ETV Bharat / bharat

ନିଲାମ ହେଲା ଗ୍ୟାଙ୍ଗଷ୍ଟାର ଦାଉଦର ସମ୍ପତ୍ତି - SAFEMA

ନିଲାମ ହୋଇଛି ଦାଉଦ ଇବ୍ରାହିମର ସମ୍ପତ୍ତି । 7ଟି ସମ୍ପତ୍ତି ମଧ୍ୟରୁ 6ଟି ବିକ୍ରି ହୋଇଥିବା ବେଳେ ଗୋଟିଏ ଡ୍ରପ୍ କରାଯାଇଛି । ଅଧିକ ପଢନ୍ତୁ..

ନିଲାମ ହେଲା ଦାଉଦର ସମ୍ପତ୍ତି
ନିଲାମ ହେଲା ଦାଉଦର ସମ୍ପତ୍ତି
author img

By

Published : Nov 10, 2020, 2:09 PM IST

ମୁମ୍ବାଇ: ନିଲାମ ହୋଇଛି ଦାଉଦ ଇବ୍ରାହିମର ସମ୍ପତ୍ତି । 7ଟି ସମ୍ପତ୍ତି ମଧ୍ୟରୁ 6ଟି ବିକ୍ରି ହୋଇଥିବା ବେଳେ ଗୋଟିଏ ଡ୍ରପ୍ କରାଯାଇଛି । ଏହାସହ ଇକାବଲ୍ ମିର୍ଚିଙ୍କ ସମ୍ପତ୍ତିକୁ ବିଡ୍ କରାଯାଇନାହିଁ । ଏନେଇ ଚୋରା ଚାଲାଣକାରୀ ଏବଂ ବୈଦେଶିକ ମୁଦ୍ରା ବିନିମୟ (ସମ୍ପତ୍ତି ବାତିଲ) ଆଇନ (SAFEMA) ଅଧିକାରୀମାନେ ନିଶ୍ଚିତ କରିଛନ୍ତି।

ମହାରାଷ୍ଟ୍ରରେ ଦାଉଦ ଇବ୍ରାହିମଙ୍କ ସମ୍ପତ୍ତିର ଏହା ସବୁଠାରୁ ବଡ ନିଲାମ ବୋଲି କୁହାଯାଉଛି । କୋଭିଡ-19 ମହାମାରୀ ହେତୁ ଭିଡିଓ କନଫରେନ୍ସିଂ ଉପରେ ଏହି ନିଲାମ ହୋଇଛି । ଗତବର୍ଷ କର୍ତ୍ତୃପକ୍ଷ ନାଗପଡାଠାରେ ଏକ ଫ୍ଲାଟ ନିଲାମ କରିଥିଲେ ଯାହାକି ଦାଉଦର ଭଉଣୀ ସ୍ୱର୍ଗତ ହସିନା ପାରକର ବୋଲି କୁହାଯାଉଥିଲା ।

ସେହି ଅଞ୍ଚଳରେ ଥିବା ଦାଉଦଙ୍କର ଅନ୍ୟ 3 ସମ୍ପତ୍ତି 2017 ରେ ସମାନ ନିଲାମରେ ସାଇଫି ବୁରହାନି ଅପ୍ଲିଫ୍ଟମେଣ୍ଟ ଟ୍ରଷ୍ଟ ଦ୍ୱାରା କିଣାଯାଇଥିଲା । ଫେବୃଆରୀ-ମାର୍ଚ୍ଚ 1993 ସିରିଏଲ ବିସ୍ଫୋରଣରେ ଦାଉଦ ଇବ୍ରାହିମ ମୁଖ୍ୟ ଅଭିଯୁକ୍ତ । ତତ୍କାଳୀନ ବମ୍ବେରେ 150 ରୁ ଅଧିକ ଲୋକ ଏହି ବିସ୍ପୋରଣରେ ପ୍ରାଣ ହରାଇଥିଲେ । ସେ ଏବେ କରାଚିରେ ଥିବା କୁହାଯାଉଛି । ତାର ଭାରତ, ବ୍ରିଟେନ, ସ୍ପେନ୍, ମୋରୋକୋ, ତୁର୍କୀ, ଅଷ୍ଟ୍ରେଲିଆ, ସାଇପ୍ରସ୍ ଏବଂ ୟୁଏଇରେ କୋଟି କୋଟି ମୂଲ୍ୟର ସମ୍ପତ୍ତି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.