ETV Bharat / bharat

କେମିତି ହୁଏ ସାଇବର ଠକେଇ, ଏଥିରୁ ବର୍ତ୍ତିବେ କିପରି ?

author img

By

Published : May 29, 2022, 12:36 PM IST

ସାଇବର ଠକଙ୍କ ଜାଲରେ ଦେଶବାସୀ । ଲୋଭନୀୟ ଅଫରଦେଇ କରୁଛନ୍ତି ଲୁଟ । କେତେବେଳେ ସୋସିଆଲ ମିଡିଓ ତ ଆଉ କେତେବେଳେ ଫୋନ ପେ, ଗୁଗୁଲ ପେ ମାଧ୍ୟମରେ ଠକୁଛନ୍ତି ସାଇବର ଠକ । ତେବେ ଏଥିରୁ ବର୍ତ୍ତିବାକୁ ହେଲେ ସଚେତନ ରହିବା ନିହାତି ଆବଶ୍ୟକ । ଅଧିକ ପଢନ୍ତୁ

କେମିତି ହୁଏ ସାଇବର ଠକେଇ, ଏଥିରୁ ବର୍ତ୍ତିବେ କିପରି ?
କେମିତି ହୁଏ ସାଇବର ଠକେଇ, ଏଥିରୁ ବର୍ତ୍ତିବେ କିପରି ?

ହାଇଦ୍ରାବାଦ: ସାଇବର ଠକଙ୍କ ଜାଲରେ ଛନ୍ଦି ହୋଇପଡିଲେଣୀ ଦେଶବାସୀ । ଦେଶର କୋଣ କୋଣରେ ସାଇବର ଠକ ଆକ୍ଟିଭ ରହିଥିବା ବେଳେ ଠକାମିର ଶିକାର ହେଉଛନ୍ତି ସାଧାରଣ ଜନତା । ବଡ ବଡିଆଙ୍କ ଠାରୁ ଆରମ୍ଭ କରି ଗରିବ ଶ୍ରେଣୀର ଲୋକଟିଏ ମଧ୍ୟ ସାଇବର ଠକଙ୍କ ଜାଲରେ ପଡୁଛନ୍ତି । ଭିନ୍ନ ଭିନ୍ନ ପନ୍ଥା ଆପଣାଇ ଟଙ୍କା ଓ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରି ନେଉଛନ୍ତି ସାଇବର ଅପରାଧି । ଅନେକ ସମୟରେ ଫୋନକୁ ଫେକ କଲ ମଧ୍ୟ ଆସେ, ଯେଉଁଥିରେ ଜଣ ବ୍ୟକ୍ତି ଆପଣଙ୍କୁ ଲୋଭନୀୟ ଅଫର କିମ୍ବା ଆପଣଙ୍କ ସମ୍ପର୍କୀୟ ବିପଦରେ ଥିବା କହି ଆପଣଙ୍କ ଅଜାଣତରେ ଲୁଟି ନିଅନ୍ତି ଟଙ୍କା । ଫୋନ ପେ, ଗୁଗୁଲ ପେ ଓ କ୍ୟୁର କୋର୍ଡ ମାଧ୍ୟରେ ଟଙ୍କା ଲୁଟିଥାନ୍ତି ସାଇବର ଅପରାଧି । ଏ ତେବେ ଏହି ଅଦୃଶ୍ୟ ଅପରାଧିଙ୍କ ଠାରୁ ବଞ୍ଚିବାକୁ ହେଲେ ସଚେତନ ରହିବା ନିହାତି ଜରୁରୀ ହୋଇପଡିଛି ।

କେମିତି ଠକନ୍ତି ସାଇବର ଠକ ଓ କିପରି ବର୍ତ୍ତିବେ

ଲୋଭନୀୟ ଅଫର ଦେଇ ଠକନ୍ତି ସାଇବର ଠକ

ଅନେକ ସମୟରେ ସାଇବର ଠକ ଫେକ ନମ୍ବରରେ କଲରେ ଲୋଭନୀୟ ଅଫର ଦେଇ କଥା ହୋଇଥାନ୍ତି । ଏମିତିକି କମ୍ପାନୀରେ ଟଙ୍କା ବିନେଯୋଗ କଲେ ଆପଣଙ୍କୁ ୫୦ ପ୍ରତିଶତରୁ ଅଧିକ ଲାଭ ମିଳିବା ନେଇ କହିଥାନ୍ତି । ଯଦି ଆପଣ ତାଙ୍କ ଲୋଭନୀୟ ଅଫରରେ ରାଜି ହୋଇଯାଉଛନ୍ତି ତେବେ ଜାଣି ନିଅନ୍ତୁ ଆପଣ ଠକାମିର ଶିକାର ହେଉଛନ୍ତି । ଯଦି କେହି କଲ କରି ଆପଣଙ୍କୁ ଅଫର ଦେଉଛି ତେବେ ସାବଧାନ ହୋଇଯାଆନ୍ତୁ । ଏମିତି ନମ୍ବରରେ କଲ ଆସୁଥିବା ବ୍ୟକ୍ତିଙ୍କ କଥାରେ ବିଭୋର ହୁଅନ୍ତୁ ନାହିଁ । ସବୁଠାରୁ ବଡ କଥା ହେଉଛି କୌଣସି କମ୍ପାନୀ କେବେବି ଫୋନ କରି ସିଧାସଳଖ ଟଙ୍କା ବିନିଯୋଗ ପାଇଁ ଫୋନ କରନ୍ତି ନାହିଁ । ଏପରି କଲ ଆସିଥିଲେ ତୁରନ୍ତ ଆପଣ ନମ୍ବରଟିକୁ ବ୍ଲକ କରିବା ସହ ଫୋନର ସେଟିଂ ପରିବର୍ତ୍ତନ କରନ୍ତୁ ।

ଇନଷ୍ଟା ଲୋନ ଆପ ସ୍କାମ

ଅନେକ ସମୟରେ ସୋସିଆଲ ମିଡିଆରେ ଇନଷ୍ଟା ଲୋନ ଆପର ଲିଙ୍କ ଆସିଥାଏ । ଯଦି ଆପଣ ଏହାକୁ କ୍ଲିକ କଲେ ବିନା ଡକ୍ୟୁମେଣ୍ଟରେ ଲୋନ ଦିଆଯିବା ନେଇ ତଥ୍ୟ ଥାଏ । ଏଥିପାଇଁ ଆପଣଙ୍କୁ କେବଳ ଆପରେ ପଞ୍ଜିକରଣ କରିବାକୁ ପଡିବାକୁ କୁହାଯାଇଥାଏ । ତେବେ ଯଦି ଆପଣଙ୍କ ପାଖକୁ ସୋସିଆଲ ମିଡିଆରେ ଏପରି ଲିଙ୍କ ଆସୁଛି ତେବେ ସାବଧାନ ହୋଇଯାଆନ୍ତୁ, କାହିଁକି ନା ଆପଣ ଏହା କରିବେ ସାଇବର ଠକାମିର ଶିକାର ହେବେ । ଏହି ଆପରେ ପଞ୍ଜିକରଣ କଲେ ଆପଣଙ୍କ ଫୋନରେ ଥିବା ଫଟୋ ଭିଡିଓ ଓ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ନେଇ ହାଇରାଣ କରିପାରନ୍ତି ସାଇବର ଅପରାଧି ଏବଂ ଏଥି ପାଇଁ ଟଙ୍କା ମଧ୍ୟ ଦେବାକୁ ଦାବି କରିଥାନ୍ତି । ତେଣୁ ଯଦି କିଛି ଲିଙ୍କ ଆପଣଙ୍କ ଫୋନକୁ ଆସୁଛି ତେବେ ଏହାକୁ କ୍ଲିକ କରନ୍ତୁ ନାହିଁ । କାହିଁକିନା କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନ ଉପଯୁକ୍ତ ଦସ୍ତାବିଜ ବିନା ଲୋନ ଦିଅନ୍ତି ନାହିଁ ।

ଫେକ ଫେସବୁକ ଆଇଡି ସ୍କାମ

ବିଶେଷ କରି ସୋସିଆଲ ମଡିଆ ମାଧ୍ୟରେ ସାଇବର ଠକ ଠକାମିର ଜାଲ ବିଛାଇଥାନ୍ତି । ସୋସିଆଲ ମିଡିଆରେ ଯେକୌଣସି ବ୍ୟକ୍ତିଙ୍କ ତଥ୍ୟ ହାସଲ କରି ଠକାମି ଜାଲ ପ୍ରସ୍ତୁତ କରନ୍ତି । କେହି ଜଣେ ବ୍ୟକ୍ତିଙ୍କ ନାମରେ ଏକ ଫେକ ଆକାଉଣ୍ଟ ଖୋଲିଏଥିରେ ସେହି ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେଇଥାନ୍ତି । ଏହାପରେ ସେହି ବ୍ୟକ୍ତିଙ୍କ ସମସ୍ତ ପରିଚିତଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥାନ୍ତି ସାଇବର ଠକ । ଏହାପରେ ରିକ୍ୟୁଏଷ୍ଟ ଗ୍ରହଣ କରିବା ପରେ ବିଭିନ୍ନ ବାହାନା ଦେଖାଇ ଟଙ୍କା ମାଗିଥାନ୍ତି । ଏହାକୁ ଅନେକ ବିଶ୍ବାସ କରି ଗୁଗୁଲ ପେ ବା ଫୋନ ପେରେ ଟଙ୍କା ମଧ୍ୟ ପଠାଇଥାନ୍ତି । ଏଥିରୁ ବର୍ତ୍ତିବା ପାଇଁ ଆପଣଙ୍କର ଫେସବୁକ୍ ଆକାଉଣ୍ଟର ଗୋପନୀୟତା ସେଟିଂ ସମୂହକୁ 'ପବ୍ଲିକ୍' ପରିବର୍ତ୍ତେ ' ଓନ୍ଲି ଫ୍ରେଣ୍ଡସରେ ପରିବର୍ତ୍ତନ କରନ୍ତୁ । ଆପଣଙ୍କର ପ୍ରୋଫାଇଲ୍ ଲକ୍ କରିବା ମଧ୍ୟ ଅଧିକ ନିରାପଦ କାରଣ ଆପଣଙ୍କର ବନ୍ଧୁ ତାଲିକା ବାହାରେ କେହି ଆପଣଙ୍କ ଫଟୋ କିମ୍ବା ତଥ୍ୟକୁ ସେହି ଉପାୟରେ ପ୍ରବେଶ କରିପାରିବେ ନାହିଁ ।

ଯଦି କେହି ସାଇବର ଠକାମିର ଶିକାର ହେଉଛନ୍ତି ତେବେ ବ୍ୟସ୍ତ ହେବା ଜରୁରୀ ନୁହେଁ । ବର ଏହା ବିରୋଧରେ ସାଇବର ଥାନାରେ ଅଭିଯୋଗ ମଧ୍ୟ କରିପାରିବେ । ଠକାମିର ଶିକାର ହେବାର କିଛି ସମୟ ମଧ୍ୟରେ ଯଦି ଅଭିଯୋଗ କରନ୍ତି ତେବେ ଆପଣ ହରାଇଥିବା ଟଙ୍କା ମଧ୍ୟ ଫେରି ପାଇବେ । ଅନେକ ସମୟରେ ଏହା ମଧ୍ୟ ସମ୍ଭବ ହୋଇନଥାଏ । ତେଣୁ ଯଦି ସାଇବର ଠକଙ୍କ କବଳରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ ସଚେତନ ରୁହନ୍ତୁ ଓ ଅନ୍ୟକୁ ମଧ୍ୟ ସଚେତନ କରାନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.