ମେଷ: ଆଜି ଦିନ ଆପଣଙ୍କ ସପକ୍ଷରେ ଯିବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଶୁଭ ସମୟ। ବ୍ୟବସାୟୀ ଏବଂ ପେଶାଦାରମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ ଏବଂ ସେମାନଙ୍କ ବରିଷ୍ଠ କାର୍ଯ୍ୟରେ ସନ୍ତୁଷ୍ଟ ଏବଂ ଖୁସୀ ହେବେ। ସରକାରଙ୍କ ଠାରୁ ଲାଭ ପାଇବାର ସମ୍ଭାବନା ରହିଛି।
ବୃଷ: ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହେବ । ଆପଣଙ୍କ ବନ୍ଧୁଙ୍କ ସହିତ ଆନନ୍ଦରେ ସମୟ ବିତାଇବେ । ବାହାରେ ଖାଇବା ଖାଇ ଆନନ୍ଦିତ ହେବେ। ଆଜି କିଛି ନୂଆ କରିବା ପାଇଁ ଚେଷ୍ଟା କରିବେ । ଦିନ ଆପଣଙ୍କ ସପକ୍ଷରେ ଯିବ ।
ମିଥୁନ: ଆଜି ଆପଣଙ୍କ ମନୋବୃତ୍ତି ଏବଂ ପ୍ରଚେଷ୍ଟା ପ୍ରତିଫଳିତ ହେବ। ଅତ୍ୟନ୍ତ ହସ ଖୁସୀରେ ପରିବାର ଏବଂ ବନ୍ଧୁ ମେଳରେ ଦିନଟି ବିତାଇବେ ଘର ପାଇଁ କିଛି କିଣାକିଣି କରିବା ଯାଇପାରନ୍ତି ଏବଂ ସ୍ୱାଦଭରା ମିଲ ମଧ୍ୟ ଖାଇପାରନ୍ତି ।
କର୍କଟ: ଆପଣଙ୍କ ଖର୍ଚ୍ଚ ଆୟ ଅପେକ୍ଷା ଅଧିକ ହେବ । ତେଣୁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଆଖି ସମସ୍ୟା ଦେଖାଦେଲେ, ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାଇବା ପାଇଁ ପରାମର୍ଶ ଦିଆଯାଉଛି । ଆପଣଙ୍କ ରାଗ ଏବଂ କଥା ନିୟନ୍ତ୍ରଣରେ ରଖନ୍ତୁ କିମ୍ୱା ଆପଣ ଅନ୍ୟଙ୍କ ବିରୋଧି ହେବେ ।
ସିଂହ: ଆପଣଙ୍କ ଦିନ ଆଜି ଅଧା-ଅଧା ପରିସ୍ଥିତି ହେବ । ଦିନର ପ୍ରଥମ ଭାଗ ଭଲ ଖବରରେ ଭରା ରହିବ। ଯେହେତୁ ଖବର ଲାଭଦାୟକ ହେବ, ଆପଣ ଅତ୍ୟନ୍ତ ଖୁସୀ ଅନୁଭବ କରିବେ । ଆୟରେ ବୃଦ୍ଧି ହୋଇପାରେ ଏବଂ ଅନ୍ୟ ଆର୍ଥିକ ସୁତ୍ର ମଧ୍ୟ ପାଇପାରନ୍ତି ।
କନ୍ୟା: ଆଜି ପରିବାର ସହିତ ସଂପର୍କ ମଜବୁତ ହେବ । ବନ୍ଧୁ ଏବଂ ସଂପର୍କୀୟ ମାନଙ୍କ ସହିତ ମିଶିବେ ଏବଂ ତାଙ୍କ ସହିତ ହସଖୁସୀରେ ଦିନ ଅତିବାହିତ ହେବ । ଯଦି ସମ୍ଭବ ତାଙ୍କ ସହିତ ବାହାରକୁ ଯାଆନ୍ତୁ । ପ୍ରକଳ୍ପ ସଫଳ ହେବ ଏବଂ ବରିଷ୍ଠମାନେ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ ।
ତୁଳା: ଆଜି ଦିନ ବ୍ୟସ୍ତତାରେ ଭରା ରହିବ, ଆପଣ ସବୁଠାରୁ ହତାଶ ଅନୁଭବ କରିବେ । ପିଲାମାନଙ୍କ ସହିତ ଭିନ୍ନ ମତ ହୋଇପାରେ । ଯେଉଁଥିପାଇଁ ଆପଣ ଅଶାନ୍ତି ହୋଇ ପାରନ୍ତି । କାର୍ଯ୍ୟରେ ପରିସ୍ଥିତି ଅନୁକୂଳ ହେବ ନାହିଁ । ଅଫିସରେ ସମ୍ମାନ ମିଳିବ ନାହିଁ ।
ବିଛା: ଦୁର୍ଭାଗ୍ୟ ଜନକ ପରିସ୍ଥିତିରୁ ଧାର୍ମିକ କାର୍ଯ୍ୟ ଏବଂ ଭଗବାନଙ୍କ ପ୍ରତି ବିଶ୍ୱାସ ଆପଣଙ୍କୁ ରକ୍ଷା କରିବ । ଆଜି ମନ ଅସ୍ଥିର ରହିବ ଏବଂ ବିରକ୍ତିଭାବ ଆସିବ । କିଛି କହିବା ପୂର୍ବରୁ ଦୁଇଥର ଭାବନ୍ତୁ ନଚେତ୍ କଳହ ହୋଇପାରେ ।
ଧନୁ: ଆପଣଙ୍କ ମନ ଆଜି ଖୁସି ରହିବ । ଅନୁକୂଳ ଶକ୍ତି ଆପଣଙ୍କୁ ପ୍ରଭାବିତ କରିବ, ଫଳରେ ଘର ପରିବେଶ ଶାନ୍ତ ରହିବ । ଅବଶ୍ୟ ସନ୍ଧ୍ୟା ବେଳକୁ ପରିସ୍ଥିତି ସଂପୁର୍ଣ୍ଣ ଓଲଟା ହେବାର ସମ୍ଭାବନା ରହିଛି । ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି ।
ମକର: ଆଜି ଆପଣଙ୍କର ମିଷ୍ଟ ଭାଷା ଅନେକ ଅସୁବିଧା ଦୂର କରିବା ଘରର ପରିସ୍ଥିତି ଶାନ୍ତ ଏବଂ ଆଶାବାଦୀ ରହିବ । ଆପଣଙ୍କ ସମ୍ମାନ ଏବଂ ଆତ୍ମ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆର୍ଥିକ ଲାଭ ହେବ । ଲମ୍ୱା ଡ୍ରାଇଭ୍ରେ ଯିବା ଏକ ଭଲ ଚିନ୍ତାଧାରା ହେବ। ସନ୍ଧ୍ୟାରେ ଆନନ୍ଦ ଉପଭୋଗ କରନ୍ତୁ ।
କୁମ୍ଭ: ସୃଜନଶୀଳ ମନୋବୃତ୍ତି ଯୋଗୁଁ ଅଫିସିଆଲ କାମରେ କମ୍ ଧ୍ୟାନ ରହିବ। ସୃଜନଶୀଳ ପ୍ରତିଭା ଯୋଗୁଁ ସମ୍ମାନ ପାଇବେ।ପିଲାଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଆପଣଙ୍କୁ ବ୍ୟସ୍ତ କରିଦେବ। କିନ୍ତୁ ଧୌର୍ଯ୍ୟ ଧରିବା ପାଇଁ ପରାମର୍ଶ ଦିଆଯାଉଛି।
ମୀନ: ବ୍ୟସ୍ତତା ଆପଣଙ୍କ କାର୍ଯ୍ୟର ଗତିକୁ ଧୀର କରିଦେଇପାରେ ଏବଂ ନିଷ୍ପତ୍ତି ନେବାର ଦକ୍ଷତା ମଧ୍ୟ କମ୍ କରିଦେଇପାରେ। ଜମି କିମ୍ୱା ସମ୍ପତ୍ତି ବିଷୟରେ କୌଣସି ଆଲୋଚନା କରନ୍ତୁ ନାହିଁ। ଏସିଡିଟି ଭଳି ହଜମ ସମସ୍ୟା ଦେଖା ଦେଇପାରେ ଯାହାକି ଆପଣଙ୍କୁ କଷ୍ଟ ଦେବ ।