ETV Bharat / bharat

Dantewada Naxal Attack: ମାଷ୍ଟରମାଇଣ୍ଡର ଫଟୋ ଜାରି କଲା ପୋଲିସ

author img

By

Published : Apr 30, 2023, 10:28 AM IST

ଦନ୍ତେୱାଡାରେ ନକ୍ସଲ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଫଟୋ ଜାରି କଲା ପୋଲିସ । ଅଧିକ ପଢନ୍ତୁ

Dantewada blast
Dantewada blast

ରାୟପୁର: ଛତିଶଗଡ଼ ଦନ୍ତେୱାଡାରେ ନକ୍ସଲ ଆକ୍ରମଣ ଘଟଣା । ସାମ୍ନାକୁ ଆସିଲା ଆଇଇଡି ବିସ୍ଫୋରଣ କରିଥିବା ମାଷ୍ଟରମାଇଣ୍ଡର ଫଟୋ । ପୋଲିସ ମାଷ୍ଟରମାଇଣ୍ଡର ଫଟୋ ଜାରି ତାର ନାମ ଜଗଦିଶ ବୋଲି ସୂଚନା ଦେଇଛି। ସମ୍ପୃକ୍ତ ନକ୍ସଲ ଉପରେ ନଗଦ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୋଲିସ ।

ଜଣେ ପୋଲିସ ଅଧିକାରୀ କହିଛନ୍ତି,''ଦନ୍ତେୱାଡାରେ ଆଇଇଡି ବିସ୍ଫୋରଣ ଘଟଣାରେ ତଦନ୍ତ ଜାରି ରହିଛି । ତଦନ୍ତରୁ ଜଣାପଡିଛି ଯେ ନକ୍ସଲ କ୍ୟାଡର ଜଗଦୀଶ ଯବାନଙ୍କ ଗାଡି ଉପରକୁ ଆଇଇଡି ବିସ୍ଫୋରଣ କରିବା ନେଇ ଯୋଜନା କରିଥିଲା । ଫଳରେ ବିସ୍ଫୋରଣରେ 10 ଯବାନ ଶହୀଦ ହୋଇଥିବା ବେଳେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା ।''

ଗୁଇନ୍ଦା ସୂଚନା ଅନୁଯାୟୀ, ଜଗଦୀଶର ପତ୍ନୀ ହେଉଛନ୍ତି ହେମଲା । ସେ ସୁକମା ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ପ୍ରତିବନ୍ଧିତ ସଂଗଠନ ଦରଭା ଡିଭିଜର ଡାକ୍ତର ଟିମର କମାଣ୍ଡର ରହିଛନ୍ତି । ଜଗଦିଶର ଶ୍ବଶୂର ବିନୋଦ କଙ୍ଗର ଘାଟି ଏରିଆ କମିଟିର ଇନଚାର୍ଜ ଭାବରେ ସକ୍ରିୟ ଅଛନ୍ତି । ସିପିଆଇର ଦରଭା ଡିଭିଜନ କମିଟିର ନକ୍ସଲ ଏହି ବିସ୍ଫୋରଣରେ ଜଡିତ ରହିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଜଗଦୀଶଙ୍କୁ ବିସ୍ଫୋରଣ ସ୍ଥାନ ନିକଟରେ ଦେଖିବାକୁ ମିଳିଥିଲା ଏବଂ ସେ ଏହି ବିସ୍ଫୋରଣର ଷଡଯନ୍ତ୍ର ରଚିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । ସମ୍ପୃକ୍ତ ନକ୍ସଲଙ୍କ ଉପରେ ପୋଲିସ ନଗଦ ପୁରସ୍କାର ଘୋଷଣା କରିଛି ।''

ଏହା ମଧ୍ୟ ପଢନ୍ତୁ-Dantewada Blast: ୨ମାସ ପୂର୍ବରୁ IED ଖଞ୍ଜିଥିଲେ ନକ୍ସଲ, ଘାସରେ ଲୁଚାଇଥିଲେ ତାର

ଗତ ବୁଧବାର ଛତିଶଗଡ ଦନ୍ତେୱାଡାରେ ଯବାନଙ୍କୁ ନେଇ ଯାଉଥିବା ଗୋଟିଏ ଗାଡି ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ଉଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ10 ଜଣ ଯବାନ ଶହୀଦ ହେବା ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ବିସ୍ଫୋରଣରେ 50 କେଜି ବିସ୍ଫୋରକ ବ୍ୟବହୃତ ହୋଇଥିଲା । ଘଟଣାର ଗୋଟିଏ ଦିନ ପରେ ନକ୍ସଲ ଆକ୍ରମଣର ଏକ ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଘଟଣାସ୍ଥଳରେ ଦୁଇ ମାସ ପୂର୍ବରୁ ନକ୍ସଲ ମାନେ ଆଇଡି ବୋମା ଖଞ୍ଜିଥିଲେ ଓ ରାସ୍ତା ପାର୍ଶ୍ବରେ ସୁଡ଼ଙ୍ଗ ଖୋଳି ବୋମାକୁ 3ରୁ 4 ଫୁଟ ତଳେ ରଖିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ତଦନ୍ତ ଆଧାରରେ ନକ୍ସଲ ଚୈତୁ, ଦେବ, ମଙ୍ଗୁଟୁ, ରଣସାଇ, ଜଏଲାଲ, ବାମନ, ସୋମ, ରାକେଶ ଓ ଭୀମ ବିରୋଧରେ ଆର୍ମି ଆକ୍ଟ, ୟୁଏପିଏ ଆକ୍ଟ ଓ ଅନାନ୍ୟ ଆକ୍ଟ ଆଧାରରେ ଧାରା 147, 148, 149, 307, 302ରେ ପୋଲିସ ମାମଲା ରୁଜୁ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.