ETV Bharat / bharat

JNU ଭିସିଙ୍କ ବିବାଦୀୟ ବୟାନ, କହିଲେ ଭଗବାନ ଜଗନ୍ନାଥ ଆଦିବାସୀ

author img

By

Published : Aug 23, 2022, 1:33 PM IST

ଚର୍ଚ୍ଚାରେ JNU କୁଳପତି ଶାନ୍ତିଶ୍ରୀ ଧୁଳିପୁଡି ପଣ୍ଡିତଙ୍କ ମନ୍ତବ୍ୟ । କୌଣସି ବି ହିନ୍ଧୁ ଦେବାଦେବୀ ଉଚ୍ଚ ଜାତିର ନୁହନ୍ତି । ଏପରିକି ଭଗବାନ ଶିବ ମଧ୍ୟ ଶୁଦ୍ର । ଅଧିକ ପଢନ୍ତୁ

ଚର୍ଚ୍ଚାରେ ଜେଏନୟୁ ଜେଏନୟୁ ଭିସିଙ୍ଗ ମନ୍ତବ୍ୟ
ଚର୍ଚ୍ଚାରେ ଜେଏନୟୁ ଜେଏନୟୁ ଭିସିଙ୍ଗ ମନ୍ତବ୍ୟ

ନୂଆଦିଲ୍ଲୀ: ଜାତି ସମ୍ବନ୍ଧୀୟ ହିଂସାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ଜେଏନୟୁ (jawaharlal nehru university)। ଆଉ ଏବେ ପୁଣି ଭଗବାନଙ୍କୁ ନେଇ ଜେଏନୟୁ କୁଳପତି ଶାନ୍ତିଶ୍ରୀ ଧୁଳିପୁଡି ପଣ୍ଡିତଙ୍କ ବୟାନ ଚର୍ଚ୍ଚାରେ ରହିଛି । ହିନ୍ଦୁ ଦେବାଦେବୀଙ୍କ ଉପରେ ସେ କହିଛନ୍ତି, ''ମାନବ ବିଜ୍ଞାନର ସୃଷ୍ଟିରେ ଦେବତା ଉଚ୍ଚ ଜାତିର ନୁହନ୍ତି । ଏପରିକି ଭଗବାନ ଶିବ ମଧ୍ୟ ଅନୂସୁଚିଚ ଜାତି କିମ୍ବା ଜନଜାତିର ହୋଇପାରନ୍ତି । ଭଗବାନ ଶିବ ଶୁଦ୍ର ।'' ଏପରି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ । ତାଙ୍କ ବୟାନକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଛି ।

ଦେଶରେ ଜାତି ସମ୍ବନ୍ଧୀୟ ହିଂସା ମଧ୍ୟରେ ବିଚାର ରଖନ୍ତୁ । ମନୁଷ୍ୟ ଜାତିର ବିଜ୍ଞାନ ଅନୁସାରେ ଦେବତା ଉଚ୍ଚ ଜାତିର ନୁହନ୍ତି । ଡାକ୍ତର ବିଆର ଆମ୍ବେଦକରଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏପରି କହିଛନ୍ତି । ସେ ଆହୁରି କହିଛନ୍ତି, ''ମୁଁ ସବୁ ମହିଳାଙ୍କୁ କହୁଛି କି ମାନବ ବିଜ୍ଞାନ ଅନୁଯାୟୀ ସମସ୍ତ ମହିଳା ଶୁଦ୍ର । ମୋତେ ଲାଗୁଛି କିଛି ଏପରି ଅଠଛ ଯାହା ଅସାଧାରଣ ଭାବରେ ପ୍ରତିଗାମୀ । ଆମ ଦେବତାଙ୍କ ଉତ୍ପତି ମନୁଷ୍ୟ ଜାତିର ବିଜ୍ଞାନ ହିସାବରେ ଜାଣିବାକୁ ହେବ । କୌଣସି ଭଗବାନ ବ୍ରାହ୍ମଣ ନୁହନ୍ତି । ସବୁଠୁ ଉଚ୍ଚ କ୍ଷେତ୍ରୀୟ । ଭଗବାନ ଶିବ ଅନୁସୂଚିତ ଜାତି କିମ୍ବା ଜନଜାତି ହୋଇପାରନ୍ତି । କାରଣ ସେ ଶଶ୍ମାନରେ ବସନ୍ତି । ତାଙ୍କ ସହିତ ସାପ ରୁହନ୍ତି। ସେ ବହୁକ କମ ବସ୍ତ୍ର ପିନ୍ଧନ୍ତି । ମୋତେ ଲାଗୁନାହିଁ କି ବ୍ରାହ୍ମଣ ଶଶ୍ମାନରେ ବସି ପାରିବେ ।''

ଜେଏନୟୁ କୁଳପତି ଆହୁରି କହିଛନ୍ତି, ''ମାତା ଲକ୍ଷ୍ମୀ, ଭଗବାନ ଜଗନ୍ନାଥ ମଧ୍ୟ ମନୁଷ୍ୟ ଜାତିର ବିଜ୍ଞାନ ଅନୁସାରେ ଉଚ୍ଚ ଜାତିର ନୁହନ୍ତି । ବାସ୍ତବରେ ଭଗବାନ ଜଗନ୍ନାଥ ଆଦିବାସୀ । ତେବେ ଆମେ ଏ ଭେଦଭାବ କାହିଁକି ରଖିବା ଯାହା ଅମାନବୀୟ । ଆମ ଆଧୁନିକ ଭାରତର କେଉଁ ନେତା ନାହାନ୍ତି ଯିଏ ଏତେ ମହାନ ବିଚାରକ ଥିଲେ ।

ଏହା ବି ପଢନ୍ତୁ...ବିହାର ବିଷ୍ଣୁପଦ ମନ୍ଦିରରେ ମୁସଲିମ ମନ୍ତ୍ରୀଙ୍କ ପ୍ରବେଶକୁ ନେଇ ହଇଚଇ

ସେ ଆହୁରି କହିଛନ୍ତି, ''ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ । ଏହା ଜୀବନ ପାଇଁ ବଞ୍ଚିବାର ପଦ୍ଧତି। ଯଦି ଏହା ଜୀବନର ପଦ୍ଧତି ତେବେ ଆଲୋଚନା ପାଇଁ କାହିଁକି ଡରିବା । ଗୌତମ ବୁଦ୍ଧ ଆମ ସମାଜରେ ସଂଚରିତ ଭେଦଭାବ ଉପରେ ଆମକୁ ଜାଗ୍ରତ କରିବାରେ ପ୍ରଥମ ବ୍ୟକ୍ତତ୍ବ ଥିଲେ ।'' କୁଳପତିଙ୍କ ଏ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.