ETV Bharat / bharat

ମାଆ ମୃତଦେହ ସହ 4-5 ଦିନ ବିତାଇଲେ ଯୁବତୀ

author img

By

Published : Jun 27, 2021, 9:02 PM IST

କୋଲକାତା ଟାଙ୍ଗରା ପୋଲିସ ଷ୍ଟେସନ ଅଞ୍ଚଳରେ ଅଭାବନୀୟ ଘଟଣା । ମାଆର ମୃତଦେହକୁ 4ରୁ 5 ଦିନ ଘର ପକାଇ ରଖିଲେ ଯୁବତୀ । ଅଧିକ ପଢନ୍ତୁ...

ମାଆ ମୃତଦେହ ସହ 4-5 ଦିନ ବିତାଇଲେ ଯୁବତୀ
ମାଆ ମୃତଦେହ ସହ 4-5 ଦିନ ବିତାଇଲେ ଯୁବତୀ

କୋଲକାତା: ମାଆର ମୃତଦେହ ସହ 4ରୁ 5 ଦିନ ବିତାଇଲେ ଯୁବତୀ । କୋଲକାତା ଟାଙ୍ଗରା ପୋଲିସ ଷ୍ଟେସନ ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । ମାଆର ମୃତ୍ୟୁ ପରେ ଝିଅ ମୃତଦେହ ସତ୍କାର କରିବା ପରିବର୍ତ୍ତେ ଘରେ ପକାଇ ରଖିଥିବା ଜଣାପଡିଛି । ମୃତ ମହିଳା ହେଲେ କ୍ରିଷ୍ଣା ଦାସ ଏବଂ ତାଙ୍କ ଝିଅ ସୋମା ଦାସ । କୋଲକାତା ରବିନସନ ଷ୍ଟ୍ରିଟ୍ ଅଞ୍ଚଳରେ ମଧ୍ୟ ଏଭଳି ସମାନ ଘଟଣା ପୂର୍ବରୁ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ମୃତ କ୍ରିଷ୍ଣା ଦାସଙ୍କ ଘରୁ ଗତକାଲି(ଶନିବାର) ବିଳମ୍ବିତ ରାତିରେ ବହୁତ ଦୁର୍ଗନ୍ଧ ଆସିଥିଲା । ଫଳରେ ଆଖପାଖର ଲୋକେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ଏବଂ ଆଜି(ରବିବାର) ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଯାହାପରେ ପୁରା ଘଟଣା ଉପରୁ ପରଦା ଉଠିଛି । ପୋଲିସ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଘର କବାଟ ଭାଙ୍ଗିବା ପରେ ଘର ଭିତରେ ମହିଳାଙ୍କ ମୃତଦେହ ପଡିଥିବାର ଏବଂ ତାହା ନିକଟରେ ତାଙ୍କ ଝିଅ ବସି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ସମ୍ପୃକ୍ତ ମହିଳାଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା, ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଘଟଣାରେ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.