ETV Bharat / bharat

ପ୍ରଦୂଷଣ ମୁକ୍ତ ହେବ ରାଜଧାନୀ; ଉଦଘାଟିତ ହେଲା ଦେଶର ପ୍ରଥମ ସ୍ମଗ ଟାୱାର - ସ୍ମଗ ଟାୱାର

ପ୍ରଦୂଷଣ ମୁକ୍ତ ହେବ ରାଜଧାନୀ ଦିଲ୍ଲୀ । କାହିଁକିନା ଦେଶରେ ପ୍ରଥମ ସ୍ମଗ ଟାଓ୍ବାରକୁ ଉଦଘାଟନ କରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ...

ପ୍ରଦୂଷଣ ମୁକ୍ତ ହେବ ରାଜଧାନୀ; ଉଦଘାଟିତ ହେଲା ଦେଶର ପ୍ରଥମ ସ୍ମଗ ଟାୱାର

author img

By

Published : Aug 23, 2021, 11:12 AM IST

Updated : Aug 23, 2021, 3:10 PM IST

ନୂଆଦିଲ୍ଲୀ : ପ୍ରଦୂଷଣ ମୁକ୍ତ ହେବ ରାଜଧାନୀ ଦିଲ୍ଲୀ । କାହିଁକିନା ଦେଶରେ ପ୍ରଥମ ସ୍ମଗ ଟାୱାରକୁ ଉଦଘାଟନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସିଏମ୍ ଅରବିନ୍ଦ କେଜ୍ରିୱାଲ କନୋଡରେ ସ୍ଥାପିତ ଏହି ଟାୱାରର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେଜ୍ରିୱାଲ କହିଛନ୍ତି, ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଆମେ ଆଜି ଦିଲ୍ଲୀରେ ଭାରତର ପ୍ରଥମ ସ୍ମଗ ଟାୱାର ସ୍ଥାପନ କରିଛୁ। ଏହି ଟେକ୍ନୋଲୋଜି ଆମେରିକାରୁ ଆମଦାନୀ ହୋଇଛି । ଏହା 24 ମିଟର ଉଚ୍ଚ ଟାୱାର । ଏକ କିଲୋମିଟର ପରିସରର ବାୟୁକୁ ସଫା କରିବ। ଉପରୁ ବାୟୁ ଟାଣିବ ଏବଂ ଏହାକୁ ତଳକୁ ଛାଡିବ ଏବଂ ସେକେଣ୍ଡ ପ୍ରତି 1000 ବର୍ଗ ମିଟର ବାୟୁ ମୁକ୍ତ କରିବ।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ପରୀକ୍ଷାମୂଳକ ଭିତ୍ତିରେ ସ୍ଥାପନ କରାଯାଉଛି । ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଟି ବମ୍ବେ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ତଥ୍ୟ ବିଶ୍ଳେଷଣ କରିବ । ସେହି ଆଧାରରେ ଆମେ ରାଜଧାନୀ ଚାରିପାଖରେ ଅଧିକ ଟାୱାର ସ୍ଥାପନ କରିବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଇଆଇଟି-ଦିଲ୍ଲୀ ଏବଂ ଆଇଆଇଟି-ମୁମ୍ବାଇର ତତ୍ତ୍ୱାବଧାନରେ ଟାଟା କନସଲଟାନ୍ସି ଏବଂ ନ୍ୟାସନାଲ ବିଲଡିଂ କନଷ୍ଟ୍ରକସନ କର୍ପୋରେସନ୍ ଲିମିଟେଡ୍ (ଏନବିସିସି) ସହଯୋଗରେ ଏହି ଟାୱାର ନିର୍ମାଣ କରାଯାଇଛି। ଆପ ସରକାରଙ୍କ ଉଦ୍ୟମ ଯୋଗୁଁ 2014 ମସିହାରୁ ପ୍ରଦୂଷଣ ସ୍ତର ହ୍ରାସ ପାଇଛି ବୋଲି ସେ ଦର୍ଶାଇଛନ୍ତି।

"ବର୍ତ୍ତମାନ ସୂକ୍ଷ୍ମ କଣିକା ପଦାର୍ଥ (PM) 2.5 ଏବଂ PM 10ର ସ୍ତର ଯଥେଷ୍ଟ ହ୍ରାସ ପାଇଛି। 2014 ରେ PM 2.5 ପାଖାପାଖି 150 ଥିଲା ଏବଂ 100କୁ ହ୍ରାସ ପାଇଲା । PM 10 ପାଖାପାଖି 300 ଥିଲା ଏବଂ ବର୍ତ୍ତମାନ 150କୁ ଖସି ଆସିଛି। ପ୍ରଦୂଷଣ କମିବା ପାଇଁ ଦିଲ୍ଲୀବାସୀଙ୍କ ସହଯୋଗରେ ନିଆଯାଇଛି ବୋଲି ସେ କହିଛନ୍ତି।

@ANI

Last Updated : Aug 23, 2021, 3:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.