ETV Bharat / bharat

Delhi Air Quality: ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା

author img

By

Published : Nov 28, 2021, 3:20 PM IST

କିଛି ଦିନ ତଳେ ସାମାନ୍ୟ ସୁଧାର ଆସିଥିବା ଦିଲ୍ଲୀ ବାୟୁ ଗୁଣବତ୍ତା (Delhi air quality) ଆଜି (ରବିବାର) ପୁଣି ଗୁରୁତର ସ୍ତରରେ ରହିଛି । ଏୟାର କ୍ବାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ NCTରେ ବାୟୁ ଗୁଣବତ୍ତା ସୂଚକାଙ୍କ 372 ପଏଣ୍ଟ ରହିଛି । ଅଧିକ ପଢନ୍ତୁ

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା
ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ: ସୁଧୁରିବା ବଦଳରେ ବିଗିଡିବାରେ ଲାଗିଛି ଦିଲ୍ଲୀ ପରିବେଶ । କିଛି ଦିନ ତଳେ ସାମାନ୍ୟ ସୁଧାର ଆସିଥିବା ଦିଲ୍ଲୀ ବାୟୁ ଗୁଣବତ୍ତା ଆଜି (ରବିବାର) ପୁଣି ଗୁରୁତର ସ୍ତରରେ ରହିଛି । ଏୟାର କ୍ବାଲିଟି ଏବଂ ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନ (SAFAR) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ NCTରେ ବାୟୁ ଗୁଣବତ୍ତା ସୂଚକାଙ୍କ 372 ପଏଣ୍ଟ ରହିଛି । ଦିଲ୍ଲୀ ବାୟୁ ମଣ୍ଡଳ ଧୂଆଁମୟ ହୋଇଛି ।

ସକାଳ ୬ଟା ୨୦ ସୁଦ୍ଧା ଗୁରୁଗ୍ରାମ ଓ ନୋଏଡାରେ ଏୟାର କ୍ବାଲିଟି ମାନ ଯଥାକ୍ରମେ ୩୪୯ ଓ ୪୯୭ ରହିଛି । ଯାହା ଗୁରୁତର ଓ ଅତି ଗୁରୁତର ରହିଛି । ହାର୍ଟ ଓ ଫୁସଫୁସ ସମସ୍ୟା ଥିବା ବ୍ୟକ୍ତି, ବୟସ୍କ ଓ ଶିଶୁମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସାଫାର(SAFAR) । ଦିଲ୍ଲୀ ଗମ୍ଭୀର ସ୍ଥିତି ପାଇଁ ସମସ୍ତ ସ୍କୁଲ କଲେଜ ବନ୍ଦ ରହିଛି । ଘରୁ ଅଫିସ କାର୍ଯ୍ୟ କରୁଛନ୍ତି ଅଧିକାରୀ । ଆସନ୍ତା ନଭେମ୍ବର ୨୯ ତାରିଖରୁ ସମସ୍ତ ସ୍କୁଲ କଲେଜ ପୁଣି ଖୋଲିବାକୁ ଯାଉଛି ।

ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ 0-5 ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । 51-100 ମଧ୍ୟରେ ରହିଲେ ସନ୍ତୋଷଜନକ ଓ 101-200 ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । 201-300 ଖରାପ ଏବଂ 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ 401-500 ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.