ନୂଆଦିଲ୍ଲୀ: 'କୁ' ଆପ ନାଁରେ ଡାଟା ଲିକ କରୁଥିବା ଅଭିଯୋଗ ହୋଇଛି । ଡାଟା ଲିକ୍ ପ୍ରସଙ୍ଗରେ ଫ୍ରାନ୍ସର ସୁରକ୍ଷା ଅନୁସନ୍ଧାନକାରୀଙ୍କୁ ଚକିତ କରିଛି । ଏଲିଅଟ୍ ଆଲଡରସନ ଦାବି କରିଛନ୍ତି ଯେ, ବିଭିନ୍ନ ପ୍ଲାଟଫର୍ମ ମାଧ୍ୟମରେ 'କୁ' ଆପ ବ୍ୟବହାରୀଙ୍କ ବିଭିନ୍ନ ତଥ୍ୟ ଯେପରି ଜନ୍ମତିଥି ବୈବାହିକ ସ୍ଥିତିର ବିଷୟକୁ ଲିକ କରୁଛି ।
ଆଲଡରସନ କହିଛନ୍ତି ତୁମେ ଏମିତି କଲ ତ ମୁଁ ବି ଏମିତି କଲି । ମୁଁ 'କୁ' ଆପକୁ 30ମିନିଟ ବ୍ୟବହାର କରିଛି। ଏହି ଆପ ଅନେକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ଲିକ କରୁଛି । ଇମେଲ, ଜନ୍ମତାରିଖ, ବୈବାହିକ ସ୍ଥିତି ଇତ୍ୟାଦି ବିଷୟରେ ବ୍ୟବହାରକାରୀଙ୍କ ତଥ୍ୟ ଲିକ କରାଯାଉଛି । ଏହା କହିବା ସହିତ ଜଣେ ବ୍ୟବହାରକାରୀଙ୍କ ତଥ୍ୟର ସ୍କ୍ରିନ୍ ସଟ୍ ମଧ୍ୟ ପୋଷ୍ଟ କରିଛନ୍ତି ଆଲଡରସନ ।
'କୁ' ଆପ ଉପରେ ଏପରି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଆପର ସିଇଓ ଅପ୍ରମେୟ ରାଧାକୃଷ୍ଣ । କୁ ଆପର ଏହି ଡାଟା ଲିକ ବିଷୟରେ କିଛି କଥା ଅନାବଶ୍ୟକ ବୋଲି ଟ୍ବିଟ କରି କହିଛନ୍ତି ରାଧାକୃଷ୍ଣ । ଆପରେ ଦେଖାଯାଉଥିବା ତଥ୍ୟକୁ ଉପଭୋକ୍ତାମାନେ ସ୍ବଇଚ୍ଛାରେ ନିଜ ପ୍ରୋଫାଇଲରେ ଦର୍ଶାଇଛନ୍ତି । ଏହାକୁ ଡାଟା ଲିକ ବୋଲି କୁହାଯାଇ ପାରିବନାହିଁ ବୋଲି କହିଛନ୍ତି ରାଧାକୃଷ୍ଣ ।
ଆରୋଗ୍ୟ ସେତୁ ଆପ ଓ ଆଧାର ଆପର ତ୍ରୁଟି ବିଷୟରେ ଦର୍ଶାଇ 'କୁ' ଆପର ପ୍ରତିଷ୍ଠାତା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାଧାକୃଷ୍ଣ କହିଛନ୍ତି 'କୁ' ହେଉଛି ଏକ ଭାରତୀୟ ପଞ୍ଜୀକୃତ କମ୍ପାନୀ । ଏହା 2.5ବର୍ଷ ପୂର୍ବରୁ ପୁଞ୍ଜି ସଂଗ୍ରହ କରିଥିଲା । ଏହି ମାସ ଆରମ୍ଭରେ 41ଲକ୍ଷ ଡଲାର ସଂଗ୍ରହ କରିଥିବା ଘୋଷଣା କରିଛି କୁ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ