ETV Bharat / bharat

ଦୁଷ୍କର୍ମ ଅଭିଯୁକ୍ତକୁ ଧରାଇ ଦେଲା କୁକୁର

ବେଳେବେଳେ ଯେଉଁ କାମ ପୋଲିସ ପକ୍ଷରେ କରିବା ସମ୍ଭବ ହୋଇନଥାଏ ତାହାକୁ ସଫଳ କରି ଦେଖେଇଥାଏ ଏକ କୁକୁର । କର୍ଣ୍ଣାଟକରେ ଠିକ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଦାବନଗେରେ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ତୁଙ୍ଗା 777 ଚାର୍ଲି କୁକୁର ମୁଖ୍ୟ ଭୂମିକା ଗ୍ରହଣ କରିଛି ।

Davangere Rape and Murder Case:ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହେଲା  Tunga 777 Charlie

author img

By

Published : Jun 29, 2022, 11:44 AM IST

ବେଙ୍ଗାଲୁରୁ: ବେଳେବେଳେ ଯେଉଁ କାମ ପୋଲିସ ପକ୍ଷରେ କରିବା ସମ୍ଭବ ହୋଇନଥାଏ ତାହାକୁ ସଫଳ କରି ଦେଖେଇଥାଏ ଏକ କୁକୁର । ପୋଲିସ ଠାରୁ ଅଧିକ ପ୍ରଖର ବୁଦ୍ଧି ଖଟାଇ ଚୋରକୁ ଧିରିବାରେ ସଫଳ ହୁଏ କୁକୁର । କର୍ଣ୍ଣାଟକରେ ଠିକ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁ ଅପରାଧୀକୁ ପୋଲିସ ଗିରଫ କରିବାରେ ଅସମ୍ଭବ ହୋଇଥିଲା ତାହାକୁ ସମ୍ଭବ କରିଦେଖାଇଛି ଏକ କୁକୁର । ତୁଙ୍ଗା 777 ଚାର୍ଲି କୁକୁର ହେଉଛି ପୋଲିସର ମେରୁଦଣ୍ଡ ସଦୃଶ । ଜିଲ୍ଲାରେ ତୁଙ୍ଗା ଅନେକ ମାମଲାରେ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଛି ଯାହାକୁ ପୋଲିସ ପକ୍ଷେ ସମ୍ଭବ ନଥିଲା । ଦାବନଗେରେ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ତୁଙ୍ଗା ମୁଖ୍ୟ ଭୂମିକା ଗ୍ରହଣ କରିଛି ।

ସୂଚନାଅନୁସାରେ, ଜୁନ୍ 22 ତାରିଖରେ ଜିଲ୍ଲାର ହନ୍ନାଲି ଅଞ୍ଚଳରେ ଜଣେ ମହିଳା ଏକାକୀ ରହିଥିବା ସୁଯୋଗ ନେଇ ଘର ଭିତରକୁ ପ୍ରବେଶ କରିଥିଲା ଅଭିଯୁକ୍ତ । ପରେ ସେ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରି ସେଠାରୁ ପଳାଇ ଯାଇଥିଲେ । ଏନେଇ ହନ୍ନାଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା । ଏହା ପରେ ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ହରିଶକୁ(32) ଗିରଫ କରିଥିଲା । ଜିଲ୍ଲା ପୋଲିସ କୁକୁର ବ୍ରିଗେଡର ତୁଙ୍ଗା ଏବଂ କୁକୁର ନିୟନ୍ତ୍ରକ କେଏମ ପ୍ରକାଶ, ଏମଡି ଶାଫି ଏହି ଘଟଣାର ତଦନ୍ତଭାର ନେଇଥିଲେ । ତେବେ ଯେଉଁଠାରେ ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଥିଲା ସେହି ସ୍ଥାନରୁ ଅଭିଯୁକ୍ତଙ୍କୁ ଟ୍ରାକ କରି ସିଧା ଅଭିଯୁକ୍ତ ହରିଶଙ୍କ ଘରକୁ ପହଞ୍ଚିବାରେ ସଫଳ ହୋଇଥିଲା ତୁଙ୍ଗା ।

ତୁଙ୍ଗା 777 ଚାର୍ଲି ଅପରାଧୀକୁ ଧରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଖବରଅନୁସାରେ, ତୁଙ୍ଗା 2009 ମସିହାରୁ ପୋଲିସ ବିଭାଗରେ ରହିଆସିଛି ଏବଂ 12 ବର୍ଷରୁ ଅଧିକ ସମୟ ମଧ୍ୟରେ 70 ଟି ହତ୍ୟା ଏବଂ 35 ଟି ଡକାୟତି ମାମଲାରେ ପୋଲିସକୁ ସଫଳତା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.