ଗଣଦୁଷ୍କର୍ମ ମାମଲା
କଟକ ଗଣଦୁଷ୍କର୍ମ ମାମଲା (ETV Bharat Odisha)
author img

By ETV Bharat Odisha Team

Published : Nov 8, 2024, 7:53 PM IST

କଟକ: କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ସହରର ଜନଗହଳି ସ୍ଥାନରେ ଚାଲୁ ଥିଲା ବେଆଇନ ହୁକାବାର । ପୁରୀଘାଟ ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଏପରି ବେଆଇନ ହୁକାବାର ଚାଲୁଥିଲା ଯେଉଁଠି କି ଏଭଳି ଲଜ୍ଜାଜନକ କାର୍ଯ୍ୟ ଘଟିଥିଲା । ଆଉ ହୁକାବାରକୁ ଆସୁଥିଲେ ଯୁବକ ଆଉ ଯୁବତୀ । କେବଳ ମଉଜ ମସ୍ତି କରୁ ନଥିଲେ ବରଂ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଏକଥା ଆମେ କହୁ ନାହୁଁ ବରଂ ବେଆଇନ ହୁକାବାରକୁ ଲାଗି ଥିବା ଜଣେ ପଡୋଶୀ ଏକଥା କହିଛନ୍ତି । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ଛିଡା ହୋଇଛି ।

ମିଛ ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ଗଣଦୁଷ୍କର୍ମ:

କଟକ ଗଣଦୁଷ୍କର୍ମ ମାମଲା (ETV Bharat Odisha)

କଟକରେ କଲେଜ ଛାତ୍ରୀଙ୍କୁ ବାରମ୍ବାର ଗଣଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସଛି ନୂଆ ତଥ୍ୟ । ଛାତ୍ରୀ ଜଣଙ୍କୁ ମିଛ ପ୍ରେମ ଜାଲରେ ଛନ୍ଦି ତାଙ୍କର ଶାରୀରିକ ଶୋଷଣ କରିବା ପାଇଁ ଯୋଜନା କରିଥିଲା ପୁରୁଷ ବନ୍ଧୁ । ଏବଂ ଶେଷରେ ନିଜର ୬ ଜଣ ସାଙ୍ଗଙ୍କ ସହ ମିଶି ଯୋଜନାକୁ ଚରିତାର୍ଥ ମଧ୍ୟ କରିଥିଲା । ସେପଟେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କମିଶନରେଟ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଅନ୍ୟ କେଉଁଆଡ଼େ ସେୟାର ହୋଇଛି କି ନାହିଁ ଯାଞ୍ଚ ଆରମ୍ଭ କରିଛି । ଏହାରି ଭିତାରେ କଟକ ଗଣଦୁଷ୍କର୍ମ ମାମଲାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର ।

କାଫେ ନାଁରେ ଚାଲିଥିଲା ବେଆଇନ ହୁକାବାର:

ତେବେ ଯେଉଁ କାଫେରେ ଯୁବତୀ ଜଣଙ୍କୁ ପ୍ରଥମେ ଦୁଷ୍କର୍ମ କରାଯାଇଥିଲା ଏବଂ ଯେଉଁ ଠାରେ ତାଙ୍କର ଆପତ୍ତିଜନକ ଭିଡିଓ ଉଠାଯାଇଥିଲା, ତାହା ଏକ କ୍ୟାଫେ ନଥିଲା ବରଂ ଥିଲା ଏକ ବେଆଇନ ହୁକାବାର । ଏହି ୪ ଫୁଟ ବାଇ ୧୫ ଓସାର ବିଶିଷ୍ଟ ଏହି ଘରେ ହିଁ ଘଟିଥିଲା ପ୍ରଥମ କାଣ୍ଡ । ଏହି ଠାରେ ସାଙ୍ଗ ମାନଙ୍କ ସହ ନିଜ ଜନ୍ମଦିନ ପାଳନ କରିବାକୁ ଆସି ଫସିଯାଇଥିଲେ ଯୁବତୀ ଜଣକ । ଏଠାରେ ନିୟମିତ ଭାବେ ନିଶା କାରବାର ଚାଲୁଥିବା ନେଇ ଲୋକେ ଅଭିଯୋଗ କରିବା ସହ ଏକ ନିର୍ଦ୍ଦିଷ୍ଟ ବର୍ଗର କଲେଜ ପଢୁଆ ପିଲାମାନଙ୍କର ଏହା ଥିଲା ଆଡ୍ଡା ସ୍ଥଳୀ ବୋଲି କହିଛନ୍ତି ।

ଏନେଇ ହୁକାବାରକୁ ଲାଗି ରହିଥିବା ଜଣେ ପଡୋଶୀ କହିଛନ୍ତି କି, ‘ବିଭିନ୍ନ ସମୟରେ ଯୁବକ ଯୁବତୀମାନେ ଏଠାକୁ ଆସୁଥିଲେ ଏବଂ ଉଚ୍ଚସ୍ବରରେ ଗୀତ ବଜାଇବା ସହ ଆପତ୍ତିଜନକ କାର୍ଯ୍ୟକଳାପରେ ମଧ୍ୟ ଲିପ୍ତ ରହୁଥିଲେ । ସେ ଭଡା ଘରୁ ଧୂଆଁ ବାହାରେ । ଅନେକ ଯୁବତୀ ବି ଆସନ୍ତି ।’

ଘର ଭଡାରେ ଦେଇଥିବା ମାଲିକ ୟୁବରାଜ ସିଂ କହିଛନ୍ତି କି, ‘ଆମେ ବିଜନେସ ପାଇଁ ଘର ଦେଇଥିଲୁ । ସେ କହିଥିଲେ ଏଠି କାଫେ କରିବେ । କିନ୍ତୁ ସେମାନେ ଏପରି କାଣ୍ଡ ଘଟାଇଥିବା ଜାଣିନୁ । କାରଣ ଆମେ ଏଠି ରହୁନୁ । ସେମାନଙ୍କୁ କାଫେ ପାଇଁ ଘର ଭଡା ଦେଇଥିଲୁ । ପୋଲିସ ଯୁବକକୁ ଉଠାଇ ନେବା ପରେ ମୁଁ ତାଙ୍କ ଘର ଲୋକଙ୍କୁ ଫୋନ କରିଥିଲି । ସେମାନଙ୍କୁ ଅଲଗା ମାମଲାରେ ପୋଲିସ ନେଇଥିବା ତାଙ୍କ ଘରଲୋକେ କହିଥିଲେ ।’

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ । ‘ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।’

ଏହା ମଧ୍ୟ ପଢନ୍ତୁ:

କଟକରେ ଲଜ୍ଜା: ବାକ୍ଲ ମେଲିଂ କରି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ

ଓଡ଼ିଶାରେ ଲଭ ଜିହାଦ ! ଗେମିଂ ଆପରୁ ପ୍ରେମ, ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ, ବିହାର ଯୁବକ ଗିରଫ

ଦୁଇଟି ଦୁଷ୍କର୍ମ ମାମଲାର ଶୁଣାଣି, ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷ ଜେଲ ଦଣ୍ଡାଦେଶ

କଣ ଥିଲା ଘଟଣା ?

ପ୍ରଥମେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲା ଯୁବକ । ଆଉ ପରେ ନିଜ ପ୍ରେମିକା ସହ ଦୁଷ୍କର୍ମ କରି ଦୁଷ୍କର୍ମ ବେଳର ଭିଡିଓକୁ ଭାଇରାଲ କରିବାକୁ ଧମକ ଦେଇ ପ୍ରେମିକା ବନ୍ଧୁରୂପୀ ପିଶାଚମାନଙ୍କୁ ସମର୍ପି ଦେଇଥିଲା । ମାତ୍ର ଗୋଟିଏ ସପ୍ତାହ ବ୍ୟବଧାନରେ ଦୁଇ ଦୁଇଥର ଗଣଦୁଷ୍କର୍ମର ଶିକାର ହୋଇଛନ୍ତି କଲେଜ ଛାତ୍ରୀ । ପ୍ରଥମେ ପୁରୀଘାଟର ଏକ କ୍ୟାଫେ ଏବଂ ପରେ ବାରାଙ୍ଗର ଏକ ସ୍ଥାନ ଅଭିଯୁକ୍ତମାନେ ଛାତ୍ରୀ ଜଣଙ୍କୁ ଶାରୀରିକ ଶୋଷଣ କରିଥିଲେ ।

ମିଳିମିଶି କରିଥିଲେ ପ୍ଲାନ:

ଏହି ଗଣଦୁଷ୍କର୍ମ ଘଟଣାରେ ସାମନାକୁ ଆସଛି ନୂଆ ତଥ୍ୟ । ଅଭିଯୁକ୍ତମାନେ ଏକ ସୁଚିନ୍ତିତ ଯୋଜନା ମୁତାବକ କଲେଜ ଛାତ୍ରୀ ଜଣଙ୍କୁ ଶାରୀରିକ ଶୋଷଣ କରିଛନ୍ତି । ଏଥିପାଇଁ ସମସ୍ତେ ମିଶି କରି ଯୋଜନା ପ୍ରସ୍ତୁତ କରିଥିଲେ । ସେପଟେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କମିଶନରେଟ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଅନ୍ୟ କେଉଁଆଡ଼େ ସେୟାର ହୋଇଛି କି ନାହିଁ ଯାଞ୍ଚ ଆରମ୍ଭ କରିଛି । ଏହା ବ୍ୟତିତ ଏହି ଘଟଣାରେ କାଫେ କର୍ମଚାରୀ ଏହି ଘଟଣାରେ ସାମିଲ ଥିବା ହେତୁ କାଫେକୁ ଖୁବ୍ ଶୀଘ୍ର ସିଲ୍ କରାଯିବ ବୋଲି କଟକ ଡିସିପି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.