ହାଇଦ୍ରାବାଦ: ଅଭିନେତା ଶାହାରୁଖ ଖାନଙ୍କ ଅପକମିଂ ଚଳଚ୍ଚିତ୍ର ‘ପଠାନ’କୁ ନେଇ ରିଲିଜ ହେବା ପୂର୍ବରୁ ବିବାଦ ଆରମ୍ଭ ହେବାରେ ଲାଗିଲାଣି । ଚଳଚ୍ଚିତ୍ରରେ ଶାହାରୁଖ ଖାନ ଓ ଦୀପିକା ପାଦୁକୋନ ଅଭିନିତ ଗୀତ ‘ବେସରମ ରଙ୍ଗ’ (Besharam Rang controversy)ରେ ଦୀପିକା ପିନ୍ଧିଥିବା ପୋଷାକକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ମଧ୍ୟ ପ୍ରଦେଶରେ ସିନେମାର ରିଲିଜ ଅନୁମତି ସନ୍ଦେହ ଘେରରେ ରହିଥିବା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ।
-
फिल्म #Pathan के गाने में टुकड़े-टुकड़े गैंग की समर्थक अभिनेत्री दीपिका पादुकोण की
— Dr Narottam Mishra (@drnarottammisra) December 14, 2022 " class="align-text-top noRightClick twitterSection" data="
वेशभूषा बेहद आपत्तिजनक है और गाना दूषित मानसिकता के साथ फिल्माया गया है।
गाने के दृश्यों व वेशभूषा को ठीक किया जाए अन्यथा फिल्म को मध्यप्रदेश में अनुमति दी जाए या नहीं दी जाए,यह विचारणीय होगा। pic.twitter.com/Ekl20ClY75
">फिल्म #Pathan के गाने में टुकड़े-टुकड़े गैंग की समर्थक अभिनेत्री दीपिका पादुकोण की
— Dr Narottam Mishra (@drnarottammisra) December 14, 2022
वेशभूषा बेहद आपत्तिजनक है और गाना दूषित मानसिकता के साथ फिल्माया गया है।
गाने के दृश्यों व वेशभूषा को ठीक किया जाए अन्यथा फिल्म को मध्यप्रदेश में अनुमति दी जाए या नहीं दी जाए,यह विचारणीय होगा। pic.twitter.com/Ekl20ClY75फिल्म #Pathan के गाने में टुकड़े-टुकड़े गैंग की समर्थक अभिनेत्री दीपिका पादुकोण की
— Dr Narottam Mishra (@drnarottammisra) December 14, 2022
वेशभूषा बेहद आपत्तिजनक है और गाना दूषित मानसिकता के साथ फिल्माया गया है।
गाने के दृश्यों व वेशभूषा को ठीक किया जाए अन्यथा फिल्म को मध्यप्रदेश में अनुमति दी जाए या नहीं दी जाए,यह विचारणीय होगा। pic.twitter.com/Ekl20ClY75
ଗୃହମନ୍ତ୍ରୀ ମିଶ୍ରା କହିଛନ୍ତି, ଉକ୍ତ ସଙ୍ଗୀତରେ ଅଭିନେତ୍ରୀ ଦୀପିକା ପରିଧାନ କରିଥିବା ପୋଷାକ (Deepika Padukone costumes controversy)ଦୂଷିତ ମାନସିକତାକୁ ପ୍ରତିଫଳିତ କରୁଛି ଓ ଏହାକୁ ଗ୍ରହଣ କରାଯାଇ ପାରିବନାହିଁ । ଉକ୍ତ ସଙ୍ଗୀତରେ ପରିଧାନକୁ ସଂଶୋଧିତ କରାଯାଉ । ନଚେତ ପ୍ରଦେଶର ସିନେମାକୁ ରିଲିଜ ଅନୁମତି ମିଳିବ କି ନାହିଁ ସେ ନେଇ ସରକାର ବିଚାର କରିବେ ।
ଭୋପାଲରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ମିଶ୍ରା ଆହୁରି ମଧ୍ୟ କହିଛନ୍ତି, ଅଭିନେତ୍ରୀ ଦୀପିକା ପାଦୁକୋନ ଦିଲ୍ଲୀର ଜବାହାରଲାଲ ନେହୁରୁ ବିଶ୍ବବିଦ୍ୟାଳୟରେ ହୋଇଥିବା ଦେଶ ବିରୋଧୀ କାର୍ଯ୍ୟରେ ଟୁକୁଡେ ଟୁକୁଡେ ଗ୍ୟାଙ୍ଗକୁ ସମର୍ଥନ ମଧ୍ୟ କରିଥିଲେ । ବର୍ତ୍ତମାନ ଏହି ସଙ୍ଗୀତରେ ମଧ୍ୟ ଦୂଷିତ ମାନସିକତାର ପ୍ରତିଫଳନ ଦେଖାଯାଉଛି । ଏହାକୁ ସଂଶୋଧିତ ନକଲେ ଏହାକୁ ମଧ୍ୟ ପ୍ରଦେଶରେ ରିଲିଜ ଅନୁମତି ଦିଆଯିବା କିମ୍ବା କଟକଣା ଲଗାଯିବା ନେଇ ବିଚାର କରାଯିବ ।
ଏହି ଚଳଚିତ୍ର ଆସନ୍ତାବର୍ଷ ଜାନୁଆରୀ 25ରେ ରିଲିଜ ହେବାକୁ ଯାଉଛି । ଏଥିରେ ମୁଖ୍ୟ ଚରିତ୍ରରେ ଶାହାରୁଖ ଖାନ ଓ ଦୀପିକା ପାଦୁକୋନ ଅଭିନୟ କରିଛନ୍ତି । ଏହା ପୂର୍ବରୁ ଏହି ଚଳଚିତ୍ରକୁ ନେଇ ଚର୍ଚ୍ଚା ସହ ବିବାଦ ମଧ୍ୟ ଆରମ୍ଭ ହେବାରେ ଲାଗିଲାଣି । ସିନେମା ରିଲିଜ ପୂର୍ବରୁ ରିଲିଜ ହୋଇଥିବା ଗୀତ ‘ବେସମର ରଙ୍ଗ’ (Besharam Rang)ରେ ଅଭିନେତ୍ରୀ ଦୀପିକା ପାଦୁକୋନ ପିନ୍ଧିଥିବା ପୋଷାକକୁ ନେଇ ବିବାଦ ସହ ବିରୋଧ ହେବା ଆରମ୍ଭ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ