ETV Bharat / bharat

ବିହାରରେ ଲଜ୍ଜା, ଗଣଦୁଷ୍କର୍ମରୁ ବର୍ତ୍ତିବା ପାଇଁ ବସରୁ ଡେଇଁ ମହିଳା ଗୁରୁତର - ବିହାରରେ ଗଣଦୁଷ୍କର୍ମ ଉଦ୍ୟମ

ଅଭିଯୁକ୍ତମାନେ ଏହାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବାରୁ ମହିଳାଜଣଙ୍କ ବସରୁ ଡେଇଁପଡି ନିଜକୁ ବଞ୍ଚାଇବାକୁ ବାଧ୍ୟ ହୋଇଥିଲେ । ମହିଳାଜଣଙ୍କ ଡେଇଁବା ପରେ ମଧ୍ୟ ବସର ଡ୍ରାଇଭର ଗାଡି ନରଖି ଦୃତଗତିରେ ସ୍ଥାନ ଛାଡି ପଳାଇଥିଲ । ତେବେ ସ୍ଥାନୀୟ କିଛି ବାସିନ୍ଦା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଅଧିକ ପଢନ୍ତୁ

ଗଣଦୁଷ୍କର୍ମରୁ ବର୍ତ୍ତିବା ପାଇଁ ବସରୁ ଡେଇ ମହିଳା ଗୁରୁତର

author img

By

Published : Jan 25, 2023, 10:07 PM IST

Updated : Jan 25, 2023, 11:01 PM IST

ହାଇଦ୍ରାବାଦ: ବିହାରରେ ଦିଲ୍ଲୀ ନିର୍ଭୟକାଣ୍ଡର ପୁନରାବୃତ୍ତି କରିବାକୁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଚଳନ୍ତା ବସରେ ପଶ୍ଚିମବଙ୍ଗ ଡାର୍ଜିଲିଂର ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଉଦ୍ୟମ ହୋଇଛି । ଗଣଦୁଷ୍କର୍ମରୁ ବର୍ତ୍ତିବା 35 ବର୍ଷୀୟା ମହିଳାଜଣଙ୍କ ଚଳନ୍ତା ବସରୁ ଡେଇଁ ଗୁରୁତର ହୋଇଛନ୍ତି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗତକାଲି ସଂଧ୍ୟାରେ ବିହାରର ପୁର୍ଣ୍ଣିଆ ଅଞ୍ଚଳରେ ଏପରି ଏକ ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ମହିଳାଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବା ମଧ୍ୟ ସୂଚନା ମିଳିଛି ।

ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ କହିଛି, ‘‘ମହିଳାଜଣଙ୍କ ପଶ୍ଚିମବଙ୍ଗ ଡାର୍ଜିଲିଂର ହୋଇଥିବା ବେଳେ କୌଣସି କାମରେ ବିହାର ଆସିଥିଲେ । ବସରେ ସେ ଯାତ୍ରା କରୁଥିବା ବେଳେ ବସଟି ଯାତ୍ରୀରେ ଭରପୁର ଥିଲା । ସମୟ କ୍ରମେ ବସରୁ ଯାତ୍ରୀମାନେ ଓହ୍ଲାଇଯିବା ସହ ଗାଡି କ୍ରମଶଃ ଖାଲି ହୋଇଥିଲା । ପରେ ମାତ୍ର ଅଳ୍ପ କିଛି ଯାତ୍ରୀଙ୍କ ସହ ସେ ହିଁ ଏକମାତ୍ର ମହିଳାଯାତ୍ରୀ ଭାବେ ବସରେ ରହିଯାଇଥିଲେ । ଏହାର ସୁଯୋଗ ନେଇ ବସରେ ଥିବା 5ଜଣ ଯୁବକ ମହିଳାଙ୍କ ପାଖକୁ ଆସି ତାଙ୍କୁ ଘେରି ବସିଥିଲେ । ପରେ ଦୁର୍ବ୍ୟବହାର ମଧ୍ୟ କରିବା ଆରମ୍ଭ କରିଥିଲା । ହେଲେ ମହିଳାଜଣଙ୍କ ସାହାଯ୍ୟ ମାଗିଥିଲେ ସୁଦ୍ଧା ଉକ୍ତ ବସର ଡ୍ରାଇଭର ଓ କଣ୍ଡକ୍ଟର ଏହା ଜାଣି ମଧ୍ୟ ତାଙ୍କୁ କୌଣସି ସହଯୋଗ ନକରି ଗାଡି ଚଳାଇବା ଜାରି ରଖିଥିଲେ ।’’

ତେବେ ଅଭିଯୁକ୍ତମାନେ ଏହାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବାରୁ ମହିଳାଜଣଙ୍କ ବସରୁ ଡେଇଁପଡି ନିଜକୁ ବଞ୍ଚାଇବାକୁ ବାଧ୍ୟ ହୋଇଥିଲେ । ମହିଳାଜଣଙ୍କ ଡେଇଁବା ପରେ ମଧ୍ୟ ବସର ଡ୍ରାଇଭର ଗାଡି ନରଖି ଦୃତଗତିରେ ସ୍ଥାନ ଛାଡି ପଳାଇଥିଲ । ତେବେ ସ୍ଥାନୀୟ କିଛି ବାସିନ୍ଦା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସ୍ଥାନୀୟ ପୋଲିସ ହସ୍ପିଟାଲରେ ପହଞ୍ଚି ମହିଳାଙ୍କ ଠାରୁ ବୟାନ ସଂଗ୍ରହ କରିଛି । ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ବସ ଡ୍ରାଇଭର କଣ୍ଡକ୍ଟରଙ୍କ ସମେତ ସମସ୍ତ 5 ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।ତେବେ ପ୍ରଥମେ ମହିଳାଙ୍କ ବୟାନ ଅନୁସାରେ ସମ୍ପୃକ୍ତ ବସ ସମ୍ପର୍କରେ ସୂଚନା ଏକତ୍ରୀତ କରାଯାଉଛି । ଏହି ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 25, 2023, 11:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.