ନୂଆଦିଲ୍ଲୀ: କୋଲକାତାର ଏକ ରେଳବାଇ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟି 9 ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରେଳମନ୍ତ୍ରୀ ପିୟୂଷ ଗୋଏଲ । ଏହା ସହ ସେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପିୟୂଷ ଗୋଏଲ ଟ୍ବିଟ କରି ଲେଖିଛନ୍ତି, କୋଲକାତାର ଷ୍ଟ୍ରାଣ୍ଡ ରୋଡ ସ୍ଥିତି ପୂର୍ବାଞ୍ଚଳ ରେଳବାଇର 13 ତମ କାର୍ଯ୍ୟାଳୟରେ ଭୀଷଣ ନିଆଁ ଲାଗି 9 ଜଣଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ 4 ଜଣଙ୍କ ଅଗ୍ନିଶମ କର୍ମଚାରୀ, ଜଣେ ପୋଲିସ କର୍ମଚାରୀ, 2 ରେଳବାଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।
ଏହା ସହ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଜେନେରାଲ ମ୍ୟାନେଜର ଘଟଣାସ୍ଥଳରେ ପହଞ୍ଚିଥିବା ମନ୍ତ୍ରୀ କହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ପ୍ରତିଶୃତିବଦ୍ଧ ବୋଲି ପିୟୁଷ ଗୋଏଲ କହିଛନ୍ତି ।
ଏହି ଅଭାବନୀୟ ଘଟଣାରେ କେନ୍ଦ୍ର ରେଳବାଇ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବେ । ରେଳ ବିଭାଗର 4 ଜଣ ମୁଖ୍ୟଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଅନୁସନ୍ଧାନରେ ଅଗ୍ନିକାଣ୍ଡର କାରଣ ଜାଣିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ