ETV Bharat / bharat

ଅନ୍ତର୍ଜାତୀୟ ସେବିକା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା - ଅନ୍ତର୍ଜାତୀୟ ସେବିକା ଦିବସ

ନର୍ସମାନଙ୍କ କଠିନ ପରିଶ୍ରମ ଓ ସମର୍ପଣ ଭାବରୁ ସମ୍ମାନ ଜଣାଇ ସମଗ୍ର ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ନର୍ସ ଦିବସ(International Nurses Day) । ଏହି ଅବସରରେ ସମସ୍ତ ସେବିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଅନ୍ତର୍ଜାତୀୟ ସେବିକା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : May 12, 2022, 12:08 PM IST

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ନର୍ସ ବା ସେବିକା ଦିବସ(International Nurses Day) । ନର୍ସମାନଙ୍କ କଠିନ ପରିଶ୍ରମ ଓ ସମର୍ପଣ ଭାବରୁ ସମ୍ମାନ ଜଣାଇ ସମଗ୍ର ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ନର୍ସ ଦିବସ । ଏହି ଅବସରରେ ସମସ୍ତ ସେବିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେବିକା ଦିବସ ଅବସରରେ ଟ୍ବିଟ କରି କହିଛନ୍ତି, ''ସ୍ବାସ୍ଥ୍ୟ ସେବାକ୍ଷେତ୍ରରେ ନର୍ସମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କ ଉତ୍ସର୍ଗୀକୃତ ସେବା ଓ କରୁଣା ଏକ ଆଦର୍ଶ।"

  • Nurses play a vital role in keeping our planet healthy. Their dedication and compassion is exemplary. International Nurses Day is a day to reiterate our appreciation to all nursing staff for their exceptional work even in the most challenging of situations.

    — Narendra Modi (@narendramodi) May 12, 2022 " class="align-text-top noRightClick twitterSection" data=" ">

ଅନ୍ତର୍ଜାତୀୟ ନର୍ସ ଦିବସ ହେଉଛି ସମସ୍ତ ସେବିକାଙ୍କୁ ସେମାନଙ୍କ ଅସାଧାରଣ କାର୍ଯ୍ୟ ପାଇଁ ଆମର କୃତଜ୍ଞତା ଜଣାଇବା । ଯେକୌଣସି ସ୍ଥିତି ପରିସ୍ଥିତି ଆସୁ ନା କାହିଁକି ସେମାନେ ତାଙ୍କୁ କାର୍ଯ୍ୟ ସୂଚାରୁ ରୂପେ ତୁଲାଇଥାନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଧୁନିକ ନର୍ସିଂର ଅଗ୍ରଦୂତ ଫ୍ଲୋରେନ୍ସ ନାଇଟଆଙ୍ଗୋଲଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରତି ବର୍ଷ ମେ 12 ତାରିଖକୁ ଅନ୍ତର୍ଜାତୀୟ ସେବିକା ଦିବସ ଭାବେ ପାଳନ କରାଯାଏ ।

ନର୍ସିଂ ଏକ ଉତ୍ତମ ଏବଂ ନିସ୍ବାର୍ଥପର ବୃତ୍ତି । ନର୍ସଙ୍କ ଅଧିକାର ଓ ସଂଘର୍ଷ ବିଷୟରେ ଜନସଚେତନତା ସୃଷ୍ଟି ସହିତ ସେମାନଙ୍କ ପାଇଁ ସୁନ୍ଦର କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଲାଗି 1965 ମସିହାରେ ଏହି ଦିବସ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଦିବସର ବିଷୟ ବସ୍ତୁ ରହିଛି 'ନର୍ସେସ ମେକ ଏ ଡିଫରେନ୍ସ' ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.