ନୂଆଦିଲ୍ଲୀ: ଆଜିଠୁ 3 ଦିନିଆ ଲଦାଖ ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଗସ୍ତ ସମୟରେ ବୋର୍ଡ ରୋଡ ଅର୍ଗାନାଇଜେସନ ଦ୍ବାରା ନିର୍ମିତ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ ରାଜନାଥ । ଏହି ଅଞ୍ଚଳରେ ନିୟୋଜିତ ସୈନ୍ୟଙ୍କ ସହ ମଧ୍ୟ ଯୋଗାଯୋଗ କରିବେ ବେଲି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ସୂଚନା ଦେଇଛି ।
ତେବେ ନିକଟରେ କିଛି ପ୍ରକଳ୍ପର ସମୀକ୍ଷା ପାଇଁ ରାଜନାଥ ଦୁଇ ଦିନ ଧରି କେରଳର କୋଚି ଏବଂ କର୍ଣ୍ଣାଟକର କରଓ୍ବାର ଗସ୍ତ କରିଥିଲେ । କରଓ୍ବାରରେ ସେ ଭାରତୀୟ ନୈସେନାର ପ୍ରୋଜେକ୍ଟସିବାର୍ଡ ସମୀକ୍ଷା କରି କହିଥିଲେ କି, କରଓ୍ବାର ନାଭାଲ ବେସ ଏସିଆର ସବୁଠୁ ବଡ ନାଭାଲ ବେସ ହେଉ ଯାହା ପାଇଁ ସେ ବଜେଟ ମଧ୍ୟ ଦେବେ ।
ଏହି ସମୟରେ ସେ କୋଚିରେ ସାଉଥ ନାଭାଲ କମାଣ୍ଡ ପରିଦର୍ଶନ କରି ସ୍ବଦେଶୀ ବିମାନ ପରିବହନକାରୀ IACର ନିର୍ମାଣ କାର୍ଯ୍ୟର ସମୀକ୍ଷା କରି ଏହାକୁ ଦେଶର ଗର୍ବ ବୋଲି କହିଥିଲେ ।
@ANI