ETV Bharat / bharat

କୁହୁଡି କବଳରେ ରାଜଧାନୀ ଦିଲ୍ଲୀ

author img

By

Published : Jan 19, 2021, 12:37 PM IST

କୁହୁଡିମୟ ରାଜଧାନୀ ଦିଲ୍ଲୀ । ସାଫଦରଜଙ୍ଗ ଓ ପାଲାମରେ ପ୍ରାୟ 200ମିଟର ପାଖାପାଖି କିଛି ଦୃଶ୍ୟମାନ ହେଉନାହିଁ । ଅଧିକ ପଢନ୍ତୁ..

କୁହୁଡି କବଳରେ ରାଜଧାନୀ ଦିଲ୍ଲୀ
କୁହୁଡି କବଳରେ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: କୁହୁଡି କବଳରେ ରାଜଧାନୀ ଦିଲ୍ଲୀ । ଆଜି(ମଙ୍ଗଳାବର) କୁହୁଡିର ସ୍ତର ଏତେ ରହିଛି ଯେ ସାଫଦରଜଙ୍ଗ ଓପାଲାମରେ ପ୍ରାୟ 200 ମିଟର ପାଖାପାଖି କିଛି ଦୃଶ୍ୟମାନ ହେଉନାହିଁ । ଆଗାମୀ କିଛି ଦିନ ଧରି ସମାନ ସ୍ଥିତି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଦିଲ୍ଲୀରେ ପ୍ରବଳ କୁହୁଡି ସହିତ ଶୀତ ଜାରି ରହିଛି । କୁହୁଡି ପ୍ରବାହରେ ଦିନ 11ଟା ଯାଏଁ ଘରୁ ବାହାରିବା ସମ୍ଭବ ହେଉନାହିଁ । କୁହୁଡି କାରଣରୁ ଦିଲ୍ଲୀ ବାୟୁ ପ୍ରଦୂଷଣ ବି ବଢିବାରେ ଲାଗିଛି । ଦିନକୁ ଦିନ ଦିଲ୍ଲୀ ପ୍ରଦୂଷଣ ଗୁରୁତର ହେବାରେ ଲାଗିଛି ବୋଲି କହିଛି ସଫର । ରାତ୍ରିର ତାପମାତ୍ରା 5ଡିଗ୍ରୀ ସେଲସିୟସରୁ କମ ରହୁଛି । ଆଗାମୀ କିିଛି ଦିନ ପାଇଁ ଏଭିଳି ସ୍ଥିତି ଜାରି ରହିବା ସହିତ ବର୍ଷା ହେବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କୁହୁଡିର ମାତ୍ରା ଏତେ ଯେ ରାଜଧାନୀରେ ବିମାନ ସେବା ସହିତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି (ମଙ୍ଗଳାବର) 19ଟି ଟ୍ରେନ ଚଳାଚଳ ବିଳମ୍ବ ହୋଇଛି । ଦିଲ୍ଲୀ ପ୍ରଦୂଷଣ ସହିତ କୁହୁଡି ଓ ଶୀତର ପ୍ରବହରେ ହନ୍ତସନ୍ତ ହୋଇପଡିଛନ୍ତି ଦିଲ୍ଲୀବାସୀ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.