ETV Bharat / bharat

ଦେଶରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି, ଲାଗୁ କରିବାକୁ କପିଲ ସିବଲଙ୍କ ଦାବି - ବଡ ବିପର୍ଯ୍ୟୟ

ଦ୍ରୃତ ଗତିରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏଭଳି ଜଟିଳ ସମୟରେ କେନ୍ଦ୍ର ସରକାର ସାରା ଦେଶରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା କପିଲ ସିବଲ । ଅଧିକ ପଢନ୍ତୁ...

ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି; ଲାଗୁ କରିବାକୁ କପିଲ ସିବଲଙ୍କ ଦାବି

author img

By

Published : Apr 18, 2021, 3:32 PM IST

ନୂଆଦିଲ୍ଲୀ: ଦେଶରେ ବିସ୍ଫୋରକ ସ୍ଥିତି ଉତ୍ପନ୍ନ କରିଛି ମହାମାରୀ । ଦ୍ରୃତ ଗତିରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏଭଳି ଜଟିଳ ସମୟରେ କେନ୍ଦ୍ର ସରକାର ସାରା ଦେଶରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା କପିଲ ସିବଲ । ରବିବାର କେନ୍ଦ୍ରରେ ଏନେଇ ଦାବି କରିଛନ୍ତି କପିଲ ସିବଲ । ଏହାସହ ଦେଶରେ ହେଉଥିବା ନିର୍ବାଚନ ରାଲି ଆଦିକୁ ମଧ୍ୟ ବନ୍ଦ ନେଇ ଘୋଷଣା କରିବାକୁ ନିର୍ବାଚନ ଆୟୋଗଙ୍କୁ କପିଲ ସିବଲ ଅନୁରୋଧ କରିଛନ୍ତି।

ସେ ଟ୍ବିଟ କରି କହିଛନ୍ତି ଯେ, " କୋଭିଡ ସଂକ୍ରମଣ ଦ୍ରୃତଗତିରେ ବଢୁଛି। ଯାହାକୁ ନେଇ ମୋଦିଜୀ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରନ୍ତୁ । ନିର୍ବାଚନ ଆୟୋଗ: ନିର୍ବାଚନ ସମାବେଶରେ ରାଲି ବନ୍ଦ ନେଇ ଘୋଷଣା କରନ୍ତୁ ... ଏବଂ କୋର୍ଟ: ଲୋକଙ୍କ ଜୀବନ ରକ୍ଷା କରନ୍ତୁ"।

ଗତକାଲି(ଶନିବାର) କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ଏକ ବିବୃତ୍ତିରେ କହିଛି ଯେ, କେନ୍ଦ୍ର ସରକାର ବିନା କୌଣସି ଚାପରେ ଦେଶକୁ ସବୁଠୁ ବଡ ବିପର୍ଯ୍ୟୟକୁ ଠେଲି ଦେଉଛନ୍ତି ।

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ଦ୍ବାରା ପଢାଯାଇଥିବା CWC ବିବୃତ୍ତିରେ କୁହାଯାଇଛି ଯେ, ଗୁରୁତର ବିପର୍ଯ୍ୟୟର ମୁକାବିଲା ପାଇଁ ଏନଡିଏ ସରକାରଙ୍କ ଚିନ୍ତାହୀନତା ଏବଂ ପ୍ରସ୍ତୁତି ପାଇଁ କୋରୋନା ଯୋଗୁଁ ସାରାଦେଶକୁ ଏହାର ମୂଲ୍ୟ ଦେବାକୁ ହେଉଛି । ବର୍ତ୍ତମାନ ସୁଦ୍ଧା 1,75,673 ଜଣ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ପରିବାରକୁ ପ୍ରଭାବିତ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.