ETV Bharat / bharat

ଗୁଜୁରାଟରେ ତାଉ'ତେ ଗର୍ଜନ, ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି

author img

By

Published : May 17, 2021, 10:22 PM IST

Updated : May 17, 2021, 11:10 PM IST

ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଛି ବାତ୍ୟା ତାଉ'ତେ । ଆଉ କିଛି ସମୟ ପରେ ଗୁଜୁରାଟ ଉପକୂଳରେ ତାଉ'ତେ ଛୁଇଁବ ସ୍ଥଳଭାଗ । ଅଧିକ ପଢନ୍ତୁ...

ଗୁଜୁରାଟରେ ତାଉ'ତେର ଗର୍ଜନ, ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା

ଗାନ୍ଧୀନଗର: ମହାରାଷ୍ଟ୍ରରେ ତାଣ୍ଡବ ରଚିବା ପରେ ଏବେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିଛି ବାତ୍ୟା ତାଉ'ତେ । ଆଉ କିଛି ସମୟ ପରେ ଗୁଜୁରାଟ ଉପକୂଳରେ ତାଉ'ତେ ଛୁଇଁବ ସ୍ଥଳଭାବ । ଏହା ପୂର୍ବରୁ ଗୁଜୁରାଟରେ ଆରମ୍ଭ ହୋଇଯାଇଛି ବାତ୍ୟାର ଗର୍ଜନ ।

ଗୁଜୁରାଟରେ ବାତ୍ୟା ତାଉତେର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ପବନର ବେଗ ବଢିଯାଇଛି । ପୋରବନ୍ଦର-ମହୁଭା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରୁଛି ତାଉତେ । ପ୍ରାୟ ୨ ଘଣ୍ଟା ଧରି ରହିବ ପ୍ରଭାବ ।

ଅହମଦାବାଦରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଗାନ୍ଧୀନଗର ସ୍ଥିତ ବାତ୍ୟା କଣ୍ଟ୍ରୋଲ ରୁମରେ ପହଞ୍ଚି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ରାଜ୍ୟର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ।

ଲ୍ୟାଣ୍ଡଫଲ ପୂର୍ବରୁ ଡିୟୁ ନିକଟରେ ବାତ୍ୟା ତାଉ'ତେ ପ୍ରଭାବରେ ପବନର ବେଗ ରହିଥିଲା ଘଣ୍ଟା ପ୍ରତି 133 କିଲୋମିଟର । ଗୁଜୁରାଟରେ ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଆହୁରି ବଢିବା ନେଇ ଅନୁମାନ କରାଯାଉଛି ।

ବାତ୍ୟା ଯୋଗୁଁ ଗୁଜୁରାଟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ପବନର ବେଗରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ଯାହାଫଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ସେପଟେ ବିମାନ ସେବା 22 ଘଣ୍ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି ।

Last Updated : May 17, 2021, 11:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.