ETV Bharat / bharat

India Corona: ଦିନକରେ 4184 ନୂଆ ସଂକ୍ରମିତ, 104 ମୃତ

author img

By

Published : Mar 10, 2022, 9:43 AM IST

ଦେଶରେ କ୍ରମଶଃ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 4,184 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦିନକରେ 4184 ନୂଆ ସଂକ୍ରମିତ, 104 ମୃତ
India Corona: ଦିନକରେ 4184 ନୂଆ ସଂକ୍ରମିତ, 104 ମୃତ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ନିୟନ୍ତ୍ରଣକୁ ଆସିଛି ମହାମାରୀ । ଦିନ କେଇଟାରେ ସଂକ୍ରମଣ ମାମଲା ଏବେ 5 ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 4,184 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 4,184 fresh covid cases) । ଦିନକରେ ଦେଶରେ 6,554 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 104 ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁୟାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ 44,488ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଦେଶରେ ମୋଟ 4,24,20,120 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ 5,15,459 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ରହିଛି । ଦେଶବ୍ୟାପୀ ଏଯାବତ୍ 1,79,53,95,649 କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ 18,23,329 କୋଟି ଡୋଜ୍ ନେଇଛନ୍ତି ଲୋକେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.