ETV Bharat / bharat

ନକଲି କୋଭିଡ ଟୀକା ନେଇ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ

author img

By

Published : Jun 26, 2021, 7:39 PM IST

ନକଲି କୋଭିଡ ଟିକା ନେଇ ଅଭିନେତ୍ରୀରୁ ରାଜନୀତିକୁ ଆସିଥିବା ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ । ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ନକଲି କୋଭିଡ ଟୀକା ନେଇ ଅସୁସ୍ଥ ହେଲେ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ

କୋଲକାତା: ନକଲି କୋଭିଡ ଟିକା ନେଇ ଅଭିନେତ୍ରୀରୁ ରାଜନୀତିକୁ ଆସିଥିବା ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥତା ପରେ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ 4 ଦିନ ପୂର୍ବରୁ ସେ ନକଲି କୋଭିଡ ଟୀକା ନେଇଥିବା ଏକ ସୂତ୍ରରୁ ଜଣାପଡିଛି ।

4 ଦିନ ପୂର୍ବରୁ କୋଭିଡ ଟୀକା ନେଇଥିବା ସାଂସଦ ମିମି ଚକ୍ରବର୍ତ୍ତୀ ଆଜି ସକାଳେ ହଠାତ ଅସୁସ୍ଥତା ଅନୁଭବ କରୁଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ପୂର୍ବରୁ ମଧ୍ୟ ଯକୃତ ସମସ୍ୟାରେ ପିଡୀତ ଥିବା ନିକଟତମ ସୂତ୍ରରୁ ଜଣାପଡିଛି । ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଚିକିତ୍ସା ଜାରି ରହିଛି । ତାଙ୍କ ଅସୁସସ୍ଥତାର କାରଣ ନକଲି ଟିକା ବୋଲି ଚିକିତ୍ସା କରୁଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ତେବେ ମିମି ନିଜେ ମଧ୍ୟ ଭିଡିଓ ବାର୍ତ୍ତା ଜାରି କରି ଲୋକଙ୍କୁ ଚିନ୍ତିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ।

ତେବେ ସେ କେଉଁ ପରିସ୍ଥିତିରେ ନକଲି ଟିକା ନେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ କୋଲକାତାରେ ଏକ ନକଲି ଟିକା ରାକେଟ ସକ୍ରିୟ ଥିବା ସନ୍ଦେହ କରାଯାଉଛି । ତେବେ ସାଂସଦ ମିମି ଏହି ରାକେଟର ଶିକାର ହୋଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.