ETV Bharat / bharat

କାରଖାନାରେ ସିଲିଣ୍ଡର ବିସ୍ଫୋରଣ, 8 କର୍ମଚାରୀ ଗୁରୁତର ଆହତ - ବେଆଇନ କାରଖାନା

ଦିଲ୍ଲୀରେ ଏକ ବେଆଇନ କାରଖାନାରେ ସିଲିଣ୍ଡର ବିସ୍ଫୋରଣ ଘଟି 8 କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

କାରଖାନାରେ ସିଲିଣ୍ଡର ବିସ୍ଫୋରଣ, 8 ଗୁରୁତର ଆହତ

author img

By

Published : Mar 27, 2021, 6:51 PM IST

ନୂଆଦିଲ୍ଲୀ: ରାଜଧାନୀର ଦୟା ବସ୍ତିଠାରେ ଥିବା ଏକ କାରଖାନାରେ ସିଲିଣ୍ଡର ବିସ୍ଫୋରଣ ଘଟିଛି । ଏହି ଅଘଟଣରେ ପ୍ରାୟ 7 ରୁ 8 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ସହିତ ଗୁରୁତରଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

କାରଖାନାରେ ସିଲିଣ୍ଡର ବିସ୍ଫୋରଣ, 8 କର୍ମଚାରୀ ଗୁରୁତର ଆହତ

ଶନିବାର ମଧ୍ୟାହ୍ନ ସମୟରେ ଏହି ବିସ୍ଫୋରଣ ଘଟିଛି । ଏହି କାରଖାନାରେ କୁଲର ମେସିନର ପାର୍ଟ ନିର୍ମାଣ କରାଯିବା ସମୟରେ ବ୍ୟବହୃତ ସିଲିଣ୍ଡରର ବିସ୍ଫୋରଣ ଘଟିଛି । ତେବେ ଏହି ବିସ୍ଫୋରଣରେ କାରଖାନାର କବାଟଗୁଡିକ ଭାଙ୍ଗିଯାଇଥିବା ସୂଚନା ମିଳିଛି । ବିସ୍ଫୋରଣରେ କାରଖାନାରେ ଅଗ୍ନିକାଣ୍ଡ ଘଟିଥିବାବେଳେ ସେଠାରେ କାର୍ଯ୍ୟରତ 8 ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ବ୍ୟକ୍ତିମାନେ ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ଗୁରୁତରଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ବସ୍ତି ଅଞ୍ଚଳରେ ବେଆଇନ ଭାବେ ବିଭିନ୍ନ କାରଖାନା ଚାଲୁଛି । କାରଖାନାରେ ସିଲିଣ୍ଡରର ବ୍ୟବହାର ହେଉଥିବାରୁ ଏଭଳି କାରଖାନାକୁ ବସ୍ତି ଅଞ୍ଚଳରେ ବନ୍ଦ କରିବା ପାଇଁ ବସ୍ତିବାସିନ୍ଦା ଦାବି କରିଛନ୍ତି । ସେପଟେ କାରଖାନାର ମାଲିକ ଫେରାର ଥିବାବେଳେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.