ETV Bharat / bharat

'କୌଣସି ମହାଶକ୍ତି ଭାରତର ଆତ୍ମସମ୍ମାନକୁ ଆଘାତ ଦେଲେ ମିଳିବ କଡା ଜବାବ' - Rajnath singh resction

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆମେ ଯୁଦ୍ଧ ଚାହୁଁନାହୁଁ ହେଲେ ଯଦି କୌଣସି ମହାଶକ୍ତି ଆମ ଆତ୍ମସମ୍ମାନରେ ଆଞ୍ଚ ଆଣିବାକୁ ଚେଷ୍ଟା କରେ ତାହେଲେ ଆମ ସୈନିକ କଡା ଜବାବ ଦେବାରେ ସକ୍ଷମ । ଅଧିକ ପଢନ୍ତୁ...

କୈଣସି ମହାଶକ୍ତି ଭାରତର ଆତ୍ମସମ୍ମାନକୁ ଆଘାତ ଦେଲେ ଯବାନ ଦେବେ କଡା ଜବାବ: ରାଜନାଥ

author img

By

Published : Jan 14, 2021, 5:51 PM IST

ବେଙ୍ଗାଲୁରୁ: ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଜାରି ରହିଛି ଉତ୍ତେଜନା । ଏହାରି ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆମେ ଯୁଦ୍ଧ ଚାହୁଁନାହୁଁ ହେଲେ ଯଦି କୌଣସି ମହାଶକ୍ତି ଆମ ଆତ୍ମସମ୍ମାନରେ ଆଞ୍ଚ ଆଣିବାକୁ ଚେଷ୍ଟା କରେ ତାହେଲେ ଆମ ସୈନିକ କଡା ଜବାବ ଦେବାରେ ସକ୍ଷମ ।

ବେଙ୍ଗାଲୁରୁ ଗସ୍ତରେ ଥିବା ରାଜନାଥ ସିଂହ କହିଛନ୍ତି, ଭାରତ କାହାରି ସହିତ ସଂଘର୍ଷ ଚାହୁଁନାହିଁ । ଏହା ଶାନ୍ତି ଓ ବନ୍ଧୁତାପୂର୍ଣ୍ଣ ସମ୍ପର୍କର ଆବଶ୍ୟକତା କରେ । ଏହା ଆମ ରକ୍ତ ଓ ସଂସ୍କୃତିରେ ରହିଥିବା କହିଛନ୍ତି ରାଜନାଥ ।

ରାଜନାଥ କହିଛନ୍ତି, ସାରା ବିଶ୍ବରେ ଭାରତ ଏମିତି ଏକ ଦେଶ ଯିଏ ବିଶ୍ବକୁ ପରିବାର ମାନେ । ବସୁଧୈବ କୁଟୁମ୍ବକମର ସନ୍ଦେଶ ହିଁ ଏଠାରୁ ସାରା ବିଶ୍ବକୁ ଯାଇଛି । ସେ କହିଛନ୍ତି, ଆମ ସେନାର ଯବାନଙ୍କ ସୌର୍ଯ୍ୟ ଓ ପରାକ୍ରମର ପରିଚୟ ଅଭୂତପୂର୍ବ । ଆମେ ଭାରତର ସମ୍ମାନ ଉପରେ କୌଣସି ପ୍ରକାରରେ ଆଞ୍ଚ ଆସିବାକୁ ଦେବୁନାହିଁ ବୋଲି ନିଜ ସମ୍ବୋଧନରେ କହିଛନ୍ତି ରାଜନାଥ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଦଶକରୁ ଅଟକି ରହିଥିବା ୱାନ ର୍ୟାଙ୍କ୍‌ ୱାନ ପେନସନ ଯୋଜନାକୁ ନିଜ କାର୍ଯ୍ୟକାଳରେ ଲାଗୁ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଗତବର୍ଷ ଲାଲକିଲାରୁ ସିଡିଏସର ଗଠନ ନେଇ ମଧ୍ୟ ଘୋଷଣା କରିଛନ୍ତି ରାଜନାଥ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.