ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା। ବୁଧବାର ସେ ରାଷ୍ଟ୍ରପତିଙ୍କୁ ତାଙ୍କର ଶୁଭେଚ୍ଛା ପତ୍ର ଲେଖିଥିବା ଜଣାପଡିଛି । ଏହାସହ ପତ୍ରରେ ଦଲାଇଲାମା ରାଷ୍ଟ୍ରପତିଙ୍କୁ ନିଜର ପୁରୁଣା ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି । ଦଲାଇଲାମା ଲେଖିଛନ୍ତି ଯେ ‘ମୁଁ ଆପଣଙ୍କୁ ଅନେକ ବର୍ଷ ଧରି ଜାଣିଛି ଏବଂ ଆପଣ ମୋର ଜଣେ ପୁରୁଣା ବନ୍ଧୁ, ଆପଣଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି’ ।
ମଙ୍ଗଳବାର ରାଷ୍ଟ୍ରପତି କୋବିନ୍ଦଙ୍କର ଦିଲ୍ଲୀ ଏମ୍ସରେ ବାଇପାସ୍ ସର୍ଜରୀ ହୋଇଛି । ତାଙ୍କର ଅସ୍ତ୍ରୋପଚାର ସମ୍ପୂର୍ଣ୍ଣ ସଫଳ ହୋଇଥିବା ବେଳେ ସେ ସୁସ୍ଥ ଥିବା ମଧ୍ୟ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର ପରେ ବିଶ୍ବର ବିଭିନ୍ନ ରାଷ୍ଟ୍ରରୁ ତାଙ୍କ ନିକଟକୁ ଆଶୁ ଆରୋଗ୍ୟର ଶୁଭେଚ୍ଛା ଆସିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ