ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟରେ ଦିନକୁ ଦିନ ଜଟିଳ ହେଉଛି ସମସ୍ୟା । ବାରମ୍ବାର ସମନ ସତ୍ତ୍ବେ ଆସୁନାହାନ୍ତି ମୁଖ୍ୟମନ୍ତ୍ରୀ ସୋରେନ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜମି ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର 7ଟି ସମନକୁ ଅଣଦେଖା କରିଚାଲିଛନ୍ତି । ଇଡି 2 ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପଚରାଉଚୁରା ସହ ବୟାନ ରେକର୍ଡ କରିବା ପାଇଁ ସ୍ଥାନ ଓ ସମୟ ଜଣାଇବାକୁ ଏକ ପତ୍ର ମାଧ୍ୟମରେ ଜଣାଇଥିଲେ । ଯାହାକୁ ମୁଖ୍ୟମନ୍ତ୍ରୀ ସୋରେନ ଏଡାଇ ଦେଇଥିଲେ । ଯାହା ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଇଡି ମଧ୍ୟରେ ତିକ୍ତତା ବଢାଇଛି ।
-
4 अगस्त 2022 का मेरा वह ट्विट आज प्रासंगिक हो गया, जब #ED ने @HemantSorenJMM को भेजे अपने सातवें समन में से उनके और ED के सुविधानुसार निर्धारित स्थान पर पूछताछ के लिए उपस्थित होने के लिए उन्हें कहा है. काश! यह एक साल 27 दिन पहले हो गया होता. @dir_ed pic.twitter.com/SMdw3RQkgB
— Saryu Roy (@roysaryu) December 30, 2023 " class="align-text-top noRightClick twitterSection" data="
">4 अगस्त 2022 का मेरा वह ट्विट आज प्रासंगिक हो गया, जब #ED ने @HemantSorenJMM को भेजे अपने सातवें समन में से उनके और ED के सुविधानुसार निर्धारित स्थान पर पूछताछ के लिए उपस्थित होने के लिए उन्हें कहा है. काश! यह एक साल 27 दिन पहले हो गया होता. @dir_ed pic.twitter.com/SMdw3RQkgB
— Saryu Roy (@roysaryu) December 30, 20234 अगस्त 2022 का मेरा वह ट्विट आज प्रासंगिक हो गया, जब #ED ने @HemantSorenJMM को भेजे अपने सातवें समन में से उनके और ED के सुविधानुसार निर्धारित स्थान पर पूछताछ के लिए उपस्थित होने के लिए उन्हें कहा है. काश! यह एक साल 27 दिन पहले हो गया होता. @dir_ed pic.twitter.com/SMdw3RQkgB
— Saryu Roy (@roysaryu) December 30, 2023
ଗୋଟିଏ ପଟେ ଏହି ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ଆଇନଗତ ପରାମର୍ଶ ନେଉଥିବା ବେଳେ ଅନ୍ୟପକ୍ଷରେ ଇଡି ମଧ୍ୟ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରୁଛି । ୬ ଥର ସମନ ପଠାଇବା ସତ୍ତ୍ବେ ନ ଆସିବାରୁ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ବଡଗାଇ ଜମି ଘୋଟାଲା ମାମଲାରେ ବୟାନ ରେକର୍ଡ କରିବା ପାଇଁ ୩୧ ଡିସେମ୍ବର ଯାଏଁ ଡେଡଲାଇନ ଦେଇଥିଲା । ଏଥିସହ ତାଙ୍କୁ ସ୍ଥାନ ଏବଂ ସମୟ ସ୍ଥିର କରିବାକୁ ମଧ୍ୟ ଚିଠି ଲେଖିଥିଲା ଇଡି ।
ଏହା ମଧ୍ୟ ପଢନ୍ତୁ... ଇଡି ସମନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ କେଜ୍ରିୱାଲ, ଆଜି ହେବେନି ହାଜର
ଇଡି ନିଜ ଚିଠିରେ କହିଥିଲା ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡଗାଇ ଜମି ଘୋଟାଲା ମାମଲାରେ ପଡରାଉଚୁରା କରିବା ଅତି ଆବଶ୍ୟକ ଅଟେ । ଏହି ମାମଲାର ଯାଞ୍ଚ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଏହା ଜରୁରୀ । ତାଙ୍କର ବୟାନ ଦର୍ଜ ନ ହେବା ଦ୍ବାରା ଯାଞ୍ଚ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତିମ ସୁଯୋଗ ଦିଆଯାଉଛି ଯେ ସେ ଏପରି ଏକ ସ୍ଥାନ ସ୍ଥିର କରନ୍ତୁ ଯାହା ଉଭୟ ଇଡି ଓ ତାଙ୍କ ପାଇଁ ଉପଯୁକ୍ତ ହେବ ।
ପ୍ରକାଶଯୋଗ୍ୟ ଯେ, ୨୦୨୨ ମସିହା ନଭେମ୍ବର ୧୮ ତାରିଖରେ ବେଆଇନ ଖଣି ମାମଲାରେ ଇଡି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରାୟ ୧୦ ଘଣ୍ଟା କାଳ ପଚରାଉଚୁରା କରିଥିଲା । ପରେ ଜମି ଦୁର୍ନୀତି ମାମଲାରେ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭିଯୋଗ ଅନୁସାରେ ଏକାଧିକ ଲୋକଙ୍କ ନକଲି ନାମ, ଠିକଣା ଓ ଅନ୍ୟ ଜାଲ୍ କାଗଜପତ୍ର ବ୍ୟବହାର କରି ରାଞ୍ଚିରେ ଥିବା ଭାରତୀୟ ସେନା ଅଧିକୃତ ଜମିକୁ ବେଆଇନ ଦଖଲ କରାଯାଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ନାଁ ମଧ୍ୟ ଆସିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ