ETV Bharat / bharat

ପିଲାଙ୍କ ଟିକା ଟ୍ରାଏଲକୁ DCGIର ଅନୁମୋଦନ - ଭାରତ ବାୟୋଟେକ

କୋଭାକ୍ସିନ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆର ଗ୍ରୀନ ସିଗନାଲ । ଅଧିକ ପଢନ୍ତୁ...

dcgi
dcgi
author img

By

Published : May 13, 2021, 11:17 AM IST

ନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(DCGI)କୋଭାକ୍ସିନ ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲକୁ ଗୁରୁବାର ଅନୁମୋଦନ କରିଛି । 2 ରୁ 18 ବର୍ଷ ପିଲାଙ୍କ ଉପରେ ଏହି ଟ୍ରାଏଲ ହେବ । ଭାରତ ବାୟୋଟେକ 525 ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କୁ ନେଇ ଏହି କ୍ଲିନିକାଲ ଟ୍ରାଏଲ କରିବ ।

dcgi
dcgi

ମଙ୍ଗଳବାର ସବଜେକ୍ଟ ଏକ୍ସପର୍ଟ କମିଟି(SEC)19ରେ ଏନେଇ ବିଚାର ବିମର୍ଷ ହୋଇଥିଲା । ବିସ୍ତୃତ ଆଲୋଚନା ପରେ କମିଟି କିଛି ସର୍ତ୍ତ ଆଧାରରେ ଏହି କ୍ଲିନିକାଲ ଟ୍ରାଏଲ ପାଇଁ ସୁପାରିଶ କରିଥିଲା । ସୂଚନାଥାଉ କି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ସହଯୋଗରେ ଭାରତ ବାୟୋଟେକ ଦ୍ବାରା ବିକଶିତ ହୋଇଥିବା ସ୍ବଦେଶୀ ଟିକା କୋଭାକ୍ସିନ କୋଭିଡ-19 ଟୀକାକରଣ ଡ୍ରାଇଭରେ ବୟସ୍କମାନଙ୍କୁ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.