ଲକ୍ଷ୍ନୌ: ବର ବେଶ ହୋଇ ବର ଯାତ୍ରୀରେ ବାହାରିଲା କନ୍ୟା । ସମସ୍ତେ ନିଶ୍ଚିତ ଭାବରେ ପୁଅର ବରଯାତ୍ରୀ ଆସିଥିବାର ଦେଖିଥିବେ କିନ୍ତୁ ଏଠାରେ ଦେଖିବାକୁ ମିଳିଛି ଝିଅର ବରଯାତ୍ରୀ । ଏଭଳି ନୂଆ ଚିନ୍ତାଧାରା ଏବଂ ଭାବପ୍ରବଣତାର ଏହି ଅନନ୍ୟ ଉଦାହରଣ ମୁରାଦାବାଦ ସହରର ରାମ ଗଙ୍ଗା ବିହାରରେ ଅବସ୍ଥିତ ହିମଗିରି କଲୋନୀରେ ଦେଖିବାକୁ ମିଳିଛି । ବ୍ୟାଣ୍ଡ ବାଜା ସହିତ ବର ପରି ପୋଷାକ ପିନ୍ଧିଥିବା ଯୁବତୀ ଜଣକ ଏକ ଘୋଡା ଗାଡି ଉପରେ ନାଚି ନାଚି ଯାଉଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ସୂଚନା ମୁତାବକ, ମୁରାଦାବାଦର ରାମ ଗଙ୍ଗା ସ୍ଥିତ ହିମଗିରି କଲୋନୀରେ ରହୁଥିବା ଅଖିଳ ବର୍ଷୀୟ ବ୍ରାହ୍ମଣ ମହାସଭାର ପ୍ରଦେଶ ମହାମନ୍ତ୍ରୀ ରାଜେଶ ଶର୍ମା ଯିଏକି ମହିଳାମାନଙ୍କ ସମାନ ଅଧିକାର ପାଇଁ ଏକ ନିଆରା ପଦକ୍ଷେପ ଆରମ୍ଭ କରିଛନ୍ତି ।
ବାସ୍ତବରେ ସେ ତାଙ୍କ ଝିଅ ସ୍ବେତା ଭରଦ୍ବାଜଙ୍କ ବିବାହ ଅବସରରେ ଏକ ନୂତନ ପରମ୍ପରାର ଆରମ୍ଭ ଆରମ୍ଭ କରିଛନ୍ତି । ପୁଅମାନଙ୍କ ପରି ଝିଅର ବରଯାତ୍ରୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିସହ ବ୍ୟାଣ୍ଡବାଜା ସହିତ ଘୋଡା ଗାଡିରେ ବାସାଇ ନିଜ କଲୋନୀରୁ ବରଯାତ୍ରୀ ବାହାର କରିଥିଲେ । ତେବେ ଝିଅର ବିବାହ ବୁଧବାର ଦିନ ଥିବା ବେଳେ ବାହାଘରର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ଦିନ ରାତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ଝିଅର ଏହି ଶୋଭାଯାତ୍ରା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ପରିବାରର ସଦସ୍ୟ ଓ ସମ୍ପର୍କୀୟମାନେ ଏହି ନିଆରା ପରମ୍ପରାକୁ ସ୍ବାଗତ କରିଥିଲେ ।
ଅନ୍ୟପଟେ ଏନେଇ ରାଜେଶ ଶର୍ମା କହିଛନ୍ତି, "ଏହି କାର୍ଯ୍ୟ ମୁଁ ଏଥିପାଇଁ କରିଛି କି ଯେଉଁମାନେ ନିଜ ଝିଅ ଓ ପୁଅ ମଧ୍ୟରେ ଭେଦଭାବ କରିବାର ମାନସିକତା ରଖିଥାନ୍ତି । ଏଭଳି ଲୋକଙ୍କ ଚିନ୍ତାଧାରାକୁ ବଦଳାଇବା ପାଇଁ ଏଭଳି ଏକ ନିଆରା ପ୍ରୟାସ କରିଛି । "
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ