ETV Bharat / bharat

ମୁଣ୍ଡରେ ଆଘାତ ଲାଗିବାରୁ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ - ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ କାରଣ

ସଡକ ଦୁର୍ଘଟଣାରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ଅକାଳ ନିଧନ ହୋଇଛି । ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମୋର୍ଟମ ରିପୋର୍ଟରୁ ସ୍ପଷ୍ଟ । ଅଧିକ ପଢନ୍ତୁ

Cyrus Mistry died due to head injury
Cyrus Mistry died due to head injury
author img

By

Published : Sep 5, 2022, 12:06 PM IST

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରଠାରେ ଗତକାଲି (ରବିବାର) ସଡକ ଦୁର୍ଘଟଣାରେ ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କର ଅକାଳ ନିଧନ ହୋଇଛି । ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମୋର୍ଟମ ରିପୋର୍ଟରୁ ସୂଚନା ମିଳିଛି । ଏହା ସହିତ ଦ୍ରୁତ ଗତିରେ ଗାଡି ଚଳାଇବାରୁ ତାଙ୍କର ଦୁର୍ଘଟଣା ଘଟିଛି । ୯ ମିନିଟରେ ୨୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ । ସେ କାର୍‌ରେ ସିଟ୍‌ ବେଲ୍ଟ ପିନ୍ଧି ନଥିବା ଜଣାପଡିଛି ।

ଦୁର୍ଘଟଣା ଘଟିବା ପରେ ସାଇରସ ମିସ୍ତ୍ରୀ ଓ ତାଙ୍କ ବନ୍ଧୁଙ୍କୁ ଜାହାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗତକାଲି (ରବିବାର) ରାତି ପ୍ରାୟ ସାଢେ ୨ଟାରେ ଦୁଇଜଣଙ୍କ ପୋଷ୍ଟ ମୋର୍ଟମ ରିପୋର୍ଟ ଆସିଛି । ରିପୋର୍ଟ ଅନୁସାରେ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ଶରୀରରେ ଇଣ୍ଟରନାଲ ଅଙ୍ଗରେ ଗଭୀର ଆଘାତ ଲାଗିଥିଲା ଯାହାକୁ ମେଡିକାଲ ଭାଷାରେ pollytrauma କୁହାଯାଏ । ଏହି କାରଣରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣାରେ କାର୍‌ର ଅବସ୍ଥାରୁ ହିଁ ଅନୁମାନ କରାଯାଉଥିଲା ଯେ କେତେ ଭୟଙ୍କର ଥିଲା ଦୁର୍ଘଟଣା । କାର୍‌ର ବେଗ ବହୁତ ଅଧିକ ଥିଲା ଫଳରେ ଦୁର୍ଘଟଣା ଘଟିଛି । ସାଇରସ୍‌ ମିସ୍ତ୍ରୀଙ୍କ ଘରଲୋକ ସମସ୍ତେ ବିଦେଶରେ ରୁହନ୍ତି, ସେମାନ ଆଜି ମୁମ୍ବାଇରେ ପହଞ୍ଚିବେ । ଆସନ୍ତାକାଲି (ମଙ୍ଗଳବାର) ତାଙ୍କର ଅନ୍ତିମ ସଂସ୍କାର ହେବ ।

ଏହା ବି ପଢନ୍ତୁ...ମିସ୍ତ୍ରୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ: ଜାଣନ୍ତୁ ଏହି ବିଜନେସ ଲିଡରଙ୍କ ବିଷୟରେ

ଗତାକାଲି (ରବିବାର) ଅପରାହ୍ନ ପ୍ରାୟ ୩ଟା ସମୟରେ ଘଟିଥିଲା । ଏକ ମର୍ସିଡିଜ କାର୍‌ରେ ମିସ୍ତ୍ରୀଙ୍କ ସମେତ ମୋଟ୍‌ ୪ ଜଣ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲେ । କାର୍‌ଟି ରାସ୍ତା କଡରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା । ମିସ୍ତ୍ରୀଙ୍କ ସମେତ ଅନ୍ୟଜଣଙ୍କୁ ମିଶାଇ ୨ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଅନ୍ୟ ଦୁଇ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାଇରସ ମିସ୍ତ୍ରୀଙ୍କ ଅକାଳ ବିୟୋଗ ସମଗ୍ର ବାଣିଜ୍ୟ ଓ ଶିଳ୍ପଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଛି । ସାଇରସ ମିସ୍ତ୍ରୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.