ETV Bharat / bharat

IAF helicopter crash: ଅବତରଣର ୭ ମିନିଟ୍‌ ପୂର୍ବରୁ ଘଟିଥିଲା ଦୁର୍ଘଟଣା, ତ୍ରି-ସେନା କରିବେ ଯାଞ୍ଚ - ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି

କୁନ୍ନୁର ହେଲିକପ୍ଟର ଦୁର୍ଘଟଣା (Coonoor helicopter Crash)ନେଇ ଉଭୟ ଗୃହରେ ବିବୃତ୍ତି ରଖିଛନ୍ତି ରାଜନାଥ ସିଂ । ଅଧିକ ପଢନ୍ତୁ

ଭଭୟ ଗୃହରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି

author img

By

Published : Dec 9, 2021, 11:20 AM IST

Updated : Dec 9, 2021, 12:41 PM IST

ନୂଆଦିଲ୍ଲୀ: କୁନ୍ନୁର ହେଲିକପ୍ଟର ଦୁର୍ଘଟଣା (Coonoor helicopter Crash)ନେଇ ଗୃହରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ (Defence Minister rajanath singh) । ଦୁର୍ଘଟଣାରେ ଜୀବନ ହରାଇଥିବା ୧୩ଜଣଙ୍କ ବିଷୟରେ ଗୃହରେ ଅବଗତ କରାଇଲେ ପ୍ରତିରକ୍ଷା ମନ୍ତ୍ରୀ । ଅବତରଣର ୭ମିନିଟ ପୂର୍ବରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବାୟୁସେନା (IAF) ଦୁର୍ଘଟଣାର ତ୍ରିସ୍ତରୀୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି । ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏହି ଅନୁସନ୍ଧାନ କରାଯିବ । ଅନୁସନ୍ଧାନକାରୀ ଦଳ ଗତକାଲି ୱେଲିଂଟନ୍‌ରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ସମସ୍ତଙ୍କୁ ଲୋକସଭାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ସିଡିଏସ ବିପିନ ରାୱତ ସୁଲୁର ଏୟାରବେସରୁ ୧୧ଟା ୪୮ ଉଡାଣ ଭରିଥିଲେ । ୧୨ଟା ୮ରେ ହେଲିକପ୍ଟର ସହ ସମ୍ପର୍କ ଛିନ୍ନ ହୋଇଥିଲା । ୧୨ଟା ୧୫ରେ ୱେଲିଂଟନରେ ହେଲିକପ୍ଟର ଲ୍ୟାଣ୍ଡିଂ କରିବାର ଥିଲା । ଅବତରଣର ୭ମିନିଟ ପୂର୍ବରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ସିଡିଏସ ବିପିନ ରାୱତଙ୍କ ସମେତ ୧୩ଜଣଙ୍କ ଦେହାନ୍ତ ହୋଇଛି । ସେନା ମର୍ଯ୍ୟାଦା ସହ ସମସ୍ତ ଶହୀଦଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ଗ୍ରୁପ କ୍ୟାପଟେନ ବରୁଣ ସିଂ ସ୍ବାସ୍ଥବସ୍ଥା ଗୁରୁତର ଅଛି । ତାଙ୍କୁ ଲାଇଫ ସପୋଟରେ ରଖାଯାଇଛି । ୱିଲଙ୍ଗଟନରେ ଥିବା ମିଲଟାରୀ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯାଉଛି । ତାଙ୍କ ଜୀବନ ବଞ୍ଚାଇବାକୁ ସବୁପ୍ରକାର ପ୍ରୟାସ କରାଯାଉଛି ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ଲୋକସଭାରେ ସମସ୍ତଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଛି ।

ପ୍ରକାଶ ଥାଉ କି, ଗତକାଲି ତାମିଲନାଡୁର କୁନ୍ନୁର ନୀଳଗିରି ଜିଲ୍ଲାରେ ସେନା ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ (Coonoor helicopter Crash) ହୋଇଥିଲା । ଏଥିଲେ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ଜଣ ଥିଲେ । ଆଜି(ଗୁରୁବାର) ସିଡିଏସଙ୍କ ସମେତ ସମସ୍ତଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ନିଆଯିବ । ଗତକାଲି ଅର୍ଥାତ ଶୁକ୍ରବାର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 9, 2021, 12:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.