ETV Bharat / bharat

ଭୟଙ୍କର ମହାବାତ୍ୟାର ରୂପ ନେଇପାରେ ତାଉ'ତେ - ମହାବାତ୍ୟାର ରୂପ ନେଇପାରେ ବାତ୍ୟା ତାଉ'ତେ

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉ'ତେ ଭୟଙ୍କର ମହାବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ସୂଚନା ଦେଇଛି । ଅଧିକ ପଢନ୍ତୁ...

ଭୟଙ୍କର ମହାବାତ୍ୟାର ରୂପ ନେଇପାରେ ବାତ୍ୟା ତାଉ'ତେ

author img

By

Published : May 16, 2021, 9:42 AM IST

ନୂଆଦିଲ୍ଲୀ: ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟା ତାଉ'ତେ ମହାବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଗତ ଶନିବାର ସୂଚନା ଦେଇଛି । ଏହି ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ମେ 18 ତାରିଖରେ ଗୁଜୁରାଟ ଉପକୂଳ ଛୁଇଁବ ବୋଲି ଜଣାପଡିଛି ।

ଆରବୀୟ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ସୋମବାର ସୁଦ୍ଧା ମହାବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏହା ଗତ 6 ଘଣ୍ଟା ଧରି ଘଣ୍ଟାକୁ 12 କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଗତି କରୁଛି । ବାତ୍ୟା ରବିବାର ସକାଳ ସାଢେ 5ଟା ସୁଦ୍ଧା ମୁମ୍ବାଇର ଦକ୍ଷିଣରୁ 590 କିଲୋମିଟର ଦୂରରେ ରହିଥିବା ବେଳେ ଗୁଜୁରାଟର ଭେରାଭଲରୁ 820 କିଲୋମିଟର, ପାକିସ୍ତାନର କରାଚିରୁ 940 କିଲୋମିଟର ଦୂରରେ ରହିଛି ବୋଲି ସୂଚନା ମିଳିଛି ।

ବାତ୍ୟା ଯୋଗୁଁ ସମୁଦ୍ରରେ ବଡ ଜୁଆର ଆସୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନା ଉଦ୍ଧାର କାର୍ଯ୍ୟ ପାଇଁ 16ଟି ଏୟାରକ୍ରାଫ୍ଟ ଓ 18ଟି ହେଲିକପ୍ଟରକୁ ପ୍ରସ୍ତୁତ କରି ରଖିଛି । ଏହାସହିତ NDRF ଟିମ ମଧ୍ୟ ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ରହିଛି । ଏହି ବାତ୍ୟା କେରଳ, ତାମିଲନାଡୁ, କର୍ଣ୍ଣାଟକ, ଗୁଜୁରାଟ ଓ ମହାରାଷ୍ଟ୍ରରେ କ୍ଷୟକ୍ଷତି କରିବାର ସୂଚନା ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.