ETV Bharat / bharat

ୟୁକ୍ରେନ ଯୁଦ୍ଧରେ ମଧ୍ୟ ଜାରି ରହିଛି ଋଷରୁ ଭାରତକୁ ଯୁଦ୍ଧାସ୍ତ୍ର ଯୋଗାଣ, ଅନ୍ତର୍ଜୀତୀୟ କଟକଣା ଯୋଗୁଁ ପେମେଣ୍ଟ ପ୍ରଭାବିତ ହେବା ଆଶଙ୍କା - ଋଷରୁ ଭାରତକୁ ଆସିବ ଯୁଦ୍ଧାସ୍ତ୍ର

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତକୁ ଋଷରୁ ଜାରି ରହିଛି ଯୁଦ୍ଧାସ୍ତ୍ର ଯୋଗାଣ । ପ୍ରକ୍ରିୟା ପ୍ରଭାବିତ କରିପାରେ ଅନ୍ତର୍ଜାତୀୟ ଆର୍ଥିକ କଟକଣା । ସମ୍ଭାବ୍ୟ ସମସ୍ୟାର ସମାଧାନ ଖୋଜୁଛନ୍ତି ଦୁଇ ଦେଶ । ଅଧିକ ପଢନ୍ତୁ

ୟୁକ୍ରେନ ଯୁଦ୍ଧ ମଧ୍ୟ ଜାରି ରହିଛି ଋଷରୁ ଭାରତକୁ ଯୁଦ୍ଧାସ୍ତ୍ର ଯୋଗାଣ, ଅନ୍ତର୍ଜୀତୀୟ କଟକଣା ଯୋଗୁ ପେମେଣ୍ଟ ପ୍ରଭାବିତ ହେବା ଆଶଙ୍କା

author img

By

Published : Apr 14, 2022, 10:38 PM IST

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତକୁ ଋଷରୁ ଜାରି ରହିଛି ଯୁଦ୍ଧାସ୍ତ୍ର ଯୋଗାଣ । ନିକଟରେ ଋଷରୁ ଆଉ ଏକ ପ୍ରତିରକ୍ଷା ସାମଗ୍ରୀର ସିପମେଟ ଆସି ଭାରତରେ ପହଞ୍ଚିଛି । ଏୟାର କ୍ରାଫ୍ଟ ଇଞ୍ଜିନ ଓ କିଛି ପ୍ରତିରକ୍ଷା ଯନ୍ତ୍ରାଂଶ ଭାରତ ସଦ୍ୟତମ ଭାବେ ଗ୍ରହଣ କରିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ତେବେ ନିକଟ ଭବିଷ୍ୟତରେ ଏହି ପ୍ରକ୍ରିୟା ପୂର୍ବ ପରି ଜାରି ରହିବ ନା ବାଧାପ୍ରାପ୍ତ ହେବ ସେନେଇ ଚିନ୍ତାଜନକ କାରଣ ମଧ୍ୟ ସାମ୍ନାକୁ ଆସିଛି । କାରଣ ଅନ୍ତର୍ଜାତୀୟ ସମୁଦାୟ ଋଷ ଉପରେ ଲଗାଇଥିବା ଆର୍ଥିକ କଟକଣା ଯୋଗୁଁ ଭାରତ ଋଷକୁ ଅର୍ଥରାଶି ପେମେଣ୍ଟ କରିବାରେ କିଛିଟା ବ୍ୟାଙ୍କ ଜନିତ ସମସ୍ୟାର ସାମ୍ନା କରିପାରେ ।

ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ସଙ୍କଟ ମଧ୍ୟରେ ଭାରତକୁ ଯୋଗାଣ ପ୍ରକ୍ରିୟାକୁ ପ୍ରଭାବିତ କରି ପାରିନାହିଁ । କିନ୍ତୁ ଆଗାମି ଦିନରେ ଏହି ପ୍ରକ୍ରିୟା ତ୍ବରନ୍ବିତ ରହିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପେମେଣ୍ଟ କ୍ଲିୟର କରିପାରେ ଭାରତୀୟ କର୍ତ୍ତୁପକ୍ଷ କିଛି ସମସ୍ୟାର ସାମ୍ନା କରିପାରନ୍ତି । ଅନ୍ତର୍ଜାତୀୟ ଆର୍ଥିକ କଟକଣା ଫଳରେ ସମ୍ପୃକ୍ତ ବ୍ୟାଙ୍କ ଗୁଡିକୁ ପେମେଣ୍ଟ କରିବାରେ ଯଦି କୌଣସି ବାଧା ସୃଷ୍ଟି ହୁଏ ତେବେ ଯୋଗାଣ ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରାଯାଉଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଆସନ୍ନ ସମସ୍ୟାର ସମାଧାନ ବା ବିକଳ୍ପ ଖୋଜିବା ପାଇଁ ଉଭୟ ଭାରତ ଏବଂ ଋଷ କାର୍ଯ୍ୟ କରୁଛନ୍ତି ଏବଂ ଅନେକ ସମ୍ଭାବ୍ୟ ବିକଳ୍ପ ଅନୁସନ୍ଧାନ ମଧ୍ୟ କରାଯାଉଛି । ଭାରତ ଋଷ ମଧ୍ୟରେ ଯୁଦ୍ଧାସ୍ତ୍ର ଯୋଗାଣ ନେଇ ଏକାଧିକ ଚୁକ୍ତି ହୋଇ ସାରିଥିବା ବେଳେ ଏସ-400 ସମେତ ଅନ୍ୟ କିଛି ପ୍ରତିରକ୍ଷା ସାମଗ୍ରୀ ମଧ୍ୟ ଭାରତ ଗ୍ରହଣ କରିସାରିଛି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.