ETV Bharat / bharat

Union Budget: ପ୍ରତିରକ୍ଷା କ୍ଷେତ୍ର ପାଇଁ 5.94 ଲକ୍ଷ କୋଟି ବ୍ୟୟବରାଦ

ଚଳିତ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ 5.94 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ । ଅଧିକ ପଢନ୍ତୁ

author img

By

Published : Feb 1, 2023, 1:35 PM IST

Updated : Feb 1, 2023, 8:05 PM IST

Union Budget: ପ୍ରତିରକ୍ଷା କ୍ଷେତ୍ର ପାଇଁ 5.94 ଲକ୍ଷ କୋଟି

ହାଇଦ୍ରାବାଦ: ଚଳିତ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ 5.94 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଆର୍ଥିକ ବର୍ଷ 2023-24 ପାଇଁ ଏହି ଅର୍ଥରାଶି ଘୋଷଣା କରାଯାଇଛି । ଭାରତୀୟ ସଶସ୍ତ୍ର ବଳର ଆଧୁନିକୀକରଣ ସହ ଯନ୍ତ୍ରାଂଶ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କ୍ରୟ, ବିକଶିତ କରିବାରେ ଏହି ରାଶି ଖର୍ଚ୍ଚ ହେବ । ବର୍ତ୍ତମାନ ସମୟରେ ବୈଶ୍ବିକ ସ୍ଥିତିରେ ଦେଶର ପ୍ରତିରକ୍ଷା ବଜେଟ ଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ପ୍ରତିବର୍ଷ ପରି ଚଳିତଥର ମଧ୍ୟ ପ୍ରତିରକ୍ଷା କ୍ଷେତ୍ରକୁ ସାଧାରଣ ବଜେଟରେ ସର୍ବାଧିକ ବ୍ୟୟବରାଦ ଯାଇଛି ।

ପ୍ରତିରକ୍ଷା ବଜେଟକୁ ଗତବର୍ଷ 5.25 ଲକ୍ଷ କୋଟିର ବ୍ୟୟବରାଦ ମିଳିଥିବା ବେଳେ ଚଳିତବର୍ଷ (2023-24) ବଜେଟରେ ଏହି ରାଶି ପରିମାଣ ବୃଦ୍ଧି ପାଇ 5.94 ଲକ୍ଷ କୋଟିରେ ପହଞ୍ଚିଛି । ଭାରତୀୟ ସଶସ୍ତ୍ର ବଳ ପାଇଁ ଅସ୍ତ୍ରଶସ୍ତ୍ର, ବିମାନ, ଯୁଦ୍ଧ ଜାହାଜ ଏବଂ ଅନ୍ୟାନ୍ୟ ସାମରିକ ସରଞ୍ଜାମ କ୍ରୟ କରିବାରେ ମୋଟ 1.62 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତେବେ ଗତବର୍ଷ ବଜେଟରେ ଏହି ରାଶି 1.52 ଲକ୍ଷ କୋଟି ଥିଲା । ଚଳିତ ବଜେଟ (2023-24) ରେ ରାଜସ୍ୱ ବ୍ୟୟ ପାଇଁ 2,70,120 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଯେଉଁଥିରେ ବେତନ ଦେୟ ଏବଂ ପ୍ରତିଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଗତବର୍ଷ (2022-23)ରେ ରାଜସ୍ୱ ବ୍ୟୟ ପାଇଁ ବଜେଟ୍ ଆବଣ୍ଟନ ରାଶି ଥିଲା 2,39,000 କୋଟି ଟଙ୍କା ଥିଲା ।

ସେହିପରି ପ୍ରତିରକ୍ଷା ପେନସନ୍ ପାଇଁ ପୃଥକ ଭାବରେ 1,38,205 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଚଳିତବର୍ଷର ବଜେଟରେ ମୋଟ ପ୍ରତିରକ୍ଷା କ୍ଷେତ୍ରକୁ 5,93,537.64 କୋଟି ଟଙ୍କାର ଅନୁଦାନ ମିଳିବ । ଏବେ ଋଷ-ୟୁକ୍ରେନ ଯୁଦ୍ଧ ବୈଶ୍ବିକ ସାମରିକ ସ୍ଥିତିକୁ ବଦଳାଇ ଦେଇଥିବା ବେଳେ ଭାରତର ପାରମ୍ପରିକ ଶତୃ ଚୀନ ସହ ସୀମା ବିବାଦ ମଧ୍ୟ ବଡ ଆହ୍ବାନ ହୋଇ ଛିଡାହୋଇଛି । ସେନାର ଆଧୁନିକୀକରଣ ସହ ପ୍ରତିରକ୍ଷା କ୍ଷେତ୍ରରେ ଯୁଦ୍ଧାସ୍ତ୍ର ଓ ଅନ୍ୟ ସାମଗ୍ରୀର ଉତ୍ପାଦନରେ ଆତ୍ମନିର୍ଭରତା ବଢାଇବା ଉପରେ ଭାରତ ସରକାରଙ୍କ ପକ୍ଷରୁ ଗୁରୁତ୍ବ ଦିଆଯାଉଛି । ଏପରି କ୍ଷେତ୍ରରେ ଦେଶର ସାଧାରଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ମିଳିବାକୁ ଥିବା ବ୍ୟୟବରାଦ ରାଶିର ପିରମାଣ ଉପରେ ସମସ୍ତଙ୍କ ନଜର ଥିଲା । ପୂର୍ବ ଧାରା ବଳବତ୍ତର ରଖି ପ୍ରତିରକ୍ଷା କ୍ଷେତ୍ର ପ୍ରାୟ 6 ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ପାଇବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2023, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.