ETV Bharat / bharat

ତୁଟିଲା ବିବାଦ, ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେବ ତେଲେଙ୍ଗାନା ବଜେଟ ଅଧିବେଶନ

ରାଜ୍ୟପାଳଙ୍କ ଅଭିଭାଷଣ ସହ ଆରମ୍ଭ ହେବ ତେଲେଙ୍ଗାନା ବଜେଟ ଅଧିବେଶନ । ସହମତି ଜଣାଇଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

author img

By

Published : Jan 30, 2023, 10:54 PM IST

ତେଲେଙ୍ଗାନା ବଜେଟ ଅଧିବେଶନ
ତେଲେଙ୍ଗାନା ବଜେଟ ଅଧିବେଶନ

ହାଇଦ୍ରାବାଦ: ରାଜ୍ୟ ବଜେଟକୁ ନେଇ ତେଲେଙ୍ଗାନା ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦର ଆପୋଷ ସମାଧାନ ହୋଇଛି । ରାଜ୍ୟପାଳଙ୍କ ଉଦବୋଧନ ସହିତ ବଜେଟ ଅଧିବେଶନ ଆରମ୍ଭ ହେବ । ଏଥିପାଇଁ କେସିଆର ସରକାର ସହମତି ପ୍ରକାଶ କରିଛନ୍ତି ଏବଂ ହାଇକୋର୍ଟରେ ଦାଖଲ କରିଥିବା ଆବେଦନ ପ୍ରତ୍ୟାହାର କରିଛନ୍ତି । ବିଧାନସଭା ବଜେଟ ଅଧିବେଶନକୁ ଆଉ ୪ ଦିନ ଥିବାବେଳେ ରାଜ୍ୟପାଳ ତାମିଲସାଇ ବଜେଟ ଅନୁମୋଦନ କରୁନଥିଲେ । ଏହାକୁ ନେଇ ତେଲେଙ୍ଗାନା ସରକାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉଭୟ ପକ୍ଷର ଓକିଲ ଆଲୋଚନା କରି ସମାଧାନର ବାଟ ବାହାର କରିଛନ୍ତି । ସାମ୍ବିଧାନିକ ଭାବେ ବିଧାନସଭା ବୈଠକ କରିବାକୁ ନିଷ୍ପତ୍ତି ହୋଇଛି । ଏହାସହିତ ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଭାଷଣ ପାଇଁ ରାଜ୍ୟ ସରକାର ରାଜି ହୋଇଥିବା ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଦୁଷ୍ମନ୍ତ ଦବେ କୋର୍ଟଙ୍କୁ କହିଛନ୍ତି । ସେହିପରି ରାଜ୍ୟପାଳ ଗୃହରେ ବଜେଟ ଆଗତ ପାଇଁ ଅନୁମତି ଦେବେ ବୋଲି ରାଜଭବନ ଓକିଲ ଅଶୋକ ଆନନ୍ଦ ଜଣାଇଛନ୍ତି । ଦୁଇ ପକ୍ଷର ଆଇନଜୀବୀଙ୍କ ସହମତିରେ ହାଇକୋର୍ଟରେ ମାମଲାର ଶୁଣାଣି ଶେଷ ହୋଇଛି ।

ସୂଚନାଯୋଗ୍ୟ, ଆସନ୍ତା ଶୁକ୍ରବାର ତେଲେଙ୍ଗାର ସରକାର ୨୦୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏଥିପାଇଁ ହାତରେ ମାତ୍ର ୪ ଦିନ ଥିବାବେଳେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ବଜେଟକୁ ମଞ୍ଜୁରୀ ଦେଇନଥିଲେ । ଯାହାଫଳରେ ବାଧ୍ୟ ହୋଇ ରାଜ୍ୟ ସରକାର ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । କାରଣ ରାଜ୍ୟପାଳଙ୍କ ଅନୁମୋଦନ ପରେ ହିଁ ମନ୍ତ୍ରୀ ପରିଷଦ ବଜେଟ ମଞ୍ଜୁର କରିଥାନ୍ତି । ଏହାପରେ ବିଧାନସଭାରେ ଏହା ଆଗତ ହୁଏ ।

ଏଥିପାଇଁ କେସିଆର ସରକାର ତିନି ଦିନ ପୂର୍ବରୁ ଚିଠା ବଜେଟର କପି ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପଠାଇଥିଲେ । ହେଲେ ରାଜ୍ୟପାଳ ଏହାକୁ ଅନୁମୋଦନ ନକରିବାରୁ ବିବାଦ ବଢିଥିଲା । ଶେଷରେ ସରକାର ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.