ETV Bharat / bharat

ମୁଜାଫରପୁର ମଦମୃତ୍ୟୁ ଘଟଣା; ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି - liquor death

ବିହାର ମୁଜାଫରପୁରର ମଦମୃତ୍ୟୁ ଘଟଣା । ମୃତ୍ୟୁ ସଂଖ୍ୟା ଏବେ ୮କୁ ବୃଦ୍ଧି ପାଇଛି । ଏ ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି ଘରକୁ ମଧ୍ୟ ସିଲ କରାଯାଇଛି । ଅଧିକ ପଢନ୍ତୁ...

ମୁଜାଫରପୁର ମଦମଦ୍ୟୁ ଘଟଣା ; ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

author img

By

Published : Oct 31, 2021, 9:20 AM IST

ପାଟନା: ବିହାର ମୁଜାଫରପୁରର ମଦମୃତ୍ୟୁ ଘଟଣା । ମୃତ୍ୟୁ ସଂଖ୍ୟା ଏବେ ୮କୁ ବୃଦ୍ଧି ପାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି । ଏ ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି ଘରକୁ ମଧ୍ୟ ସିଲ କରାଯାଇଛି । ଏହାସହ ପୋଲିସ ଘଟଣାର ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି ।

ସୂଚନା ଅନୁସାରେ, ବୁଧବାର ଦିନ ମୁଜାଫରପୁରର ରେପୁରା ଗାଁରେ ନବ ନିର୍ବାଚିତ ୱାର୍ଡ ସଦସ୍ୟ ଅମିତ କୁମାର ବିଟୁଙ୍କ ଘରେ ଏକ କାର୍ଯ୍ୟକ୍ରମ କରାଯାଇଥିଲେ । ଯେଉଁଥିରେ ୧୨ ଜଣ ଲୋକେ ସାମିଲ ହୋଇଥିଲେ । ଭୋଜି ଭାତର ଆୟୋଜନ ସାଙ୍ଗକୁ ଜମିଥିଲା ମଦର ଆସର । ମଦ ପିଇବା ପରେ ମୁନ୍ନା ସିଂ, ଅବାନୀଶ ସିଂ ଏବଂ ଭିପୁଲ ଶାହିଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇପଡିଥିଲା । ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ, ଚିକିତ୍ସା ସମୟରେ ମୁନ୍ନା ସିଂ, ଅବାନୀଶ ସିଂ, ଭିପୁଲ ଶାହି, ଅବିନାଶ ସିଂ ଏବଂ ଗୋଲଟେନ୍ ସିଂଙ୍କ ମୃତ୍ୟୁ ହୋଇଯାଇଥିଲା । ସେପଟେ, ପାର୍ଟରେ ସାମିଲ ହୋଇଥିବା ଅନ୍ୟମାନଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ବିଗିଡିବାରେ ଲାଗିଥିଲା । ଶୁକ୍ରବାର ଦିନ ଆଉ ଜଣେ ଏବଂ ଶନିବାର ଆଉ ଦୁଇଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି।

ସେପଟେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ବିହାରରେ ବ୍ୟାନ ହୋଇଥିବା ମଦ ପିଇ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ମୁଜାଫରପୁର ଏସଏସପି ମଧ୍ୟ ଦୁଇ ଥାନା ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଘଟଣାସ୍ଥଳରୁ ପୋଲିସ କିଛି ମଦ ବୋତଲ ଜବତ କରିବା ସହ ପରୀକ୍ଷା ପାଇଁ ସେଗୁଡିକୁ ପଠାଇଛି । କେବେଳ ସେତିକି ନୁହେଁ ପୋଲିସ ମୃତ ଭିପୁଲ ଶାହିଙ୍କ ଘରୁ ମଧ୍ୟ ମଦ ବୋତଲ ଜବତ କରିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.