ETV Bharat / bharat

ପୁଲୱାମା ଆକ୍ରମଣକୁ ଦୁଇବର୍ଷ, ବୀରପୁତ୍ରଙ୍କୁ ଝୁରୁଛି ଦେଶ

author img

By

Published : Feb 14, 2021, 10:45 AM IST

ପୁଲୱାମା ଆକ୍ରମଣକୁ ପୁରିଛି ଦୁଇବର୍ଷ । ଦେଶ ପାଇଁ ଜୀବନ ଦେଇଥିବା ସିଆରପିଏଫ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ...

ପୁଲୱାମା ଆକ୍ରମଣକୁ ପୁରିଛି ଦୁଇବର୍ଷ
ପୁଲୱାମା ଆକ୍ରମଣକୁ ପୁରିଛି ଦୁଇବର୍ଷ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ଦୁଇବର୍ଷ ପୁରିଛି । ପ୍ରେମର ଦିବସରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜାମ୍ମୁକାଶ୍ମୀରର ପୁଲୱାମାରେ ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣରେ ଶହୀଦ ହୋଇଥିଲେ 40ରୁ ଊର୍ଦ୍ଧ୍ବ ସିଆରପିଏଫ ଯବାନ । ଆଜି ସେହି ବୀରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି
ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରାଜନାଥ ସିଂ କହିଛନ୍ତି ଦେଶପ୍ରତି ସେନାଙ୍କ ବଳିଦାନକୁ ଭାରତ କେବେ ଭୁଲି ପାରିବନାହିଁ । ଏହି ଆକ୍ରମଣରେ ଉଜୁଡି ଯାଇଥିବା ସମସ୍ତ ଶହୀଦଙ୍କ ପରିବାର ସହିତ ସବୁବେଳେ ରହିଛୁ ବୋଲି ଟ୍ବିଟ କରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଏହା ସହିତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପୁଲୱାମାରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଭାରତ ସେହି ଯବାନଙ୍କ ମହାନ ବଳିଦାନ ଓ ଅସାଧାରଣ ସାହାସକୁ କେବେ ଭୁଲି ପାରିବ ନାହିଁ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଅମିତ ଶାହା ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.