ETV Bharat / bharat

ଋଷ ପ୍ରତିପକ୍ଷଙ୍କ ସହ କଥାହେଲେ ରାଜନାଥ ସିଂ, ୟୁକ୍ରେନର ଡାର୍ଟି ବମ ନେଇ ମସ୍କୋର ଉଦବେଗ

author img

By

Published : Oct 26, 2022, 9:10 PM IST

ଋଷ ପ୍ରତିପକ୍ଷଙ୍କ ସହ କଥା ହେଲେ ରାଜନାଥ ସିଂ । ୟୁକ୍ରେନ ଡାର୍ଟି ବୋମା ବ୍ୟବହାର ନେଇ ଯୋଜନା କରିଥିବା ଆଶଙ୍କା ପ୍ରକାଶ କଲା ଋଷ (Rajnath singh talk with Russian Defence Min) । ରାଜନାଥ ସିଂଙ୍କୁ ଅବଗତ କଲେ ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୁଗୁ । ଅଧିକ ପଢନ୍ତୁ

ଋଷ ପ୍ରତିପକ୍ଷଙ୍କ ସହ କଥା ହେଲେ ରାଜନାଥ ସିଂ
ଋଷ ପ୍ରତିପକ୍ଷଙ୍କ ସହ କଥା ହେଲେ ରାଜନାଥ ସିଂ

ନୂଆଦିଲ୍ଲୀ: ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଗୁ (Russian Defence Min Sergei Shoigu) ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟରେ ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ଏହି କଥାବାର୍ତ୍ତାରେ ଉଭୟ ଦ୍ବିପାକ୍ଷିକ ସମ୍ପର୍କ ସହ ବର୍ତ୍ତମାନ ବିଶ୍ବର ସାମ୍ପ୍ରତିକ ସମସ୍ୟା ନେଇ ଆଲୋଚନା କରିଥିଲେ ସୁଦ୍ଧା ବର୍ତ୍ତମାନର ୟୁକ୍ରେନ ସ୍ଥିତି ସମ୍ପର୍କିତ ଆଲୋଚନା ଗୁରୁତ୍ବପୂର୍ଣ୍ଣ ସ୍ଥାନ ନେଇଥିଲା (Rajnath singh talk with Russian Defence Min)।

  • Defence Min Rajnath Singh held a telephonic conversation with the Defence Minister of Russia Sergei Shoigu today at the latter's request. During the telecon, both Ministers discussed bilateral defence cooperation as well as the deteriorating situation in Ukraine: Defence Ministry pic.twitter.com/OgYBHSuZKR

    — ANI (@ANI) October 26, 2022 " class="align-text-top noRightClick twitterSection" data=" ">

ବର୍ତ୍ତମାନ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ୟୁକ୍ରେନ ଡାର୍ଟି ବମ (dirty bomb) ବ୍ୟବହାର କରିବାର ଆଶଙ୍କା ପ୍ରକାଶ କରିଛନ୍ତି ଋଷ ପ୍ରତିରକ୍ଷା ମନ୍ତ୍ରୀ । ବର୍ତ୍ତମାନ ପରିସ୍ଥିତିରେ ୟୁକ୍ରେନ ଯୁଦ୍ଧରେ ଋଷ ବିରୋଧରେ ଏହି ଡାର୍ଟି ବମ ବ୍ୟବହାର କରିବାର ଯୋଜନା କରୁଥିବା ଆଶଙ୍କା ପ୍ରକାଶ କରିଛି ମସ୍କୋ । ମସ୍କୋ କହିଛି, ବର୍ତ୍ତମାନ ଏହି ବୋମା ବ୍ୟବହାର ନେଇ ୟୁକ୍ରେନ ଯୋଜନା କରିବା ଆରମ୍ଭ କରିସାରିଛି । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୁଗୁ ନିଜ ଭାରତୀୟ ପ୍ରତିପକ୍ଷ ରାଜନାଥଙ୍କୁ ମଧ୍ୟ ଅବଗତ କରିଛନ୍ତି । ପୂର୍ବରୁ ସମାନ ଅଭିଯୋଗ ସହ ଋଷ ଏହି ପ୍ରସଙ୍ଗରେ ଚୀନକୁ ମଧ୍ୟ ଅବଗତ କରିଥିଲା ।

ଅନ୍ୟପଟେ ୟୁକ୍ରେନ ସ୍ଥିତି ବ୍ୟତୀତ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ଓ ଏକାଧିକ ପ୍ରସଙ୍ଗରେ ପାରସ୍ପାରିକ ସହଯୋଗ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହି ଆଲୋଚନା ନେଇ ଉଭୟ ଋଷ ବୈଦେଶିକ ମନ୍ତ୍ରଣାଳୟ ଓ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.