ETV Bharat / bharat

ଗୟା କାର୍ଯ୍ୟକ୍ରମରେ ଚୀନ ସରକାରକୁ ବୌଦ୍ଧ ଧର୍ମ ବିରୋଧୀ କହିଲେ ଦଲାଇଲାମା

author img

By

Published : Dec 31, 2022, 10:36 PM IST

ବୋଧଗୟାରେ ଜାରି ରହିଛି କାଳଚକ୍ର ପୂଜା । ଚୀନ ସରକାରଙ୍କୁ ସମାଲୋଚନା କଲେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା (Buddhist Guru Dalai Lama)। କହିଲେ ବୌଦ୍ଧ ଧର୍ମକୁ ନଷ୍ଟ କରିବାକୁ ଷଡଯନ୍ତ୍ର କରିଛି ଚୀନ ସରକାର । ତଥାପି ସଫଳ ହୋଇନି । ଅଧିକ ପଢନ୍ତୁ

ଗୟା କାର୍ଯ୍ୟକ୍ରମରେ ଚୀନକୁ ନେଇ ବୟାନ ଦେଲେ ଦଲାଇଲାମା

ଗୟା କାର୍ଯ୍ୟକ୍ରମରେ ଚୀନ ସରକାରକୁ ବୌଦ୍ଧ ଧର୍ମ ବିରୋଧୀ ବୋଲି କହିଲେ ଦଲାଇଲାମା

ହାଇଦ୍ରାବାଦ: ଧାର୍ମିକ କାର୍ଯ୍ୟକ୍ରମ ପାଇଁ ବିହାର ଗୟା ଗସ୍ତରେ ଥିବା ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା (Buddhist Guru Dalai Lama) ଚୀନ ସରକାରଙ୍କୁ ନେଇ ସମାଲୋଚନାପୂର୍ଣ୍ଣ ବୟାନ ରଖିଛନ୍ତି । କାର୍ଯ୍ୟକ୍ରମର ଶେଷ ଦିବସକୁ ସମ୍ବୋଧିତ କରି ଚୀନ ସରକାରଙ୍କୁ ସମାଲଚନା କରିଛନ୍ତି ଲାମା । ବୌଦ୍ଧ ଧର୍ମର ଅସ୍ତିତ୍ବକୁ ଧ୍ବଂସ କରିବା ପାଇଁ ଚୀନ୍ ସରକାର ଉଦ୍ୟମ କରୁଥିବା ଲାମା କହିଛନ୍ତି । ବୋଧଗୟା ସ୍ଥିତ କାଳଚକ୍ର ମୈଦାନରେ ଏହି କାର୍ଯ୍ୟକ୍ରମର ଆୟୋଜନ ଜାରି ରହିଛି ।

ଦଲାଇଲାମା କହିଥିଲେ, ଚୀନ୍ ସରକାର ଦ୍ୱାରା ବୌଦ୍ଧ ଧର୍ମ କ୍ଷତିଗ୍ରସ୍ତ ହୋଇଛି । ଚୀନ ସରକାର ବୌଦ୍ଧ ଧର୍ମକୁ ବିଷ ଭାବେ ବିବେଚନା କରିଥିଲେ । ନଷ୍ଟ କରିବା ପାଇଁ ଷଡଯନ୍ତ୍ର କରାଗଲା । ତଥାପି ବୌଦ୍ଧ ଧର୍ମକୁ ନଷ୍ଟ କରିବା ସମ୍ଭବପର ହୋଇପାରିଲା ନାହିଁ । ଏବେ ମଧ୍ୟ ଚୀନରେ ଯଥେଷ୍ଟ ବୌଧ ଧର୍ମାବଲମ୍ବୀ ରହିଛନ୍ତି ।

ଆଜି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ମଧ୍ୟ ଦଲାଇଲାମାଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିହାର ଗୟାଠାରେ ଆୟୋଜିତ ଏହି ତିନି ଦିନିଆ ଶିକ୍ଷାଦାନ କାର୍ଯ୍ୟକ୍ରମରେ 50ରୁ 60 ହଜାର ବୌଦ୍ଧ ଧର୍ମାବଲମ୍ବୀଙ୍କ ସହ ବହୁ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଛନ୍ତି । ନେପାଳ, ଭୁଟାନ, ୟୁରୋପ, ଆମେରିକା ସମେତ ଅନେକ ଦେଶରୁ ବୌଦ୍ଧ ଧର୍ମାବଲମ୍ବୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଧର୍ମଗୁରୁ ଦଲାଇଲାମାଙ୍କ ନୀତିବାଣୀ ଓ ବାର୍ତ୍ତାକୁ 15ଟି ଭାଷାରେ ଅନୁବାଦିତ କରାଯାଇ ପରିବେଷଣ କରାଯାଉଥିଲା ।

ଦଲାଇଲାମା 22 ଡିସେମ୍ବରରେ ବୋଧଗୟା ଠାରେ ପହଞ୍ଚିଥିଲେ । ଏଠାରେ ସେ ପ୍ରାୟ 1ମାସ ରହିବେ । ଏହି ସମୟରେ, ବିହାରର ବୋଧଗୟାଠାରେ କାଳଚକ୍ର ପୂଜା (Kalachakra Puja in Bodh Gaya) ଆୟୋଜିତ ହେଉଅଛି । ମୂଳତଃ ଏହି କାଳଚକ୍ର ପୂଜାର ପରମ୍ପରା ତିବ୍ଦତରୁ ଆରମ୍ଭ ହୋଇଥିବା ଲୋକ ବିଶ୍ବାସ ରହିଛି । ପରେ ସମୟକ୍ରମେ ଏହା ଭାରତ ସମତେ ବିଭିନ୍ନ ଦେଶକୁ ପ୍ରସାରିତ ହୋଇଥିଲା । ଏହି ପୂଜାର ବିଧି ଅନୁସାରେ, ତାନ୍ତ୍ରିକ ସାଧନା ମାଧ୍ୟମରେ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରାଯାଏ । ଏହି ପୂଜାରେ ଜୀବିତମାନଙ୍କ ପାଇଁ ଶାନ୍ତି ଏବଂ ମୃତକମାନଙ୍କ ପାଇଁ ମୋକ୍ଷ କାମନା କରାଯିବାର ପରମ୍ପରା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.