ETV Bharat / bharat

Night curfew in Delhi: ଆସନ୍ତାକାଲି ଠାରୁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ - ଦିଲ୍ଲୀରେ ଆସନ୍ତାକାଲି ଠାରୁ ନାଇଟକର୍ଫ୍ୟୁ

ଦିଲ୍ଲୀକୁ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ । ଆସନ୍ତାକାଲି ଠାରୁ ଲାଗୁ ନେଇ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ

Night curfew in Delhi: ଆସନ୍ତାକାଲି ଠାରୁ ଦିଲ୍ଲୀରେ ରାତ୍ରୀକାଳୀନ କର୍ଫ୍ୟୁ

author img

By

Published : Dec 26, 2021, 8:25 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢୁଥିବା ଓମିକ୍ରନ ଭୟ ମଧ୍ୟରେ ପୁଣି ଫେରିଲା ରାତ୍ରିକାଳୀନ କର୍ଫ୍ୟୁ । ଆସନ୍ତାକାଲି ଠାରୁ ସହରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଏହି କର୍ଫ୍ୟୁ ପ୍ରତିଦିନ ରାତି ୧୧ ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ । ଏହି ଅବଧି ମଧ୍ୟରେ କେବଳ ଜରୁରୀ ସେବାକୁ ବାଦଦେଲେ ଅନ୍ୟ ସବୁ ସାଧାରଣ କାର୍ଯ୍ୟକଳାପ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି ।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ଆଜି ଗୋଟିଏ ଦିନରେ 290ଟି କୋଭିଡ ସଂକ୍ରମଣ ମମଲା ସାମ୍ନାକୁ ଆସିଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ସେହିପରି ଆଜି ଗୋଟିଏ ମୃତ୍ୟୁ ମାମଲା ମଧ୍ୟ ସାମ୍ନାକୁ ମଧ୍ୟ ଆସିଛି । ଦେଶରେ ସର୍ବାଧିକ ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ଆକ୍ରାନ୍ତ ମଧ୍ୟ ଦିଲ୍ଲୀରେ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ସଂକ୍ରମଣ ହାର 0.55 ପ୍ରତିଶତକୁ ବୃଦ୍ଧି ପାଇଛି । ଏସବୁ ଆଶଙ୍କା ମଧ୍ୟରେ ସଂକ୍ରମଣ ରୋକିବା ପାଇଁ ଆସନ୍ତାକାଲି ଠାରୁ ଦିଲ୍ଲୀକୁ ଫେରିବାକୁ ଯାଉଛି ରାତ୍ରିକାଳୀନ କର୍ଫ୍ୟୁ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.