ETV Bharat / bharat

By-Elections 2022: ପଶ୍ଚିମବଙ୍ଗ ସମେତ ୪ ରାଜ୍ୟର ଉପନିର୍ବାଚନ ତାରିଖ ଘୋଷଣା

ପଶ୍ଚିମବଙ୍ଗ, ଛତିଶଗଡ, ବିହାର ଏବଂ ମହାରାଷ୍ଟ୍ରରେ ଉପ-ନିର୍ବାଚନ ପ୍ରକ୍ରିୟା ଆରମ୍ଭ । ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । ଅଧିକ ପଢନ୍ତୁ

author img

By

Published : Mar 12, 2022, 10:59 PM IST

ପଶ୍ଚିମବଙ୍ଗ ସମେତ ୪ ରାଜ୍ୟର ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ଛତିଶଗଡ, ବିହାର ଏବଂ ମହାରାଷ୍ଟ୍ରରେ ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ତାରିଖ ଘୋଷଣା । ଏପ୍ରିଲ 12 ରେ ଗୋଟିଏ ଲୋକସଭା ଏବଂ ଚାରିଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି । ଏଥିରେ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନ ମଧ୍ୟ ରହିଛି । ଏଥି ସହିତ ଛତିଶଗଡ, ମହାରାଷ୍ଟ୍ର , ପଶ୍ଚିମବଙ୍ଗ ଓ ବିହାରରେ ଗୋଟିିଏ ଲେଖାଏଁ ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଏପ୍ରିଲ 16 ରେ ଏହି ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।

By-Elections 2022: ପଶ୍ଚିମବଙ୍ଗ ସମେତ ୪ ରାଜ୍ୟରେ ଉପନିର୍ବାଚନ ପାଇଁ ଆସିଲା ତାରିଖ

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ପଶ୍ଚିମବଙ୍ଗର ଆସନସୋଲ ସଂସଦୀୟ କ୍ଷେତ୍ରରେ ​ଉପ-ନିର୍ବାଚନ ଅନୁଷ୍ଠିତ ହେବ । ବାବୁଲ ସୁପ୍ରିଓ ଏଠାରୁ ସାଂସଦ ଥିଲେ, କିନ୍ତୁ ସେ ବିଜେପି ଛାଡି ଟିଏମସିରେ ଯୋଗ ଦେବା ପରେ ସାଂସଦ ପଦରୁ ମଧ୍ୟ ଇସ୍ତାଫା ଦେଇଥିଲେ । ତେଣୁ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ସେହିପରି ପଶ୍ଚିମ ବଙ୍ଗର ବାଲିଗଞ୍ଜରେ, ଛତିଶଗଡର ଖାଇରାଗଡରେ, ବିହାରର ବୋଚାହାନ ଏବଂ ମହାରାଷ୍ଟ୍ରର କୋହ୍ଲାପୁର ଉତ୍ତର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଉପ-ନିର୍ବାଚନ ଅନୁଷ୍ଠିତ ହେବା ନେଇ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।

ଉପନିର୍ବାଚନ ନେଇ ଗୁରୁତ୍ବପୂର୍ଣ୍ଣ ତାରିଖ:-

  • ବିଜ୍ଞପ୍ତି ପ୍ରକାଶ ତାରିଖ- 17 ମାର୍ଚ୍ଚ 2022
  • ନାମାଙ୍କନ ପତ୍ରର ଶେଷ ତାରିଖ - 24 ମାର୍ଚ୍ଚ
  • ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ - 28 ମାର୍ଚ୍ଚ
  • ମତଦାନ- 12 ଏପ୍ରିଲ
  • ମତ ଗଣନା- 16 ଏପ୍ରିଲ

  • ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.