ETV Bharat / bharat

Sputnik V ଟିକା ବିତରଣରେ ବିଳମ୍ବ, ଅଗଷ୍ଟ ସୁଦ୍ଧା ସମସ୍ୟାର ହେବ ସମାଧାନ - Delay in delivery of Sputnik V to be fully resolved in August

ଭାରତରେ ସ୍ପୁଟନିକ୍ ଭି (Sputnik V) ଟିକା ବିତରଣରେ ବିଳମ୍ବ ହେବାର ସମସ୍ୟା ଅଗଷ୍ଟ ସୁଦ୍ଧା ସମାଧାନ ହେବ। ଏନେଇ ବୁଧବାର ସ୍ପୁଟନିକ୍ ଭି ଟିମ୍ ଏନେଇ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

Sputnik V ଟିକା ବିତରଣରେ ବିଳମ୍ବ, ଅଗଷ୍ଟ ସୁଦ୍ଧା ସମସ୍ୟାର ହେବ ସମାଧାନ

author img

By

Published : Aug 5, 2021, 2:11 PM IST

ନୂଆଦିଲ୍ଲୀ: ଭାରତରେ ସ୍ପୁଟନିକ୍ ଭି (Sputnik V) ଟିକା ବିତରଣରେ ବିଳମ୍ବ ହେବାର ସମସ୍ୟା ଅଗଷ୍ଟ ସୁଦ୍ଧା ସମାଧାନ ହେବ। ଏନେଇ ବୁଧବାର ସ୍ପୁଟନିକ୍ ଭି ଟିମ୍ ଏନେଇ ସୂଚନା ଦେଇଛନ୍ତି। କୁହାଯାଉଛି ଯେ ଟିକା ଉତ୍ପାଦନରେ ବୃଦ୍ଧି ହେତୁ ଟିକା ବିତରଣ ପାଇଁ ସମୟ ଲାଗୁଛି। କିନ୍ତୁ ଏହା ଅଗଷ୍ଟ ସୁଦ୍ଧା ସମାଧାନ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଭ୍ୟାକ୍ସିନ୍ ଇଣ୍ଟରନ୍ୟାସନାଲ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଗାମାଲିଆ କେନ୍ଦ୍ର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ସ୍ପୁଟନିକ୍ ଭି ଟିକା କୋରୋନା ବିରୁଦ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । ଏହା ଡେଲ୍ଟା ପ୍ରଜାତି ବିରୁଦ୍ଧରେ ମଧ୍ୟ ବହୁତ ପ୍ରଭାବଶାଳୀ । ଅନ୍ୟ ଟିକା ତୁଳନାରେ ଏହାର କୌଣସି ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଦଳ ଏହା ମଧ୍ୟ କହିଛି ଯେ ସ୍ପୁଟନିକ୍ ଭି ଅନେକ ଦେଶରେ ଜାତୀୟ ଟୀକାକରଣ ଅଭିଯାନର ଏକ ଅଂଶ ହୋଇପାରିଛି। ତେଣୁ ଆର୍ଜେଣ୍ଟିନା ଏବଂ ମେକ୍ସିକୋରେ କୋରୋନା ମାମଲାରେ ହ୍ରାସ ଘଟିଛି।

ଏହାପୂର୍ବରୁ, ରଷିୟାନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ କହିଛି ଯେ, ଭାରତରେ ଋଷର କୋରୋନା ଟିକା ‘ସ୍ପୁଟନିକ୍ ଭି’ର ଉତ୍ପାଦନ ସେପ୍ଟେମ୍ବରରୁ ସମ୍ପୂର୍ଣ୍ଣ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ଏହାସହ ଆରଡିଆଇଏଫ୍ (RDIF) ଆଶା ପ୍ରକଟ କରିଛି ଯେ, ବିଶ୍ବର ସର୍ବ ବୃହତ ଟିକା ଉତ୍ପାଦନକାରୀ କମ୍ପାନୀ - ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଗ୍ଲାଣ୍ଡ ଫାର୍ମା, ହେଟେରୋ ବାୟୋଫାର୍ମା, ପାନାସିଆ ବାୟୋଟେକ୍, ଷ୍ଟେଲିସ୍ ବାୟୋଫାର୍ମା, ଭିର୍ଚ୍ଚୋ ବାୟୋଟେକ୍ ଏବଂ ମୋରେପେନ୍ ଲାବୋରେଟୋରୀ ସହିତ ସ୍ପୁଟନିକ ଭି ଟିକା ପାଇଁ ମଧ୍ୟ ଭାରତ ବିଶ୍ବର ଏକ ପ୍ରମୁଖ ଉତ୍ପାଦନ ହବ ହୋଇପାରିବ । ଏହା ମଧ୍ୟ କୁହାଯାଇଥିଲା ଯେ ଅଗଷ୍ଟ ଶେଷ ସୁଦ୍ଧା ଭାରତରେ ସ୍ପୁଟନିକ୍ ଭି ବିତରଣ ତ୍ୱରାନ୍ୱିତ ହୋଇପାରେ। ଡକ୍ଟର ରେଡ୍ଡୀ ଲାବୋରେଟୋରୀଗୁଡିକ ଭାରତରେ ସ୍ପୁଟନିକ୍ ଭି ଉତ୍ପାଦନ ପାଇଁ ମେ 2021 ରେ RDIF ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ ।

ସ୍ପୁଟନିକ୍ ଭି ଟିକା ଉତ୍ପାଦନ ପାଇଁ ଋଷର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ, 6ଟି ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନୀ ସହିତ ଚୁକ୍ତି କରିଛି। ଏହି ଚୁକ୍ତିନାମା ଅନୁଯାୟୀ, ଡ . ରେଡ୍ଡୀ ଭାରତରେ ଏହି ଟିକାର 12.5 କୋଟି ଡୋଜ ବିକ୍ରି କରିବେ। ତେବେ ‘ସ୍ପୁଟନିକ୍ ଭି’, ଦି ଗାମାଲାୟା ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମୋଲୋଜି ଏବଂ ମାଇକ୍ରୋବାୟୋଲୋଜି ଦ୍ୱାରା ଡିଜାଇନ୍ କରାଯାଇଥିଲା । ଏହାର ନିଜସ୍ୱ ଟ୍ୱିଟର ଆକାଉଣ୍ଟ ଅଛି ଯାହା ବିଶ୍ବର ପ୍ରଥମ ପଞ୍ଜୀକୃତ କୋଭିଡ ଟିକା ଭାବରେ ଜଣାଶୁଣା ଏବଂ ଋଷ, ଦକ୍ଷିଣ କୋରିଆ, ଆର୍ଜେଣ୍ଟିନା ଏବଂ ୟୁଏଇ ସମେତ 69 ଟି ଦେଶରୁ ଏହାକୁ ମଞ୍ଜୁରୀ ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.