ETV Bharat / bharat

କେନ୍ଦ୍ରକୁ ଟିକା ଉତ୍ପାଦନ ବୃଦ୍ଧିର ଫର୍ମୁୁଲା କହିଲେ କେଜ୍ରିୱାଲ

author img

By

Published : May 11, 2021, 4:08 PM IST

ଟିକା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ସେ କହିଛନ୍ତି ବର୍ତ୍ତମାନ କେବଳ ଦୁଇଟି କମ୍ପାନୀ ଟିକା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଯଦି ଅନ୍ୟ କେତେକ କମ୍ପାନୀଙ୍କୁ ଏହି ଦାୟିତ୍ବ ଦିଆଯାଏ ତେବେ ଟିକା ଉତ୍ପାଦନ ବୃଦ୍ଧି ପାଇବ । ଅଧିକ ପଢନ୍ତୁ...

କେନ୍ଦ୍ରକୁ ଟିକା ଉତ୍ପାଦ ବୃଦ୍ଧିର ଫର୍ମୁୁଲା କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଲକଡାଉନ ଲାଗୁ ହେବା ପରେ ଧିରେଧିରେ କମୁଛି କୋରୋନା ସଂକ୍ରମଣ । ଏହାରି ମଧ୍ୟରେ ଦିଲ୍ଲୀରେ ଟୀକାକରଣର ଅଭିଯାନକୁ ଦ୍ରୁତ ଗତିରେ ଆଗକୁ ବଢାଯାଉଥିବା ଡିଜିଟାଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଟିକା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ସେ କହିଛନ୍ତି, ବର୍ତ୍ତମାନ କେବଳ ଦୁଇଟି କମ୍ପାନୀ ଟିକା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଯଦି ଅନ୍ୟ କେତେକ କମ୍ପାନୀଙ୍କୁ ଏହି ଦାୟିତ୍ବ ଦିଆଯାଏ, ତେବେ ଟିକା ଉତ୍ପାଦନ ବୃଦ୍ଧି ପାଇବ ।

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ଅନ୍ୟ କମ୍ପାନୀଗୁଡିକ ମଧ୍ୟ ଟିକା ପ୍ରସ୍ତୁତ କରିପାରିବେ। ଅନ୍ୟ କମ୍ପାନୀଗୁଡିକୁ ମଧ୍ୟ ଟିକା ଉତ୍ପାଦନ କ୍ଷେତ୍ରରେ ଅନ୍ତର୍ଭୁକ୍ତ କରିବା ଉଚିତ ।

କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ମାତ୍ର କିଛି ଦିନ ଟିକା ଉପଲବ୍ଧ ଅଛି । ଲୋକଙ୍କୁ ଟିକା ଦରକାର। ଏନେଇ ସେ କେନ୍ଦ୍ରକୁ ଅଧିକ ଟିକା ଦେବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସମୟରେ ଆମେ ଦିଲ୍ଲୀର ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛୁ। ଏଠାରେ ମାମଲା ବହୁ ପରିମାଣରେ ହ୍ରାସ ପାଇଛି ଏବଂ ଆମେ ଏହି ରଣନୀତି ସହିତ ଆଗକୁ ବଢୁଛୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.