ETV Bharat / bharat

Bharat Jodo Yatra: ଇନ୍ଦୋରରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ - ମଧ୍ୟ ପ୍ରଦେଶରେ ଭାରତ ଯୋଡ଼ ଯାତ୍ରା

ଇନ୍ଦୋରରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ । ମଧ୍ୟପ୍ରଦେଶକୁ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ପ୍ରବେଶ କରିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା ହତ୍ୟା ଧମକ । ଅଧିକ ପଢ଼ନ୍ତୁ

death threat to Rahul Gandhi in indore ahead of Bharat Jodo Yatra in Madhya Pradesh
Bharat Jodo Yatra: ଇନ୍ଦୋରରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ
author img

By

Published : Nov 18, 2022, 9:04 PM IST

ଭୋପାଳ: ଇନ୍ଦୋରରେ ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ । ମଧ୍ୟପ୍ରଦେଶକୁ କଂଗ୍ରେସର ଭାରତଯୋଡ଼ ଯାତ୍ରା ପ୍ରବେଶ କରିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା ହତ୍ୟା ଧମକ । ମହାରାଷ୍ଟ୍ରର ଇନ୍ଦୋର ସହରରେ ଥିବା ଏକ ମିଠା ଓ ମିକ୍ସଚର୍‌ ଦୋକାନରେ ଏହି ଚିଠି ହସ୍ତଗତ ହୋଇଛି । ଏହାକୁ ନେଇ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି । କେବଳ ରାହୁଲ ଗାନ୍ଧୀ ନୁହଁନ୍ତି, ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି କମଲନାଥଙ୍କୁ ମଧ୍ୟ ହତ୍ୟା କରିବାକୁ ଚିଠିରେ ଧମକ ମିଳିଛି ।

ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ବିରୋଧୀ ଦଳ ନେତା ଗୋବିନ୍ଦ ସିଂହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟିଛନ୍ତି । ଭାରତ ଯୋଡ଼ ଯାତ୍ରା ବେଳେ କଡ଼ା ସୁରକ୍ଷା ଯୋଗାଇ ଦେବାକୁ ଉଭୟ ନିବେଦନ କରିଛନ୍ତି । ନଭେମ୍ବର ୨୮ରୁ ୩୦ ତାରିଖ ମଧ୍ୟରେ ମଧ୍ୟପ୍ରଦେଶରେ ଭାରତ ଯୋଡ଼ ଯାତ୍ରା ଜାରି ରହିବ । ତେବେ ଏହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ହତ୍ୟା ଧମକ ମିଳିଥିବା ଚିଠିକୁ ପୋଲିସ ନିକଟରେ ଜମା କରାଯାଇଛି । ମିଠା ଦୋକାନ ନିକଟରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ପୋଲିସ । କିଏ ଏହି ଚିଠି ଦେଇଛି ତାହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.