ETV Bharat / bharat

୨୬ ଟଙ୍କାରେ ପେଟପୁରା ଖାଇବା, ଭାଇରାଲ୍‌ ହେଉଛି ରେଷ୍ଟୁରାଣ୍ଟ ବିଲ୍‌ - ୮୦ ଦଶକର ରେଷ୍ଟୁରାଣ୍ଟ ବିଲ୍‌

80 ଦଶକର କଥା ମନେ ପକାଇଲେ ସେହି ଟାଇଟ୍‌ ଜିନ୍ସ, ଟେପ୍‌ ରେକର୍ଡର, ମୁଲେଟ୍‌(ଏକ ପ୍ରକାର ହେୟାର ଷ୍ଟାଇଲ୍‌) କଥା ମନକୁ ଆସିଯାଏ । ସେହି ସମୟର ଜୀବନଶୈଳୀ ଓ ବର୍ତ୍ତମାନର ଜୀବନ ଶୈଳୀ ମଧ୍ୟ ଆକାଶ ପାତାଳ ତଫାତ । ଏକ ରେଷ୍ଟୁରାଣ୍ଟ ବିଲ୍‌ ଭାଇରାଲ୍‌ ହେବାରେ ଲାଗିଛି(Delhi based restaurant Food bill) । ଅଧିକ ପଢ଼ନ୍ତୁ

Delhi based restaurant Food bill of 1985 viral in social media for its item rates
୨୬ ଟଙ୍କାରେ ପେଟପୁରା ଖାଇବା, ଭାଇରାଲ୍‌ ହେଉଛି ରେଷ୍ଟୁରାଣ୍ଟ ବିଲ୍‌
author img

By

Published : Nov 23, 2022, 5:17 PM IST

ହାଇଦ୍ରାବାଦ: 80 ଦଶକର କଥା ମନେ ପକାଇଲେ ସେହି ଟାଇଟ୍‌ ଜିନ୍ସ, ଟେପ୍‌ ରେକର୍ଡର, ମୁଲେଟ୍‌(ଏକ ପ୍ରକାର ହେୟାର ଷ୍ଟାଇଲ୍‌) କଥା ମନକୁ ଆସିଯାଏ । ସେହି ସମୟର ଜୀବନଶୈଳୀ ଓ ବର୍ତ୍ତମାନର ଜୀବନ ଶୈଳୀ ମଧ୍ୟ ଆକାଶ ପାତାଳ ତଫାତ କହିଲେ ଅତ୍ୟୁକ୍ତି ହେବନାହିଁ । ବର୍ତ୍ତମାନ ମହଙ୍ଗା ଯୁଗରେ ବଞ୍ଚୁଥିବା ସାଧାରଣ ଲୋକଟିଏ ସେହି ସମୟରେ କଥା ଶୁଣିଲେ ଆଚମ୍ବିତ ହୋଇପଡ଼େ । ଏହାରି ମଧ୍ୟରେ ବର୍ତ୍ତମାନ ଏକ ରେଷ୍ଟୁରାଣ୍ଟ ବିଲ୍‌ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଖାଇବାର ଦାମ୍‌ ପଢ଼ିଲେ ଯେ କେହି ଆଚମ୍ବିତ ହୋଇଯିବା ନିଶ୍ଚିତ (Delhi based restaurant Food bill )।

୧୯୮୫ର ରେଷ୍ଟୁରାଣ୍ଟ୍‌ ବିଲ୍‌

ବର୍ତ୍ତମାନ ସୋସିଆଲ ମିଡିଆରେ ୧୯୮୫ ମସିହାର ରେଷ୍ଟୁରାଣ୍ଟ ବିଲ୍‌ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଖାଦ୍ୟ ଦାମ୍‌ ଦେଖିଲେ ମନ ଖୁସି ହୋଇଯାଉଛି । ବିଲ୍‌ଟି ୧୯୮୫ ମସିହା ଡିସେମ୍ବର ୨୦ ତାରିଖରେ କଟା ଯାଇଛି । ମୋଟ ବିଲ୍‌ ୨୪ ଟଙ୍କା ହୋଇଥିବା ଟ୍ୟାକ୍ସକୁ ମିଶାଇ ମୋଟ ୨୬ ଟଙ୍କା ୩୦ ପଇସା ବିଲ୍‌ ହୋଇଥିଲା(Food bill of 26 rupees) ।

ଆଜି ଆମେ ଗାଡି, ଭଲ ପୋଷାକ, ଘର ଓ ବଙ୍ଗଳା କଥା ଚିନ୍ତା କରୁଥିବା ନିଶ୍ଚୟ । ଆଜିର ଦିନରେ ଏକ ଟଙ୍କାରେ ଏକ ଭଲ ଚକୋଲେଟଟିଏ କିଣିବା ମୁସ୍କିଲ ହୋଇ ପଡ଼ୁଛି । ତେବେ ୮୦ ଦଶକରେ ଏହି ଏକ ଟଙ୍କାର ମୂଲ୍ୟ ଢେର ଅଧିକ ଥିଲା । ତାହା ଦିଲ୍ଲୀରେ ଥିବା ଏକ ରେଷ୍ଟୁରାଣ୍ଟ୍‌ ବିଲ୍‌ରୁ ଜଣା ପଡ଼ୁଛି । ବିଲ୍‌ଟି ବର୍ତ୍ତମାନ ଦିଲ୍ଲୀସ୍ଥିତ ଲଜିଜ୍‌ ନାମକ ରେଷ୍ଟୁରାଣ୍ଟ ପକ୍ଷରୁ ସେୟାର କରାଯାଇଛି । ଲଜପତ୍‌ ନଗରରେ ଏବେବି ଏହି ରେଷ୍ଟୁରାଣ୍ଟ ରହିଛି ।

ବିଲ୍‌ରେ ମୋଟ ୪ଟି ଆଇଟମ୍‌ ରହିଛି । ଯଦି ଜୁମ୍‌ କରି ବିଲ୍‌ଟିକୁ ଦେଖିବେ ଏଥିରେ ଶାହି ପନୀର, ଡାଲ୍‌ ମଖାନି, ରାଇତା ଓ ରୁଟି ରହିଛି । ପ୍ରଥମ ଆଇଟମ୍‌ର ମୂଲ୍ୟ ୮ ଟଙ୍କା ରହିଥିବା ବେଳେ ଦ୍ବିତୀୟ ଆଇଟମ୍‌ର ମୂଲ୍ୟ ୫ ଟଙ୍କା ରହିଛି । ସେହିଭଳି ତୃତୀୟ ଓ ଚତୁର୍ଥ ଆଇଟମ୍‌ର ମୂଲ୍ୟ ୫ ଓ ୬ ଟଙ୍କା ୩୦ ପଇସା ହୋଇଛି । ଟ୍ୟାକ୍ସକୁ ମିଶାଇ ମୋଟ ବିଲ୍‌ ୨୬ ଟଙ୍କା ହୋଇଛି ।

ବର୍ତ୍ତମାନ ସ୍ଥିତିରେ ଆପଣ ଉକ୍ତ ରେଷ୍ଟୁରାଣ୍ଟ ଏତିକି ଆଇଟମ୍‌ ଖାଇଲେ ନିହାତି ଭାବରେ ପକେଟ ଖାଲି ଫେରିବେ । ୮୦ ଦଶକର ଏହି ବିଲ୍‌କୁ ସୋସିଆଲ ମଡିଆରେ ଖୁବ୍‌ ମାଇଲେଜ୍‌ ମିଳୁଛି । ଏହାକୁ ସେୟାର କରିବାରେ ଲାଗିଛନ୍ତି ୟୁଜର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.