ETV Bharat / bharat

Himachal Assembly Poll: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ପଦ୍ମ ଶିବିରରେ 26 ନେତା

author img

By

Published : Nov 8, 2022, 12:09 PM IST

Updated : Nov 8, 2022, 12:14 PM IST

ହିମାଚଳ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ରାଜ୍ୟ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଧରମପାଲ ଠାକୁର ଖାଣ୍ଡଙ୍କ ସମେତ 26 ନେତା ଓ କର୍ମୀ ବିଜେପି କ୍ୟାମ୍ପରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

Himachal Assembly Poll
ପଦ୍ମ ଶିବିରରେ 26 କଂଗ୍ରେସ ନେତା

ସିମଲା: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନର ଦିନ ପାଖଉଥିବାବେଳେ ଶାସନକୁ ଫେରିବାକୁ ସ୍ବପ୍ନ ଦେଖୁଥିବା ବିରୋଧୀ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି । ମତଦାନକୁ ଦିନ ଯେତିକି ପାଖଉଛି ରାଜନୀତି ସେତିକି ସରଗରମ ହୋଇଛି । ଏହାରି ଭିତରେ ଦଳଡିଆଁ ପର୍ବ ଦେଖିବାକୁ ମିଳିଛି । ରାଜ୍ୟ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସମ୍ପାଦକ ଧରମପାଲ ଠାକୁର ଖାଣ୍ଡଙ୍କ ସମେତ ବିଜେପି ଶିବିରରେ କଂଗ୍ରେସର 26 ନେତା ଓ କର୍ମୀ ସାମିଲ ହୋଇଛନ୍ତି । ଯାହା କଂଗ୍ରେସକୁ ଏକ ଝଟକା ଦେଇଛି ।

କଂଗ୍ରେସର ସମସ୍ତ ନେତା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଓ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ସୁଧନ ସିଂହଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ଏହି ଅବସରରେ ସିମଲାର ବିଜେପି ପ୍ରାର୍ଥୀ ସଞ୍ଜୟ ସୁଦ ମଧ୍ୟ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଶନିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହିମାଚଳ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ବିଜୟୀ ହେବା ନେଇ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ । ଏଥର ପୁଣି ସରକାର ଗଢିବା ବୋଲି ଦୃଢୋକ୍ତି ଦେଇଥିଲେ । ରାଜ୍ୟବାସୀଙ୍କୁ ବିଜେପି 11ଟି ପ୍ରତିଶ୍ରୁତି ଦେଇଥିଲା ।

8 ଲକ୍ଷ ନିଯୁକ୍ତି, କଲେଜ ଛାତ୍ରୀଙ୍କୁ ସ୍କୁଟି, ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ପାଇଁ ସାଇକେଲ, 5 ନୂଆ ମେଡିକାଲ କଲେଜ, ସରକାରୀ ଚାକିରୀରେ ମହିଳାଙ୍କ ପାଇଁ 33% ସଂରକ୍ଷଣ କରିବା ସହ ଦଳ କ୍ଷମତାକୁ ଆସିଲେ ୟୁନିଫର୍ମ ସିଭିଲ କୋର୍ଡ ଲାଗୁ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା ଭାରତୀୟ ଜନତା ପାର୍ଟି । ନଡ୍ଡାଙ୍କ ଗସ୍ତର ଦିନକ ପରେ କଂଗ୍ରେସ ଦଳକୁ ଝଟକା ଲାଗିିଛି ।

ଏହା ବି ପଢନ୍ତୁ...Himachal Assembly Poll: 37ବର୍ଷରେ ରିପିଟ୍‌ ହୋଇନି ସରକାର, ଏଥର ପରିବର୍ତ୍ତନ ନା ପରମ୍ପରା ?

ବିଜେପି ଶିବିରରେ ସାମିଲ ହୋଇଥିବା କଂଗ୍ରେସ ନେତାଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର । ବିଜେପିକୁ ଐତିହାସିକ ବିଜୟ ପାଇଁ ଏକାଠୀ କାମ କରିବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ହିମାଚଳ ନିର୍ବାଚନକୁ ଆଉ ମାତ୍ର ଏକ ସପ୍ତାହରୁ କମ୍ ସମୟ ଅଛି । ଏଭଳି ସ୍ଥିତିରେ କଂଗ୍ରେସରୁ ଏତେ ସଂଖ୍ୟାରେ ନେତା ଦଳ ଛାଡିବା ଦଳ ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରକାଶ ଥାଉ କି, ଆସନ୍ତା ନଭେମ୍ବର 12 ତାରିଖରେ 68ଟି ବିଧାନସଭା ଆସନ ନିର୍ବାଚନ ପାଇଁ ମତଦାନ ହେବ । 17 ତାରିଖରେ ବିଦ୍ଧିବଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । 8 ଡିସେମ୍ବରରେ ଫଳାଫଳା ପ୍ରକାଶ ପାଇବ ।

37 ବର୍ଷ ଧରି ହିମାଚଳ ସରକାର କୌଣସି ସରକାରକୁ ଲଗାତାର ଦ୍ବିତୀୟ ଥର କ୍ଷମତା ହାତେଇବାକୁ ଦେଇନାହାନ୍ତି । ଏହି ପୁରୁଣା ପରମ୍ପରାକୁ ନେଇ ଉତ୍ସାହିତ ରହିଥିଲା କଂଗ୍ରେସ କ୍ୟାମ୍ପ୍‌ । ମାତ୍ର ଅନେକ ନେତା ଦଳ ଛାଡି ବିଜେପିରେ ମିଶିବା ପରେ ଏବେ ରୋଚକ ମୋଡରେ ହିମାଚଳ ରାଜନୀତି ।

Last Updated : Nov 8, 2022, 12:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.