ETV Bharat / bharat

NIA କରିବ ଦରଭଙ୍ଗା ଟ୍ରେନ ବ୍ଲାଷ୍ଟ ତଦନ୍ତ

ବିହାର ଦରଭଙ୍ଗା ଟ୍ରେନ ବ୍ଲାଷ୍ଟ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) । ବିସ୍ଫୋରଣରେ ISIର ହାତ ଥିବା ସନ୍ଦେହ । ଅଧିକ ପଢନ୍ତୁ...

NIA କରିବ ଦରଭଙ୍ଗା ଟ୍ରେନ ବ୍ଲାଷ୍ଟର ତଦନ୍ତ
NIA କରିବ ଦରଭଙ୍ଗା ଟ୍ରେନ ବ୍ଲାଷ୍ଟର ତଦନ୍ତ
author img

By

Published : Jun 25, 2021, 9:25 AM IST

ପାଟନା: ଦରଭଙ୍ଗା ଟ୍ରେନ ବ୍ଲାଷ୍ଟ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) । ଜୁନ୍ 17 ରେ ସିକନ୍ଦରାବାଦରୁ କେମିକାଲ ପ୍ୟାକେଟ୍ ନେଇ ବିହାର ଯାଉଥିବା ସମୟରେ ଦରଭଙ୍ଗା ନିକଟରେ ଟ୍ରେନରେ ବିସ୍ଫୋରଣ ଘଟିଥିଲା ।

ବିହାର ଗୃହ ବିଭାଗ ଘଟଣାର ତଦନ୍ତ ପାଇଁ NIA କୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରିଛି । ମାମଲାଟି ଅତ୍ୟନ୍ତ ଗୁରୁତର ହୋଇଥିବାରୁ GRP କେସକୁ ବିହାର ପୋଲିସର ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡ(ATS)କୁ ହସ୍ତାନ୍ତର କରିଛି । ଏହି ମାମଲା ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ ସହିତ ମଧ୍ୟ ଜଡିତ ଥିବାରୁ ଏହି ଦୁଇ ରାଜ୍ୟର ATS ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି ।

ତଦନ୍ତ ସମୟରେ ଏଥିରେ ISIର ହାତ ଥିବା ସନ୍ଦେହ କରାଯାଉଛି । ବିହାର ଏବଂ ତେଲେଙ୍ଗାନା ATS ର ମିଳିତ ରିପୋର୍ଟ ଶୁକ୍ରବାର ସକାଳରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି । ଏହାପରେ ତଦନ୍ତ ଦାୟିତ୍ବ ଏନଆଇଏକୁ ହସ୍ଥାନ୍ତର ହୋଇଛି ବୋଲି ବିହାର ଏଟିଏସର ଜଣେ ଅଧିକାରୀ କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.