ETV Bharat / bharat

ୟୁପିରେ ଲଜ୍ଜା: ଗଛରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ - up dalit sisters body

ଉତ୍ତରପ୍ରଦେଶ ଲଖିମପୁର ଖେରୀରେ ଦୁଇ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଯୋଗୀ ସରକାରଙ୍କୁ ଘେରିଲେ ବିରୋଧି । ଅଧିକ ପଢନ୍ତୁ

ଗଛରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ୬ ଗିରଫ

author img

By

Published : Sep 15, 2022, 11:47 AM IST

ଲକ୍ଷ୍ନୌ: ଦୁଇ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା । ଗଛରୁ ମିଳିଲା ଝୁଲନ୍ତା ମୃତଦେହ (Dalit sisters body being found hanging from tree) । ଉତ୍ତରପ୍ରଦେଶ ଲଖିମପୁର ଖେରୀରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଦୁଇ ଭଉଣୀଙ୍କୁ ପ୍ରଥମେ ଅପହରଣ କରାଯିବା ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାର ଲୋକେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏନେଇ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି । ଏହି ଘଟଣା ପଦାକୁ ଆସିବା ପରେ ଏବେ ସାରା ରାଜ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ମୃତ ଦୁଇ ଭଉଣୀ ନାବାଳିକା ଅଟନ୍ତି । ଜଣେ ଦଶମ ଶ୍ରେଣୀ ଏବଂ ଅନ୍ୟ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ । ପୀଡିତାଙ୍କ ପରିବାର ଲୋକେ ୪ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଅଜ୍ଞାତ ଯୁବକ ହୋଇଥିବାର ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ, ଗାଁ ପାଖରେ ତିନି ଜଣ ଯୁବକ ବାଇକ ଯୋଗେ ଦୁଇ ଭଉଣୀଙ୍କୁ ଅପହରଣ କରିନେଇଥିଲେ । ସେମାନଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ ।'' ବୁଧବାର ଅପରାହ୍ନରେ ଦୁଇ ନାବାଳିକଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହାସହିତ ପୋଷ୍ଟମର୍ଟମର ଭିଡିଓଗ୍ରାଫି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ହତ୍ୟା ଘଟଣାରେ ପୋଲିସ ଜୁନୈବ ନାମକ ଜଣେ ଯୁବକଙ୍କୁ ଏନକାଉଣ୍ଟର କରି ଗିରଫ କରିଛି । ଏନକାଉଣ୍ଟରେ ଅଭିଯୁକ୍ତର ଦେହରେ ଗୁଳି ବାଜିଛି । ଅଭିଯୁକ୍ତ ଜଣକ ମୃତକଙ୍କ ପଡୋଶୀ ଅଟେ । ସେ ନିଜର ସାଙ୍ଗମାନଙ୍କ ସହ ମିଶି ଦୁହିଁଙ୍କୁ ଅପହରଣ କରିବା ପରେ ଦୁଷ୍କର୍ମ କରି ହତ୍ୟା କରିଛି । ଏହି ମାମଲାରେ ଏ ପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ନୂଆପଡାରେ ମହିଳାଙ୍କୁ ଗୁଳି କରି ହତ୍ୟା

ଅନ୍ୟପଟେ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବାକୁ ନେଇ ବିରୋଧି ଯୋଗୀ ସରକାରଙ୍କୁ ଘେରିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, "ଲଖିମପୁର ଖେରୀ ଚାଷୀ ହତ୍ୟାକାଣ୍ଡ ପରେ ଦଳିତଙ୍କ ଜଘନ୍ୟ ହତ୍ୟା ହାଥରସ୍ ଘଟଣାର ପୁନରାବୃତ୍ତି ।'' କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଟ୍ବିଟ୍ କରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.